ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଭିଗ୍ନେଶ ଶିବନ (Vignesh Shivan) ତାମିଲ ସୁପରଷ୍ଟାର ଅଜିତ କୁମାର (Ajith Kumar) ଙ୍କୁ ତାଙ୍କର ସଦ୍ୟତମ ପ୍ରୋଜେକ୍ଟରେ ନିର୍ଦ୍ଦେଶନା ଦେବେ। ଏହା ଅଜିତ ଏବଂ ଭିଗ୍ନେଶଙ୍କ ପ୍ରଥମ ଚଳଚ୍ଚିତ୍ର।
Trending Photos
ନୂଆଦିଲ୍ଲୀ: ଶେଷରେ ଅପେକ୍ଷା ଅନ୍ତ ହୋଇଛି। ସାଉଥ ସୁପରଷ୍ଟାର ଅଜିତ କୁମାରଙ୍କ ନୂତନ ପ୍ରୋଜେକ୍ଟ AK62 ବିଷୟରେ Lyca Productions ଅଫିସିଆଲ୍ ଘୋଷଣା କରିଛି। ଏନେଇ Lyca ତାର ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ଲେଖାହୋଇଛି, '#AK62 ପାଇଁ ଅଜିତ କୁମାରଙ୍କ ସହ ସାମିଲ ହୋଇ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଗର୍ବିତ। ଏଥିରେ ଭିଗନେଶ ଶିବନ ନିର୍ଦ୍ଦେଶନା ଦେଉଥିବା ବେଳେ ଅନିରୁଧ ସଙ୍ଗୀତ ସଂଯୋଜନା କରୁଛନ୍ତି।'
ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଭିଗ୍ନେଶ ଶିବନ (Vignesh Shivan) ତାମିଲ ସୁପରଷ୍ଟାର ଅଜିତ କୁମାର (Ajith Kumar) ଙ୍କୁ ତାଙ୍କର ସଦ୍ୟତମ ପ୍ରୋଜେକ୍ଟରେ ନିର୍ଦ୍ଦେଶନା ଦେବେ। ଏହା ଅଜିତ ଏବଂ ଭିଗ୍ନେଶଙ୍କ ପ୍ରଥମ ଚଳଚ୍ଚିତ୍ର। ତେବେ ନିଜର ଏହି ପ୍ରଥମ ଯୋଡିକୁ ନେଇ ଫିଲ୍ମ ନିର୍ମାତା ତାଙ୍କ ଇନଷ୍ଟାରେ ଲେଖିଛନ୍ତି, 'ଶେୟାର ହାପିନେସ୍! #AK62ର ନିର୍ଦ୍ଦେଶନା କରିବାର ସୁଯୋଗ ଦେଇଥିବାରୁ ଅଜିତ ସାରଙ୍କୁ ଧନ୍ୟବାଦ ଜଣାଇବାକୁ ମୋ ନିକଟରେ ଶବ୍ଦ ନାହିଁ!'
Also Read: ମାର୍ଚ୍ଚ ୨୫ରେ ପରଦାରେ ଧମାକା କରିବ RRR
ଚଳିତ ବର୍ଷ ଶେଷ ସୁଦ୍ଧା ଅଜିତ କାମାରଙ୍କ ଏହି ୬୨ତମ ଫିଲ୍ମର ସୁଟିଂ ଆରମ୍ଭ ହେବାର ଯୋଜନା ରହିଛି। ଆସନ୍ତା ବର୍ଷ ମଧ୍ୟଭାଗରେ ଫିଲ୍ମ ରିଲିଜ୍ ହୋଇପାରେ। ବର୍ତ୍ତମାନ କେବଳ ଫିଲ୍ମ ବିଷୟରେ ଘୋଷଣା କରାଯାଇଛି। ଏହା ପରେ ଅନ୍ୟ କାଷ୍ଟ ଏବଂ କ୍ରୁଙ୍କ ବିବରଣୀ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ଫିଲ୍ମର ଟାଇଟଲକୁ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ। ତେବେ ଅଜିତ କୁମାରଙ୍କୁ ଶେଷ ଥର ପାଇଁ ନିର୍ଦ୍ଦେଶକ ଏଚ୍ ବିନୋଥଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ Valimaiରେ ଦେଖିବାକୁ ମିଳିଥିଲା। ଗତମାସରେ Valimai ଥିଏଟରରେ ମୁକ୍ତିଲାଭ କରିଥିଲା ଏବଂ ଫିଲ୍ମକୁ ପ୍ରଶଂସକମାନେ ଖୁବ ଭଲ ପାଇବା ଦେଥିଲେ।
ଅନ୍ୟପକ୍ଷରେ, ଭିଗ୍ନେଶ ଶିବନ ତାଙ୍କ ରୋମାଣ୍ଟିକ ଫିଲ୍ମ Kaathu Vaakula Rendu Kaadhal ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛି। ଏହି ଫିଲ୍ମରେ ବିଜୟ ସେଥୁପତି, ସମନ୍ଥା ରୁତ ପ୍ରଭୂ ଏବଂ ନୟନତାରାଙ୍କୁ ଦେଖିବାକୁ ମିଳିବ। ତ୍ରୀକୋଣୀୟ ପ୍ରେମକାହାଣୀର ଏହି ଫିଲ୍ମଟି ଏପ୍ରିଲ୍ ୨୮ରେ ଥିଏଟରକୁ ଆସିବ। ସେପଟେ ଅଜିତ କୁମାରଙ୍କ ଆଗାମୀ ଫିଲ୍ମକୁ ନେଇ ମଧ୍ୟ ଦର୍ଶକଙ୍କ ମଧ୍ୟରେ ଖୁବ ଉତ୍ସାହ ହେଖିବାକୁ ମିଳିଛି।