Naveen says on his Health condition: ମୁଁ ବଢ଼ିଆ ଅଛି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Advertisement
Article Detail0/zeeodisha/odisha2270098

Naveen says on his Health condition: ମୁଁ ବଢ଼ିଆ ଅଛି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଅଭିଯୋଗ ଆସୁଛି ତାହାର ସ୍ପଷ୍ଟୀକରଣ ରଖିଛନ୍ତି। ନ୍ୟୁଜ୍‍ ସରବରାହ ସଂସ୍ଥା ଏଏନ୍‍ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କୁ ନବୀନ ନିବାସରେ ଏକ ଇଣ୍ଟର୍ଭ୍ୟୁ ଦେଇ ସେ କହିଛନ୍ତି ‘ମୁଁ ବଢ଼ିଆ ଅଛି। ମୁଁ ଭାବୁଛି ମୋ ରାଜ୍ୟବାସୀଙ୍କ ସେବା କରିବା ଜାରି ରଖିବି। ମୋ ସ୍ୱାସ୍ଥ୍ୟାବସ୍ଥା ନେଇ

  • ଗତ କିଛିଦିନ ହେଲା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମିଡିଆରେ ଚର୍ଚ୍ଚା ଚାଲିଛି। ଆଜି ପୂର୍ବପରି ମୁଖ୍ୟମନ୍ତ୍ରୀ ଏହାକୁ ଖଣ୍ଡନ କରିଛନ୍ତି। ଏ ଏନ୍‍ ଆଇକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ମୁଁ ବଢ଼ିଆ ଅଛି। 

Trending Photos

Naveen says on his Health condition: ମୁଁ ବଢ଼ିଆ ଅଛି  କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଯେଉଁ ଅଭିଯୋଗ ଆସୁଛି ତାହାର ସ୍ପଷ୍ଟୀକରଣ ରଖିଛନ୍ତି। ନ୍ୟୁଜ୍‍ ସରବରାହ ସଂସ୍ଥା ଏଏନ୍‍ଆଇର ସମ୍ପାଦକ ସ୍ମିତା ପ୍ରକାଶଙ୍କୁ ନବୀନ ନିବାସରେ ଏକ ଇଣ୍ଟର୍ଭ୍ୟୁ ଦେଇ ସେ କହିଛନ୍ତି ‘ମୁଁ ବଢ଼ିଆ ଅଛି। ମୁଁ ଭାବୁଛି ମୋ ରାଜ୍ୟବାସୀଙ୍କ ସେବା କରିବା ଜାରି ରଖିବି।

ମୋ ସ୍ୱାସ୍ଥ୍ୟାବସ୍ଥା ନେଇ ଯଦି ପ୍ରଧାନମନ୍ତ୍ରୀ ଚିନ୍ତିତ ତେବେ ସେ ସିଧା ସଳଖ ମୋତେ ଫୋନ କରିପାରିଥାଆନ୍ତେ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ଭିକେ ପାଣ୍ଡିଆନ ଏବଂ ଅନ୍ୟ କିଛି ଅଧିକାରୀ ଯେଉଁମାନେ ଆପଣଙ୍କ କାର୍ଯ୍ୟାଳୟର କର୍ମଚାରୀ ସେମାନେ ଆପଣଙ୍କ ଦ୍ୱାର ରକ୍ଷକ ଏବଂ ସେମାନେ ସମସ୍ତ ନିଷ୍ପତ୍ତି ନେଉଛନ୍ତି ବୋଲି ଏହି ନିର୍ବାଚନରେ ଅଭିଯୋଗ ହେଉଥିବା ସମ୍ବନ୍ଧରେ ନବୀନ ମଧ୍ୟ କଡ଼ା ଜବାବ ରଖିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ହାସ୍ୟାସ୍ପଦ। ଏକ ପୁରୁଣା ଅଭିଯୋଗ ଏହାର କୌଣସି ଓଜନ ନାହିଁ ବୋଲି ସେ ପୂର୍ବରୁ କହିଥିବା ସୂଚନା ଦେଇଛନ୍ତି।

 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିରୋଧି ଦଳ ମୁଖ୍ୟତଃ ବିଜେପି ଅଭିଯୋଗ ଆଣିଛି। ଏପରିକି ଗତ କିଛିଦିନ ହେଲା ବ୍ୟକ୍ତିଗତ ଭାବେ ଆରୋପକୁ ଦର୍ଶାଇବାକୁ କିଛି ଭିଡିଓବି ସୋଶାଲ ମିଡିଆରେ ଶେୟାର କରାଯାଇଛି। ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଥିବା ବେଳେ ଶ୍ରୀ ପଟ୍ଟନାୟକ ଏଏନ୍‍ଆଇ ସମ୍ପାଦକଙ୍କୁ ଏହି ଇଣ୍ଟର୍ଭ୍ୟୁ  ଦେଇଛନ୍ତି ଯାହା ରାଜ୍ୟର ସମସ୍ତ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀ ପଟ୍ଟନାୟକ ଦିଲ୍ଲୀ ସାମ୍ବାଦିକଙ୍କୁ କାହିଁକି ନିଜ କଥା କହିବାକୁ ବାଛିଲେ ତାହା ପ୍ରଶ୍ନ ହୋଇଛି।