ସଚିନ୍ ପାଇଲଟ୍ ହେବେ କି କଂଗ୍ରେସ ସଭାପତି? ସଞ୍ଜୟ ଝା ଦେଲେ ବଡ଼ ବୟାନ
Advertisement
Article Detail0/zeeodisha/odisha1127411

ସଚିନ୍ ପାଇଲଟ୍ ହେବେ କି କଂଗ୍ରେସ ସଭାପତି? ସଞ୍ଜୟ ଝା ଦେଲେ ବଡ଼ ବୟାନ

Congress: ସନ୍ଦୀପ ଦୀକ୍ଷିତ, କପିଲ ସିବଲଙ୍କ ପରେ କଂଗ୍ରେସର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା (Sanjay Jha) ଜାତୀୟ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

(ଫାଇଲ ଫଟୋ)

ନୂଆଦିଲ୍ଲୀ: ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​(Assembly Elections) ପରାଜୟ ପରେ କଂଗ୍ରେସ (Congress) ନିଜ ନେତୃତ୍ୱ ଅନୁସନ୍ଧାନରେ ବ୍ୟସ୍ତ ଥିବାବେଳେ, ଦଳର କିଛି ବରିଷ୍ଠ ନେତା କ୍ରମାଗତ ଭାବରେ ନେତୃତ୍ୱରେ ପରିବର୍ତ୍ତନ ଆଣିବାକୁ ଦାବି କରୁଛନ୍ତି । ସନ୍ଦୀପ ଦୀକ୍ଷିତ, କପିଲ ସିବଲଙ୍କ ପରେ କଂଗ୍ରେସର ପୂର୍ବତନ ମୁଖପାତ୍ର ସଞ୍ଜୟ ଝା (Sanjay Jha) ଜାତୀୟ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ସଞ୍ଜୟ ଝା ସଚିନ ପାଇଲଟଙ୍କୁ (Sachin Pilot) ସଭାପତି କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଦୈନିକ ଭାସ୍କର ଖବରକାଗଜ ସହ ବାର୍ତ୍ତାଳାପରେ ସଞ୍ଜୟ ଝା କହିଛନ୍ତି ଯେ ରାଜସ୍ଥାନର କିଛି ନେତା ଗାନ୍ଧୀ ପରିବାରକୁ ଭୁଲ ପରାମର୍ଶ ଦେଇ ବିଜେପି ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ଏହା କଂଗ୍ରେସକୁ କ୍ଷତି ପହଞ୍ଚାଉଛି । ସେ କହିଛନ୍ତି, "୧୯୮୪ ପରଠାରୁ କଂଗ୍ରେସ କଦାପି ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ । ଏହା ସାବ୍ୟସ୍ତ କରେ ଯେ କଂଗ୍ରେସ ନେତୃତ୍ୱର କୌଣସି ଭିଜନ ନାହିଁ କିମ୍ବା କୌଣସି ଚିନ୍ତାଧାରା ନାହିଁ । ପାଞ୍ଚଟି ରାଜ୍ୟରେ ପରାଜୟର ପରାଜୟ ପାଇଁ ନେତୃତ୍ୱ ସମ୍ପୂର୍ଣ୍ଣ ଦାୟିତ୍ବ ଗ୍ରହଣ କରିବା ଉଚିତ୍ । ଏହା ସହିତ ସଞ୍ଜୟ ଝା କହିଛନ୍ତି ଯେ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ।"

ପାଇଲଟଙ୍କ ସମର୍ଥନରେ ଖୋଲାଖୋଲି ଭାବେ କଥା ହୋଇଥିଲେ ସଞ୍ଜୟ ଝା
ସଞ୍ଜୟ ଝା କହିଛନ୍ତି ଯେ ଏହି କଠିନ ସମୟରେ କଂଗ୍ରେସକୁ ଏପରି ନେତା ଦରକାର, ଯାହାର ଜିତିବା ପାଇଁ କ୍ଷୁଧା ରହିଛି ଏବଂ ସଚିନ ପାଇଲଟ ଏହାକୁ ପ୍ରମାଣ କରିଛନ୍ତି । ସେ ଜଣେ ବହୁତ ପରିଶ୍ରମୀ ନେତା । ଅଶୋକ ଗେହଲୋଟଙ୍କ ଉପରେ ଟାର୍ଗେଟ କରି ସେ କହିଛନ୍ତି ଯେ ଯେତେବେଳେ ସେ (ଗେହଲୋଟ୍) ରାଜସ୍ଥାନର ୨୧ ଟି ଆସନ କଂଗ୍ରେସ ପାଇଁ ଆଣିଥିଲେ, ସେତେବେଳେ ସଚିନ ପାଞ୍ଚ ବର୍ଷ ପରିଶ୍ରମ କରି ଦଳକୁ ୧୦୦ ଟି ଆସନରେ ପହଞ୍ଚାଇଥିଲେ । ସଞ୍ଜୟ କହିଛନ୍ତି ଯେ ଆମକୁ ଏପରି ଜଣେ ନେତା ଦରକାର, ଯିଏ କଂଗ୍ରେସର ପରାଜୟ ଯୋଗୁଁ ତାଙ୍କ ହୃଦୟରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଏବଂ ସଚିନ୍ ପାଇଲଟ୍ ହେଉଛନ୍ତି ଏହିଅପରି ଜଣେ ନେତା ।

ଏହା ବି ପଢ଼ନ୍ତୁ: ଡାଇବେଟିସ୍ ରୋଗୀଙ୍କ ପାଇଁ ଜୀବନ ଘାତକ ଏହି ୩ ଖରାପ ଅଭ୍ୟାସ

ଏହା ବି ପଢ଼ନ୍ତୁ: ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହା କେତେ ବିପଜ୍ଜନକ?