ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୧୧୫୦ କୋରୋନା ଆକ୍ରାନ୍ତ
Advertisement

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୧୧୫୦ କୋରୋନା ଆକ୍ରାନ୍ତ

 ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୪୦,୭୧୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ଆଉ ୧୧୫୦ କୋରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ କୋରୋନା ଭୂତାଣୁର ଆତଙ୍କ ଜାରି ରହିଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାସହ କୋରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଦେଖାଦେଉଛି । ଏହି ସମୟରେ ଓଡ଼ିଶାବାସୀଙ୍କ ପାଇଁ ଏକ ଭଲ ଖବର ଯେ ରାଜ୍ୟରେ ପ୍ରତିଦିନ ସଂକ୍ରମିତଙ୍କ ସୁସ୍ଥ ହାରରେ ସୁଧାର ଆସୁଛି । ଏହି କ୍ରମରେ ଆଜି(ଗୁରୁବାର) ରାଜ୍ୟରେ ପୁଣି ୧୧୫୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ୨୬,୮୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି ।  

ସୂଚନାଯୋଗ୍ୟ, ଆଜି ସର୍ବାଧିକ ଗଞ୍ଜାମରୁ ୨୯୦ ଜଣ, ଖୋର୍ଦ୍ଧାରୁ ୧୯୭ ଜଣ, ରାୟଗଡାରୁ ୧୨୧ ଜଣ, ସୁନ୍ଦରଗଡ଼ରପ ୭୬ ଜଣ, ଯାଜପୁରରୁ ୪୭ ଜଣ, କୋରାପୁଟରୁ ୪୫ ଜଣ, କଟକରୁ ୪୪ ଜଣ, ପୁରୀରୁ ୪୦ ଜଣ, ନୟାଗଡାରୁ ୩୫ ଜଣ, କେନ୍ଦୁଝରରୁ ୩୩ ଜଣ, ବାଲେଶ୍ୱରରୁ ୨୫ ଜଣ, କଳାହାଣ୍ଡିରୁ ୨୫ ଜଣ, ମୟୂରଭଞ୍ଜରୁ ୨୪ ଜଣ, ବଲାଙ୍ଗୀରରୁ ୨୨ ଜଣ, ଭଦ୍ରକରୁ ୧୫ ଜଣ, କନ୍ଧମାଳରୁ ୧୪ ଜଣ, ଜଗତସିଂହପୁରରୁ ୧୧ ଜଣ, କେନ୍ଦ୍ରାପଡାରୁ ୧୧ ଜଣ, ମାଲକାନଗିରିରୁ ୧୦ ଜଣ, ନୂଆପଡାରୁ ୮ ଜଣ, ବରଗଡରୁ ୭ ଜଣ, ଢେଙ୍କାନାଳରୁ ୬ ଜଣ, ଅନୁଗୋଳ ଓ ସୁବର୍ଣ୍ଣପୁରରୁ ୫-୫ ଜଣ, ଗଜପତି ଓ ଝାରସୁଗୁଡାରୁ ୪-୪ ଜଣ, ବୌଦ୍ଧରୁ ୨ ଜଣ ଏବଂ ନବରଙ୍ଗପୁରରୁ ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ଦ୍ୱାରା ସବିଶେଷ ତଥ୍ୟ ଅନୁସାରେ, ଆଜି ସକାଳ ସୁଦ୍ଧା ରାଜ୍ୟରେ ମୋଟ ୪୦,୭୧୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୩୫ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଏହାସହ କୋରୋନା ସଂକ୍ରମିତ ସହ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ବରଣ କରିଥିବା ରୋଗୀଙ୍କ ସଂଖ୍ୟା ୪୫ରେ ପହଞ୍ଚିଛି । ୨୫,୭୩୮ ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ରାଜ୍ୟରେ ମୋଟ ୧୪,୬୯୯ ସଂକ୍ରିୟ କୋରୋନା ସଂକ୍ରମିତ ମାମଲା ରହିଛି ।