ଚାଷୀଙ୍କୁ ସାବଧାନ ! ଏହି ୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha949592

ଚାଷୀଙ୍କୁ ସାବଧାନ ! ଏହି ୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଏହାସହ ଆସନ୍ତା ୨୮ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗର (Bay Of Bengal) ର ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଚାଷୀଙ୍କୁ ସାବଧାନ ! ଏହି ୪ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଲଘୁଚାପ ଦୁର୍ବଳ ହେବାରୁ ଏବେ ମୌସୁମୀ ସକ୍ରିୟ । ୨୮ରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା । ଗତକାଲି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଥିବା ୱେଲମାର୍କ ଲୋ-ପ୍ରେସର ଦୁର୍ବଳ ହୋଇ ଆଜି ଲଘୁଚାପରେ ପରିଣତ ହୋଇଛି । ଏହାସହ ଝାଡ଼ଖଣ୍ଡ ମୁହାଁ ହୋଇ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସହ ସକ୍ରିୟ ରହିଛି । ଏହାସହ ଏକ ମୌସୁମୀ ଟ୍ରାପ୍ ଲାଇନ ମଧ୍ୟ ସମୁଦ୍ରପତ୍ତନରୁ ଲମ୍ବିଛି। 

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Department)  । ଏହାସହ ଆସନ୍ତା ୨୮ ତାରିଖ ଆଡକୁ ଉତ୍ତର ବଙ୍ଗୋପସାଗର (Bay Of Bengal) ର ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Also Read: ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ

ଯାହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପରଠାରୁ ବର୍ଷାର ପରିମାଣ ବୃଦ୍ଧି ହେବା ସହ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning)  ଜାରି କରିଛି କେନ୍ଦ୍ର । ସେପଟେ ସମୁଦ୍ର ଅଶାନ୍ତ ହେତୁ ଆସନ୍ତା ୨୪ ଘଣ୍ଟା ପାଇଁ ସମୁଦ୍ର ଗର୍ଭକୁ ପ୍ରବେଶ କରିବା ଲାଗି ବାରଣ କରାଯାଇଛି ।