Advertisement
Article Detail0/zeeodisha/odisha1987875
Zee OdishaOdisha National-Internationalକିଏ ଏହି ନିଖିଲ ଗୁପ୍ତା? ଯିଏ ଜଣେ ଖାଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ଅଭିଯୋଗ କରିଛି US

କିଏ ଏହି ନିଖିଲ ଗୁପ୍ତା? ଯିଏ ଜଣେ ଖାଲିସ୍ତାନୀ ଆତଙ୍କବାଦୀକୁ ହତ୍ୟା ପାଇଁ ସୁପାରି ଦେଇଥିବା ଅଭିଯୋଗ କରିଛି US

Who Is Nikhil Gupta: ନିଖିଲ ଗୁପ୍ତା ଜଣେ ଭାରତୀୟ ନାଗରିକ ଯିଏକି ଆମେରିକାରେ ରହୁଥିବା ଜଣେ ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ କିଲରକୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଆମେରିକା ଅଭିଯୋଗ କରିଛି ଯେ ନିଖିଲ ଗୁପ୍ତା ଭାରତରେ ବସିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି କାମ କରୁଥିଲେ ।

 

Who Is Nikhil Gupta
Who Is Nikhil Gupta

Who Is Nikhil Gupta: ଖାଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁଙ୍କୁ (Gurpatwant Singh Pannun) ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗରେ ଆମେରିକା ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକାର ନ୍ୟାୟ ବିଭାଗ ବୁଧବାର ଦିନ (୨୯ ନଭେମ୍ବର) ଅଭିଯୋଗ କରିଛି ଯେ ଆମେରିକାର ନ୍ୟୁୟର୍କ ସହରରେ ରହୁଥିବା ବିଚ୍ଛିନ୍ନତାବାଦୀ ନେତାଙ୍କ (Khalistani Terrorist) ହତ୍ୟା ପାଇଁ ନିଖିଲ ଗୁପ୍ତା ସୁପାରି ଦେଇଥିଲେ । ଆମେରିକୀୟ ଆଇନ କହୁଛି ଯେ ଯଦି କେହି କାହାକୁ ହତ୍ୟା କରିବାକୁ ଷଡଯନ୍ତ୍ର କରେ କିମ୍ବା ଏହି କାମ ପାଇଁ କାହାକୁ ସୁପାରି ଦିଏ, ତେବେ ଏଥିପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ ଦଣ୍ଡର ବ୍ୟବସ୍ଥା ରହିଛି ।

ନିଖିଲ ଗୁପ୍ତା କିଏ?
ନିଖିଲ ଗୁପ୍ତା ଜଣେ ଭାରତୀୟ ନାଗରିକ ଯିଏକି ଆମେରିକାରେ ରହୁଥିବା ଜଣେ ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବା ପାଇଁ କିଲରକୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଆମେରିକା ଅଭିଯୋଗ କରିଛି ଯେ ନିଖିଲ ଗୁପ୍ତା ଭାରତରେ ବସିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଏହି କାମ କରୁଥିଲେ । ସେ କିଲରକୁ ହତ୍ୟା କରିବା ପାଇଁ ବ୍ୟବସ୍ଥା କରିଥିଲେ । ଆମେରିକୀୟ ଦଲିଲରେ ଏହା କୁହାଯାଇଥିଲା ଯେ ସେ ଡ୍ରଗ୍ସ ଓ ଅସ୍ତ୍ରଶସ୍ତ୍ର କାରବାରରେ ମଧ୍ୟ ଜଡିତ ଥିଲେ ।

୫୨ ବର୍ଷୀୟ ନିଖିଲ ଗୁପ୍ତା ବର୍ତ୍ତମାନ ଚେକ୍ ରିପବ୍ଲିକରେ ଅଟକ ଅଛନ୍ତି । ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ । ଆମେରିକାର ଜଷ୍ଟିସ୍ ବିଭାଗର ସୂଚନାନୁସାରେ, ଆମେରିକା ସହ ଦ୍ୱିପାକ୍ଷିକ ପ୍ରତ୍ୟାର୍ପଣ ଚୁକ୍ତି ଅନୁଯାୟୀ ଚେକ୍ ରିପବ୍ଲିକ୍ ନିଖିଲ ଗୁପ୍ତାଙ୍କୁ ଜୁନ୍ ୩୦ ରେ ଗିରଫ କରି ହେପାଜତକୁ ପଠାଇ ଦେଇଥିଲା ।

Add Zee News as a Preferred Source

ନ୍ୟାୟ ବିଭାଗର ପ୍ରେସ ବିଜ୍ଞପ୍ତିରେ ଜଣେ ଭାରତୀୟ ସରକାରୀ କର୍ମଚାରୀ ମଧ୍ୟ ଉଲ୍ଲେଖ କରିଛନ୍ତି, କିନ୍ତୁ ତାଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ । ଏହି ବ୍ୟକ୍ତି ପାଇଁ CC-1 ବ୍ୟବହୃତ ହୋଇଛି, ଯିଏ ଭାରତ ଓ ଆମେରିକାରେ ନିଖିଲ ଗୁପ୍ତାଙ୍କ ସମେତ ଅନେକ ଲୋକଙ୍କ ସହ କାମ କରିଥିଲେ । ଶିଖ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା ଷଡଯନ୍ତ୍ର ପଛରେ CC-1 କୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି ।

ହତ୍ୟା ଷଡଯନ୍ତ୍ର
ଜଣେ ଉଚ୍ଚ ପଦାଧିକାରୀ ଭାରତୀୟ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ନ୍ୟୁୟର୍କ ସହରରେ ପନ୍ନୁଙ୍କୁ ଟାର୍ଗେଟ କରି ଏକ ହତ୍ୟା ଷଡଯନ୍ତ୍ର କରାଯାଉଛି । 'ଫାଇନାନ୍ସିଆଲ୍ ଟାଇମ୍ସ' ସୂତ୍ରରୁ ପ୍ରକାଶ ଯେ ଗତ ସପ୍ତାହରେ ଆମେରିକାର ଅଧିକାରୀମାନେ ପନ୍ନୁଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ରର ଖୁଲାସା କରିଥିଲେ ।

ଏକ ଅଭିଯୋଗରେ ଆମେରିକାର ଫେଡେରାଲ୍ ଓକିଲମାନେ ଭାରତୀୟ ଅଧିକାରୀଙ୍କୁ "ସିସି -1" ବୋଲି ସମ୍ବୋଧିତ କରିଛନ୍ତି । ଆମେରିକାର ଫେଡେରାଲ୍ ଓକିଲମାନେ ଦାବି କରିଛନ୍ତି ଯେ ସେମାନେ ନ୍ୟୁୟର୍କ ସହରର ଜଣେ ଭାରତୀୟ-ଆମେରିକୀୟ ନାଗରିକ, ଜଣେ ଓକିଲ ତଥା ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରିଛନ୍ତି ।

କିଲର ବାହାରିଲେ ଆମେରିକୀୟ ଏଜେଣ୍ଟ
ଭାରତୀୟ ସରକାରୀ କର୍ମଚାରୀ ସିସି-1 ଙ୍କ ନିର୍ଦ୍ଦେଶରେ ନିଖିଲ ଗୁପ୍ତା ହତ୍ୟା ପାଇଁ କିଲର ଖୋଜିବା ଆରମ୍ଭ କରିଥିଲେ । ଏଥିପାଇଁ ନିଖିଲ ଗୁପ୍ତା ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ, ଯାହାଙ୍କ ମାଧ୍ୟମରେ ସେ ନ୍ୟୁୟର୍କରେ କିଲର 'ହିଟମ୍ୟାନ୍'ଙ୍କୁ ଭେଟିଥିଲେ । ନିଖିଲ ଭାବିଥିଲେ ଯେ ଦୁହେଁ ଅପରାଧିକ ପୃଷ୍ଠଭୂମିରୁ ଆସିଛନ୍ତି, କିନ୍ତୁ ବାସ୍ତବରେ ଦୁହେଁ ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନରେ କାର୍ଯ୍ୟ କରିଥିଲେ ।

ଭାରତର ପ୍ରତିକ୍ରିୟା
ଭାରତ ସରକାର ଆମେରିକାର ଅଭିଯୋଗକୁ ନେଇ କହିଛି ଯେ ଜଣେ ସରକାରୀ ଅଧିକାରୀ ଆମେରିକାର ମାଟିରେ ଏକ ହତ୍ୟା ଷଡଯନ୍ତ୍ରକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟି ଗଠନ କରାଯିବ ଓ ଅଭିଯୋଗର ତଦନ୍ତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି ।

About the Author