ସେ ୨୦୦୯-୨୦୧୨ ମଧ୍ୟରେ ଏହା ଉଦ୍ଭାବନ କରିଥିଲେ । ସେ ସ୍ୱର୍ଗତଃ ପ୍ରଫେସର ରମେଶ ଶ୍ରାବଣକୁମାରଙ୍କ ନେତୃତ୍ୱରେ ତାଙ୍କର ଗବେଷଣା ସମାପ୍ତ କରିଛନ୍ତି ।
Trending Photos
କେରଳ: ସାତ ବର୍ଷରୁ ଅଧିକ ସମୟ ଅପେକ୍ଷା କରିବା ପରେ କେରଳ ପ୍ରାଣୀ ଚିକିତ୍ସା ଡାକ୍ତର ଜନ୍ ଆବ୍ରାହମ କୁକୁଡ଼ାର ଅବଶେଷ ଓ ବର୍ଜ୍ୟବସ୍ତୁରୁ ବାୟୋଡିଜେଲ ତିଆରି ପାଇଁ ଏକ ପେଟେଣ୍ଟ ହାସଲ କରିଛନ୍ତି । ଏହି ଇନ୍ଧନ ଏକ ଲିଟରରେ ହାରାହାରି ୩୮ କିଲୋମିଟରରୁ ଅଧିକ ମାଇଲେଜ ଦେବ ଏବଂ ଏହାର ମୂଲ୍ୟ ଡିଜେଲର ବର୍ତ୍ତମାନର ମୂଲ୍ୟର ୪୦ ପ୍ରତିଶତ ଅଟେ ଏବଂ ଏହା ପ୍ରଦୂଷଣକୁ ମଧ୍ୟ ହ୍ରାସ କରିଥାଏ ।
କେରଳ ପ୍ରାଣୀ ଚିକିତ୍ସା ଏବଂ ପ୍ରାଣୀ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଆବ୍ରହାମ କହିଛନ୍ତି ଯେ ସାତ ବର୍ଷ ଅପେକ୍ଷା ପରେ ଜୁଲାଇ ୭, ୨୦୨୧ ରେ ତାଙ୍କୁ ଏହି ପେଟେଣ୍ଟ ପ୍ରଦାନ କରାଯାଇଥିଲା । ଆବ୍ରହାମ କୁକୁଡ଼ା ବର୍ଜ୍ୟବସ୍ତୁରୁ (Poultry Waste) ବାହାର କରାଯାଇଥିବା ତେଲରୁ ବାୟୋଡିଜେଲ ଉଦ୍ଭାବନ କରିଛନ୍ତି । ସେ କହିଥିଲେ ଯେ ସେ ୨୦୦୯-୨୦୧୨ ମଧ୍ୟରେ ଏହା ଉଦ୍ଭାବନ କରିଥିଲେ । ସେ ସ୍ୱର୍ଗତଃ ପ୍ରଫେସର ରମେଶ ଶ୍ରାବଣକୁମାରଙ୍କ ନେତୃତ୍ୱରେ ତାଙ୍କର ଗବେଷଣା ସମାପ୍ତ କରିଛନ୍ତି ।
Also Read: ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus
ଅନୁସନ୍ଧାନ ପରେ, ଆବ୍ରହାମ ୨୦୧୪ ମସିହାରେ ୱାୟାନାଡର କଲପେଟ୍ଟା ନିକଟ ପୋକୋଡେ ପ୍ରାଣୀ ଚିକିତ୍ସା କଲେଜରେ ୧୮ ଲକ୍ଷ ଟଙ୍କା ବ୍ୟୟରେ ଏକ ପରୀକ୍ଷାମୂଳକ କାରଖାନା ସ୍ଥାପନ କରିଥିଲେ। ଏଥିପାଇଁ ସେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (Indian Council of Agricultural Research)ରୁ ଅର୍ଥ ମଧ୍ୟ ପାଇଥିଲେ। ପରବର୍ତ୍ତୀ ସମୟରେ, ଭାରତ ପେଟ୍ରୋଲିୟମ (Bharat Petroleum) ର କୋଚି ଭିତ୍ତିକ ବିଶୋଧନାଗାର ଏପ୍ରିଲ୍ ୨୦୧୫ ରେ ଆବ୍ରହାମଙ୍କ ବାୟୋଡିଜେଲକୁ ଏକ ଗୁଣାତ୍ମକ ପ୍ରମାଣପତ୍ର ଦେଇଥିଲେ ଏବଂ ସେହି ଦିନଠାରୁ କଲେଜରେ ଏକ ଗାଡି଼ ସମାନ ଇନ୍ଧନରେ ଚାଲୁଥିଲା ।
Also Read: ସବୁଠାରୁ ବଡ଼ ସିଗାରେଟ କମ୍ପାନୀର ଫଇସଲା, ଆଉ ବଜାରକୁ ଆସିବନି Marlboro
ଯେତେବେଳେ ସେ ଇନ୍ଧନ ପାଇଁ କେବଳ କୁକୁଡ଼ାର ବର୍ଜ୍ୟବସ୍ତୁ ବ୍ୟବହାର କରନ୍ତି ବୋଲି ପଚରାଯିବାରୁ ଆବ୍ରହାମ କହିଛନ୍ତି ଯେ ପକ୍ଷୀ ଏବଂ ଘୁଷୁରି (Pig) ମାନଙ୍କ ପେଟରେ ପ୍ରଚୁର ଚର୍ବି ଥାଏ ଏବଂ ଏହି କାରଣରୁ ସାଧାରଣ ତାପମାତ୍ରାରେ ସେମାନଙ୍କଠାରୁ ତେଲ ବାହାର କରିବା ସହଜ ହୋଇଥାଏ । ଆବ୍ରହାମ ଏବଂ ତାଙ୍କ ଛାତ୍ରମାନେ ବର୍ତ୍ତମାନ ଘୁଷୁରୀ ବର୍ଜ୍ୟବସ୍ତୁରୁ ବାୟୋଡିଜେଲ ତିଆରି କରିବା ପାଇଁ ଏକ ପ୍ରକଳ୍ପରେ କାମ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କୁକୁଡ଼ା ଫାର୍ମ (Chicken Farm) ରୁ ମିଳିଥିବା କୁକୁଡ଼ାର ୧୦୦ କିଲୋଗ୍ରାମ ବର୍ଜ୍ୟବସ୍ତୁରୁ ଏକ ଲିଟର ବାୟୋଡିଜେଲ୍ ଉତ୍ପାଦନ କରାଯାଇପାରିବ ।