ଭଗୱା ଅବତାରରେ ନୂଆ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha1193878

ଭଗୱା ଅବତାରରେ ନୂଆ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

ନିର୍ବାଚନ ଶେଷ ହେବା ପରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ଭଗୱା ରଙ୍ଗର ଉତ୍ତରୀୟ ପକାଇଥିବା ଦେଖିବାକୁ ମିଳିଛି।

ଭଗୱା ଅବତାରରେ ନୂଆ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ

Australian New PM Anthony Albanese: ନିକଟରେ ଅନୁଷ୍ଠିତ ହୋଇଥିବା ସଂଘୀୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମେଣ୍ଟ ସରକାରକୁ ଗାଦିଚ୍ୟୁତ କରିଛି ​​ବିରୋଧି ଲେବର ପାର୍ଟି। ସଂଘୀୟ ନିର୍ବାଚନରେ ହୋଇଥିବା ପରାଜୟକୁ ସ୍ୱୀକାର କରିଛନ୍ତି ବର୍ତ୍ତମାନର ଅଷ୍ଟ୍ରଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ। ବର୍ତ୍ତମାନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ ଅଷ୍ଟ୍ରେଲିଆ ଲେବର ପାର୍ଟି ନେତା ଆନ୍ଥୋନି ଆଲବାନିଜ୍। ନିର୍ବାଚନ ଶେଷ ହେବା ପରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ଭଗୱା ରଙ୍ଗର ଉତ୍ତରୀୟ ପକାଇଥିବା ଦେଖିବାକୁ ମିଳିଛି। 

ଏହି ଫଟୋ ଭାଇରାଲ ହେବା ପରେ କୁହାଯାଉଛି ଯେ  ସେ ହେଉଛନ୍ତି ନୂତନ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଯିଏ ବିଜୟ ପାଇଁ ଭଗୱା ସାହାର ନେଇଛନ୍ତି। ନୂତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନେକ ଥର କାନ୍ଧରେ 'ଓମ୍' ଲେଖାଥିବା ଉତ୍ତରୀୟ ପକାଇଥିବାର ନଜର ଆସିଥିଲେ। ଏପରି ପରିସ୍ଥିତିରେ ଭଗୱା ଉତ୍ତରୀୟକୁ ନିର୍ବାଚନରେ ତାଙ୍କ ବିଜୟ ପ୍ରତୀକ ଭାବରେ ଦେଖାଯାଉଛି।

ଅଷ୍ଟ୍ରେଲିଆ ଲେବର ପାର୍ଟି ନେତା ଆନ୍ଥୋନି ଆଲବାନିଜ୍ ଙ୍କ ସମ୍ପର୍କରେ ଏହା କୁହାଯାଏ ଯେ ସେ ଚୀନ ସହ ଦେଶର ସମ୍ପର୍କକୁ ସୁଧାରି ପାରିବେ। ଭାରତ ସହ ତାଙ୍କର ସମ୍ପର୍କ ଉତ୍ତମ ରହିଛି। ଭାରତ-ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କକୁ ସେ ନୂଆ ସ୍ତରକୁ ନେଇପାରିବେ।  

Also Read: ପରାଜୟ ସ୍ୱୀକାର କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ; ଦାୟିତ୍ୱ ନେବେ ଆନ୍ଥୋନୀ ଆଲବାନିଜ୍

ନୂତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଙ୍କ ଜୀବନ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରିଛି। ସେ ତାଙ୍କ ମାତାର ଏକମାତ୍ର ପୁତ୍ର ଥିଲେ। ଏକାକୀ ମାଆ ତାଙ୍କୁ ଲାଳନପାଳନ କରିଥିଲେ। ପିଲା ଦିନେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କ ପିତା ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେ ମାତ୍ର ୧୨ ବର୍ଷ ବୟସରେ ରାଜନୈତିକ ଆନ୍ଦୋଳନରେ ଯୋଡ଼ି ହୋଇଥିଲେ।