ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ
Advertisement
Article Detail0/zeeodisha/odisha949560

ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ

ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଦେହାନ୍ତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଚୌଦ୍ୱାରରୁ ବାରିପଦାକୁ ସ୍ଥାନାନ୍ତର ବେଳେ ସିମୁଳିଆ ନିକଟରେ ପୋଲିସ ଏନକାଉଣ୍ଟର କରିଥିଲା। 

ଡିଜାଇନ ଫଟୋ

ଭୁବନେଶ୍ୱର: କମିଶନରେଟ ପୋଲିସ ଏନକାଉଣ୍ଟରର ଶିକାର ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଦେହାନ୍ତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଚୌଦ୍ୱାରରୁ ବାରିପଦାକୁ ସ୍ଥାନାନ୍ତର ବେଳେ ସିମୁଳିଆ ନିକଟରେ ପୋଲିସ ଏନକାଉଣ୍ଟର କରିଥିଲା। ହାଇଦରର ପେଟରେ ଗୋଟିଏ ଗୁଳି ବାଜି ଗୁରୁତର ହୋଇଥିଲା।

ପୋଲିସର କହିବା ଅନୁସାରେ, ବାଲେଶ୍ୱର ସିମୁଳିଆ ନିକଟରେ ଏନକାଉଣ୍ଟର ହୋଇଥିଲା। କୌଣସି ମାମଲା ସମ୍ୱନ୍ଧୀୟ ତଦନ୍ତ ପାଇଁ ବାରିପଦା ନେଉଥିଲା ପୋଲିସ। ଏହି ସମୟରେ ବାଲେଶ୍ୱର ନିକଟରେ ପରିସ୍ରା ଯିବା ନେଇ ଜିଦ୍ ଧରିଥିଲା ହାଇଦର। ପରେ କୌଶଳ କ୍ରମେ ପୋଲିସର ବନ୍ଧୁକ ଛଡ଼ାଇ ଫେରାର ହେବାକୁ ଉଦ୍ୟମ ବେଳେ ଏନକାଉଣ୍ଟର ହୋଇଥିଲା। 

Also Read: ପରିସ୍ରା ବାହାନାରେ ଚମ୍ପଟ ମାରିବା ବେଳେ ହାଇଦରକୁ Encounter

ହାଇଦର (Hider) ର ପେଟରେ ଗୁଳି ବାଜିଲା ପରେ ତାକୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାର ହେହାନ୍ତ ହୋଇଛି। ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ହାଇଦରର ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। ପୋଷ୍ଟମର୍ଟମ ସହ ଆବଶ୍ୟକୀୟ କାଗଜପତ୍ର କାମ ପରେ ପରିବାର ଲୋକଙ୍କୁ ହାଇଦରର ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

କୁଖ୍ୟାତ ଅପରାଧୀ ହାଇଦର ଫେରାର ହେବା ନେଇ ଏହା ଦ୍ୱିତୀୟ ଥରର ପ୍ରୟାସ ଥିଲା। ପୂର୍ବରୁ ମଧ୍ୟ କଟକ ବଡ଼ ମେଡିକାଲରୁ ଚଳିତବର୍ଷ ଏପ୍ରିଲ ୧୦ ରେ ହାଇଦର୍ ଫେରାର ହୋଇଯାଇଥିଲା। ପରେ ବହୁ ତନାଘନା ପରେ ତେଲଙ୍ଗାନା (Telangana) ସାଙ୍ଗାରେଡ୍ଡୀରୁ ପୋଲିସ ଧରିଥିଲା। ପରେ କୋଭିଡରେ ଆକ୍ରାନ୍ତ ହେବାରୁ ହାଇଦରକୁ ଚୌଦ୍ୱାର ଜେଲରେ ରଖାଯାଇଥିଲା। ଏବେ ହାଇଦରକୁ ଏନକାଉଣ୍ଟର କରାଯାଇଛି।