• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha Khabar
  • /ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

କୋରୋନା ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର...

Edited ByZee Odisha Desk
Published: Jul 15, 2020, 09:13 AM IST|Updated: Jul 15, 2020, 09:13 AM IST
joinshare
ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    PM Modi: କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ,ଜାଣନ୍ତୁ କାରଣ

    PM Modi: କ୍ଷମା ମାଗିଲେ ମେଟା ସିଇଓ ମାର୍କ ଜୁକରବର୍ଗ,ଜାଣନ୍ତୁ କାରଣ

    2

    Zee Entertainment Enterprises: 'ଜୀ'କୁ ମିଳିଲା ଆଉ ଏକ ସଫଳତା, ଇଟାଲୀୟ ଫୁଟବଲ୍ ଲିଗ୍ ପାଇଁ...

    3

    President Droupadi Murmu: ସରିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ଫେରିଲ

    4

    Odisha Textbook Error Update: ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ମନୋଜଙ୍କୁ ସର୍ତ୍ତମୂଳକ ଜାମ

    5

    Hirakud Dam: ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଥେରାପି। ଭୁବନେଶ୍ୱରର ସମ, କିମ୍ସ ଓ କଟକର ଅଶ୍ୱିନୀ ଡାକ୍ତରଖାନାରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। କୋରୋନା ସଂକ୍ରମିତଙ୍କ ପାଇଁ ଏହି ଥେରାପି ଲାଭଦାୟକ ହେଉଥିବା ବେଳେ ରାଜ୍ୟରେ ଏହାକୁ ଆରମ୍ଭ କରାଯିବ। ତେବେ କଟକ ଏସସିବି ମେଡ଼ିକାଲ ପ୍ଲାଜମାର ନୋଡ଼ାଲ ସେଣ୍ଟର ଭାବେ କାର୍ଯ଼୍ୟ କରିବ ବୋଲି ଜଣାପଡ଼ିବ। 

    ସେହିପରି ୫ଟି ହଟସ୍ପଟ ଜିଲ୍ଲା ଉପରେ ରାଜ୍ୟ ସରକାର ଫୋକସ କରାଯାଇଛି। ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ୫ଟି ଜିଲ୍ଲା ଉପରେ ବିଶେଷ ଫୋକସରେ ରଖିଛନ୍ତି ରାଜ୍ୟ ସରକାର। ତେବେ ଏହି ୫ଟି ଜିଲ୍ଲାରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପ୍ଲାଜମା ଥେରାପିକୁ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। 

    ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ଏହି ପ୍ଲାଜମା ଥେରାପିକୁ କଟକ ଏସସିବି ମେଡିକାଲରେ ଆରମ୍ଭ କରିବେ। ଏହା ସହିତ ରାଜ୍ୟରେ ଦୈନିକ କୋରୋନା ଟେଷ୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ରାଜ୍ୟରେ ୭ ହଜାର ସଂଖ୍ୟା ରହିଛି। ଏହାକୁ ବୃଦ୍ଧି କରାଯାଇ୯ ହଜାର କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଟେଷ୍ଟ ପାଇଁ ଘରୋଇ ଚିକିତ୍ସାଳୟକୁ ଅନୁମତି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। 

    Add Zee News as a Preferred Source
    TAGS:
    plasma therapy
    SCB Hospital
    Corona Hotspot
    Odisha