ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି
Advertisement

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

କୋରୋନା ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର...

ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଥେରାପି। ଭୁବନେଶ୍ୱରର ସମ, କିମ୍ସ ଓ କଟକର ଅଶ୍ୱିନୀ ଡାକ୍ତରଖାନାରେ ପ୍ଲାଜମା ଥେରାପି ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। କୋରୋନା ସଂକ୍ରମିତଙ୍କ ପାଇଁ ଏହି ଥେରାପି ଲାଭଦାୟକ ହେଉଥିବା ବେଳେ ରାଜ୍ୟରେ ଏହାକୁ ଆରମ୍ଭ କରାଯିବ। ତେବେ କଟକ ଏସସିବି ମେଡ଼ିକାଲ ପ୍ଲାଜମାର ନୋଡ଼ାଲ ସେଣ୍ଟର ଭାବେ କାର୍ଯ଼୍ୟ କରିବ ବୋଲି ଜଣାପଡ଼ିବ। 

ସେହିପରି ୫ଟି ହଟସ୍ପଟ ଜିଲ୍ଲା ଉପରେ ରାଜ୍ୟ ସରକାର ଫୋକସ କରାଯାଇଛି। ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧାରେ ଅନିୟନ୍ତ୍ରିତ ଭାବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ୫ଟି ଜିଲ୍ଲା ଉପରେ ବିଶେଷ ଫୋକସରେ ରଖିଛନ୍ତି ରାଜ୍ୟ ସରକାର। ତେବେ ଏହି ୫ଟି ଜିଲ୍ଲାରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ପ୍ଲାଜମା ଥେରାପିକୁ ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। 

ଆଜି ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ଏହି ପ୍ଲାଜମା ଥେରାପିକୁ କଟକ ଏସସିବି ମେଡିକାଲରେ ଆରମ୍ଭ କରିବେ। ଏହା ସହିତ ରାଜ୍ୟରେ ଦୈନିକ କୋରୋନା ଟେଷ୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ରାଜ୍ୟରେ ୭ ହଜାର ସଂଖ୍ୟା ରହିଛି। ଏହାକୁ ବୃଦ୍ଧି କରାଯାଇ୯ ହଜାର କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛି। ମଙ୍ଗଳବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ଟେଷ୍ଟ ପାଇଁ ଘରୋଇ ଚିକିତ୍ସାଳୟକୁ ଅନୁମତି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛି।