ଅରୁଣ ବୋଥ୍ରାଙ୍କୁ ADG ପାହ୍ୟାକୁ ପଦୋନ୍ନତି
Advertisement

ଅରୁଣ ବୋଥ୍ରାଙ୍କୁ ADG ପାହ୍ୟାକୁ ପଦୋନ୍ନତି

ପରୀ ହତ୍ୟାକାଣ୍ଡର ତଦନ୍ତ ଭାବର SIT ନେବାର ମାତ୍ର ୧୬ ଦିନ ଭିତରେ ଅରୁଣ ବୋଥ୍ରା ଅଭିଯୁକ୍ତକୁ ଗିରଫ କରିଥିଲେ। ଯାହାକୁ ନୟାଗଡ ପୋଲିସ (Nayagarh Police) ୫ ମାସରେ କରିପାରିନଥିଲା। ଏହା ପରେ ଅରୁଣ ଦିନକୁ ଦିନ ହତ୍ୟାକାଣ୍ଡର ବିଭିନ୍ନ ପ୍ରମାଣ ଖୋଜି ବାହାର କରିଥିଲେ।

ଅରୁଣ ବୋଥ୍ରାଙ୍କୁ ADG ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର: ଯାହା ଅନୁମାନ କରାଯାଉଥିଲା ଶେଷରେ ସେଇଆ ହେଲା। IPS ଅରୁଣ ବୋଥ୍ରାଙ୍କୁ ମିଳିଲା ପଦୋନ୍ନତି। ତାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ପାହ୍ୟାକୁ ପ୍ରମୋସନ କରାଯାଇଛି। ଅରୁଣଙ୍କ ସହ ୧୯୯୬ ବ୍ୟାଚର ସଂଜୟ ସିଂହ ଓ ସୁନିତା କକରନଙ୍କୁ ମଧ୍ୟ ଏହି ପଦୋନ୍ନତି ମିଳିଛି। ଏନେଇ ମଙ୍ଗଳାବାର ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

ଅରୁଣ ବୋଥ୍ରା (Arun Bothra) ଙ୍କ ପ୍ରମୋସନକୁ ନେଇ ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପାଟଣାଗଡ (Patnagarh) ପାର୍ସଲ ବୋମା ମାମଲାକୁ ସମାଧାନ କରିଥିବା ଅରୁଣ ଏବେ ପରୀ ହତ୍ୟାକାଣ୍ଡର ତଦନ୍ତ କରୁଛନ୍ତି। ତାଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ  SIT ଟିମର ମୁଖ୍ୟ କରାଯାଇଛି। ତେବେ ସେ ପରୀ ହତ୍ୟା ମାମଲା (Pari Murder Case) ର ଦାୟିତ୍ୱ ଯେଉଁ ଦିନଠୁ ହାତକୁ ନେଇଛନ୍ତି, ସେହି ଦିନଠୁ ଚର୍ଚ୍ଚାରେ ଅଛନ୍ତି।

Also Read: Pari Murder Case: SITକୁ ଅଡୁଆରେ ପକାଇଛି ନୟାଗଡ ପୋଲିସ

ପରୀ ହତ୍ୟାକାଣ୍ଡର ତଦନ୍ତ ଭାବର SIT ନେବାର ମାତ୍ର ୧୬ ଦିନ ଭିତରେ ଅରୁଣ ବୋଥ୍ରା ଅଭିଯୁକ୍ତକୁ ଗିରଫ କରିଥିଲେ। ଯାହାକୁ ନୟାଗଡ ପୋଲିସ (Nayagarh Police)  ୪ ମାସରେ କରିପାରିନଥିଲା। ଏହା ପରେ ଅରୁଣ ଦିନକୁ ଦିନ ହତ୍ୟାକାଣ୍ଡର ବିଭିନ୍ନ ପ୍ରମାଣ ଖୋଜି ବାହାର କରିଥିଲେ। ଏହା ନିହାତି ଭାବେ ପ୍ରଶଂସନୀୟ କାର୍ଯ୍ୟ। କିନ୍ତୁ ଅରୁଣଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ସେ ସରକାରୀ କଳର କାହାକୁ ବଞ୍ଚାଉଛନ୍ତି, ଯେଉଁଥିପାଇଁ ତାଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରାଯାଇଥିବା ଅଭିଯୋଗ ହେଉଛି। 

ସେପଟେ ଅରୁଣ ବୋଥ୍ରାଙ୍କୁ ଦିଆଯାଇଥିବା ତଦନ୍ତ ଭାରକୁ ନେଇ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ, କୌଣସି ଅପରାଧିକ ମାମଲାର ତଦନ୍ତ କେବଳ ପୋଲିସ ବିଭାଗରେ ଥିବା ବ୍ୟକ୍ତି କରିପାରିବେ। ମଙ୍ଗଳବାର ପର୍ଯ୍ୟନ୍ତ ଅରୁଣ ବୋଥ୍ରା OSRTC ର MD ଥିଲେ। ତାଙ୍କର କୌଣସି ପୋଲିସ ପାୱାର ନଥିଲା। ଯଦି ପ୍ରକାଶ ମିଶ୍ର କଥାକୁ ବିଚାରକୁ ନିଆଯାଏ, ତେବେ ଅରୁଣ ବୋଥ୍ରାଙ୍କ ତଦନ୍ତ ଆଇନ ସଙ୍ଗତ ହୋଇନଥାନ୍ତା।

fallback

ଯେଉଁଭଳି ଭାବେ ଅରୁଣ ବୋଥ୍ରା ପରୀ ହତ୍ୟାକାଣ୍ଡ ମାମଲାକୁ ହ୍ୟାଣ୍ଡେଲ କରୁଛନ୍ତି, ତହା  ହୋଇପାରେ ଅରୁଣ ବୋଥ୍ରାଙ୍କ ପରିଶ୍ରମକୁ ବୃଥା ନ କରିବା ପାଇଁ ସରକାର ତାଙ୍କୁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ADG) ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ଏବେ ନ୍ୟାୟିକ ଭାବେ ଅରୁଣ ଜଣେ ପୋଲିସ ଅଫିସର ଭୂମିକା ନିଭାଇବେ। ଯାହା ପରୀ ହତ୍ୟାକାଣ୍ଡରେ ଯୋଗାଡ କରାଯାଇଥିବା ପ୍ରମାଣ ଏବଂ ତଦନ୍ତକୁ ବୈଧ ଦର୍ଶାଇବ।

Also Read: 'କାଲି କରିଥିଲା ଭୁଲ୍, ଆଜି କେମିତି ହେଲା ନିର୍ଦ୍ଦୋଷ'

୧୯୯୬ ବ୍ୟାଚର IPS ଅରୁଣ ବୋଥ୍ରା ପଦୋନ୍ନତି ଗ୍ରହଣଯୋଗ୍ୟ। କିନ୍ତୁ ସରକାର ଯେଉ ଭଳି ଭାବେ ସମୟାନୁକ୍ରମରେ ପଦକ୍ଷେପ ନେଉଛନ୍ତି ତାହା ତାଙ୍କୁ ବିବାଦ ଘେରକୁ ଟାଣି ନେଉଛି। ପରୀ ହତ୍ୟାକାଣ୍ଡ ମାମଲାରେ ନୟାଗଡ ପୋଲିସର ଅବହେଳା ଅଭିଯୋଗରେ ସଦର ପୋଲିସ SDPO ଓ ଥାନାଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି। କିନ୍ତୁ ନୟାଗଡ SPଙ୍କୁ ଏଇ ନିକଟରେ ପୋଲିସ ମୁଖ୍ୟାଳୟକୁ ଟ୍ରାନ୍ସଫର କରାଯାଇଛି। ସେପଟେ ମଙ୍ଗଳବାର IPS ଅରୁଣ ବୋଥ୍ରା ପଦୋନ୍ନତି ଦିଆଯାଇଥିବା ପ୍ରୋମସନ ସରକାରଙ୍କ ଆଭିମୂଖ୍ୟକୁ ସ୍ପଷ୍ଟ କରୁଛି।