କାର-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ
Advertisement

କାର-ବାଇକ ମୁହାଁମୁହିଁ ଧକ୍କା, ୨ ମୃତ

ମୃତକ ଦୁଇ ଜଣ କୌଣସି କାମରେ ଫୁଲବାଣୀ ଆସିଥିଲେ । ତେବେ କାମ ସାରି ଘରକୁ ଫେରୁଥିବା ବେଳେ ବାରପାଦ ବୁଲାଣିରେ ଏହି ଦୁର୍ଘଟଣା ହୋଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ସାହୁ, ଜି. ଉଦୟଗିରି: କନ୍ଧମାଳ ଜିଲ୍ଲା ସଦର ଥାନା ବାରପାଦ ବୁଲାଣିରେ ଦୁର୍ଘଟଣା । କାର ଓ ବାଇକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ୱୟ ହେଲେ ନରେଶ ବଗାରୀ ଓ ପ୍ରଦୀପ ବଗାରୀ । ଉଭୟ ସମ୍ପର୍କୀୟ ଭାଇ ଏବଂ ସେମାନଙ୍କ ଘର ଗୋଛାପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଅନ୍ୟପଟେ କାର ଚାଳକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ, ମୃତକ ଦୁଇ ଜଣ କୌଣସି କାମରେ ଫୁଲବାଣୀ ଆସିଥିଲେ । ତେବେ କାମ ସାରି ଘରକୁ ଫେରୁଥିବା ବେଳେ ବାରପାଦ ବୁଲାଣିରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ, କାରଟି ରାସ୍ତା ତଳକୁ ଖସି ପଡ଼ିଥିବା ଦେଖିବାକୁ ମିଳିଛି । 

ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।