ବାତିଲ ହେଲା ସିବିଏସଇ ପରୀକ୍ଷା, ହେଲେ ସିଏଚଏସଇ କେବେ ?
Advertisement

ବାତିଲ ହେଲା ସିବିଏସଇ ପରୀକ୍ଷା, ହେଲେ ସିଏଚଏସଇ କେବେ ?

ବାତିଲ ହେଲା ସିବିଏସଇ ପରୀକ୍ଷା, ଅନିଶ୍ଚିଚତତାରେ ସିଏଚଏସଇ । ଅନ୍ଧାରରେ ଛାତ୍ରଛାତ୍ରୀ । କେବେ ହେବ ଯୁକ୍ତ ଦୁଇ ବଳକା ପରୀକ୍ଷା, କେବେ ବାହାରିବ ଫଳ । ଏହାକୁ ନେଇ ସସପେନ୍ସ ଜାରି ରହିଛି ।

ବାତିଲ ହେଲା ସିବିଏସଇ ପରୀକ୍ଷା, ହେଲେ ସିଏଚଏସଇ କେବେ ?

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ବାତିଲ ହେଲା ସିବିଏସଇ ପରୀକ୍ଷା, ହେଲେ ସିଏଚଏସଇ କେବେ ? ମହାମାରୀ କୋରୋନା ଭୟାବହତା ତଥା ନାନା କଟକଣା ହେତୁ ବାଜିରେ ଲାଗିଥିବା ଛାତ୍ରଛାତ୍ରୀଙ୍କ ଭାଗ୍ୟ ଭବିଷ୍ୟ ଏବେ ଫିଟୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ପରୀକ୍ଷାକୁ ବାତିଲ କରି ବିକଳ୍ପ ବ୍ୟବସ୍ଥା ଆପଣାଯାଉଥିବା ବେଳେ ଆଜି ସିବିଏସଇ ଓ ଆଇସିଏସଇ ବୋର୍ଡ ପକ୍ଷରୁ ବଳକା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ଏସବୁ ଭିତରେ ରାଜ୍ୟ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ପକ୍ଷରୁ ପରିଚାଳିତ ବଳକା ଯୁକ୍ତ ଦୁଇ ପରୀକ୍ଷା ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି । ଜୁଲାଇ ପ୍ରଥମ ସପ୍ତାହରୁ ଏସବୁ ପରୀକ୍ଷା ହେବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ବେଳେ ଏଯାବତ ନିଷ୍ପତ୍ତି ହୋଇନଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ସଂଘ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବାତିଲ ହେଲା ସିବିଏସଇ ପରୀକ୍ଷା, ଅନିଶ୍ଚିଚତତାରେ ସିଏଚଏସଇ । ଅନ୍ଧାରରେ ଛାତ୍ରଛାତ୍ରୀ । କେବେ ହେବ ଯୁକ୍ତ ଦୁଇ ବଳକା ପରୀକ୍ଷା, କେବେ ବାହାରିବ ଫଳ । ଏହାକୁ ନେଇ ସସପେନ୍ସ ଜାରି ରହିଛି । ସିବିଏସଇ ଓ ଆଇସିଏସଇ ବୋର୍ଡ ପକ୍ଷରୁ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ବଳକା ପରୀକ୍ଷାକୁ ବାତିଲ କରିବା ନେଇ ସଲିସିଟର ଜେନେରାଲ ସୁପ୍ରିକୋର୍ଟଙ୍କୁ ଜଣାଇଛନ୍ତି । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ହେବାକୁ ଥିବା ଏସବୁ ପରୀକ୍ଷାକୁ ବାତିଲ କରାଯାଇଛି । ତେବେ ବିକଳ୍ପ ଭାବେ ପୂର୍ବ ପରୀକ୍ଷାକୁ ଆସେସମେଣ୍ଟ କରି ଫଳ ପ୍ରକାଶ କରାଯିବ ବୋଲି କୁହାଯାଇଛି । ଏହାସହ ସ୍ଥିତି ସୁଧୁରିବା ପରେ ଛାତ୍ରଛାତ୍ରୀ ମାନେ ଚାହିଁଲେ ପରୀକ୍ଷା ମଧ୍ୟ ଦେଇପାରିବେ ବୋଲି ଏକ ବିକଳ୍ପ ରଖାଯାଇଛି ।

ସେପଟେ ରାଜ୍ୟ ଗଣଶିକ୍ଷା ବିଭାଗ ଅଧିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ବଳକା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ନେଇ ଏବେବି ଆଶା ଆଶଙ୍କା ଜାରି ରହିଛି । ପୂର୍ବରୁ ସିବିଏସଇ ଭଳି ଏସବକୁ ପରୀକ୍ଷାକୁ ଜୁଲାଇ ପ୍ରଥମ ସପ୍ତାହରୁ କରିବା ନେଇ ତାରିଖ ଧାର୍ଯ୍ୟ ହୋଇଥିଲେ ବି ଆଉ ଦିନ କେଇଟା ଥିବା ବେଳେ କୌଣସି ବିଧିବଦ୍ଧ ନିଷ୍ପତ୍ତି ହୋଇନାହିଁ । ବର୍ତ୍ତମାନର ପରିସ୍ଥିତି ଦେଖି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ମତାମତ ପାଇଁ ପଠାଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ସେପଟେ ତୁରନ୍ତ ଠୋସ୍ ପଦକ୍ଷେପ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସନ୍ଦେହ ଦୂର କରିବାକୁ ଦାବୀ କରିଛନ୍ତି ଶିକ୍ଷକ ସଂଘ ।

ଏହାସହ ରାଜ୍ୟରେ କିଛି ଶ୍ରେଣୀ ପାଇଁ ଅନଲାଇନ ପାଠପଢା ଜାରି ରହିଥିବା ବେଳେ ସମସ୍ତ ପିଲାମାନଙ୍କ ପାଖରେ ପଂହଚାଇବାକୁ କମିଟି ଗଠନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ବିଦ୍ୟାଳୟ ଖୋଲିବା ନେଇ ଜୁଲାଇ ୩୧ ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ଏସବୁ ସମେତ ବାକି ଥିବା କେବଳ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପ୍ରତି ବିଭାଗ ପକ୍ଷରୁ ତୁରନ୍ତ ନିଷ୍ପତ୍ତି ନେବାକୁ ଦାବି ହୋଇଛି  ।