ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus
Advertisement
Article Detail0/zeeodisha/odisha950260

ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus

ରିପୋର୍ଟରେ କୁହାଯାଇଛି ଯେ ହଜାର ହଜାର ବର୍ଷ ପରେ ମଧ୍ୟ ଅନେକ ଭୂତାଣୁ ଜୀବନ୍ତ ଥିବା ଜଣାପଡିଛି ଏବଂ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ସମସ୍ତ ଭୂତାଣୁ ଠାରୁ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି।

ବିଶ୍ୱକୁ ବିପଦ ! ଚାଇନାର ୧୫ ହଜାର ବର୍ଷ ପୂର୍ବ ବରଫ ପାହାଡ଼ରେ ଜମି ରହିଛି ଏକ ନୂଆ Virus

New Viruses In China: ସମଗ୍ର ବିଶ୍ୱ ଚାଇନାର ଉହାନରୁ ଉତ୍ପନ୍ନ କୋରୋନା ଭାଇରସ୍ ସହିତ ଲଢେଇ କରୁଛି । ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି ଏବଂ ଏବେ ଯାଏ  ବି ହନ୍ତସନ୍ତ କରୁଛି କୋରୋନା ମହାମାରୀ । ଏହି ସମୟରେ, ଭୂତାଣୁ ବିଷୟରେ ଆଉ ଏକ ରିପୋର୍ଟ ଏବେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି। ୧୫ ହଜାର ବର୍ଷ ପୁରୁଣା ଭୂତାଣୁ ବରଫ ତଳେ ପୋତି ହୋଇଥିବାର ରିପୋର୍ଟରେ ଦର୍ଶାଯାଇଛି । ଏହି 'ଭୂତାଣ' ବାହାରକୁ ଆସିବା ପାଇଁ ଅପେକ୍ଷା କରିଥିବା ରିପୋର୍ଟରେ ଦର୍ଶାଯାଇଛି । 

ନିକଟରେ ଚାଇନାରେ Monkey B Virus (BV) ର ପ୍ରଥମ ମୃତ୍ୟୁ ଖବର ପ୍ରକାଶ ପାଇଥିବା ବେଳେ ମାଇକ୍ରୋବାୟୋମ ଜର୍ଣ୍ଣାଲରେ (Microbiome journal) ପ୍ରକାଶିତ ଏକ ଅଧ୍ୟୟନ ଚିନ୍ତା ବଢାଇ ଦେଇଛି। ଅଧ୍ୟୟନ ଅନୁଯାୟୀ, ଚାଇନାର ତିବ୍ଦତୀୟ ମାଳଭୂମିରେ ୧୫ ହଜାର ବର୍ଷ ପୁରୁଣା ବରଫର ନମୁନାରେ ଭୂତାଣୁ ଦେଖିବାକୁ ମିଳିଛି । ଏବେ ବଡ଼ ସମସ୍ୟାଟି ହେଉଛି ବୈଜ୍ଞାନିକମାନେ ମଧ୍ୟ ଏହି ଭୂତାଣୁ ବିଷୟରେ ସଂପୂର୍ଣ୍ଣ ଅଜଣା ଅଛନ୍ତି ।

Also Read: ସବୁଠାରୁ ବଡ଼ ସିଗାରେଟ କମ୍ପାନୀର ଫଇସଲା, ଆଉ ବଜାରକୁ ଆସିବନି Marlboro

ଏହି ଭୂତାଣୁ ପ୍ରଥମ ଥର ପାଇଁ ଜଣାପଡ଼ିଛି । ଯେଉଁ କାରଣରୁ ଡାକ୍ତରୀ ବିଜ୍ଞାନ ଏହା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଅଛନ୍ତି । ରିପୋର୍ଟରେ ଦାବି କରାଯାଇଛି ଯେ ହଜାର ହଜାର ବର୍ଷ ପୂର୍ବେ ଏହି ଭୂତାଣୁ ପୃଥିବୀରେ ସକ୍ରିୟ ଥିଲେ, ପରେ ସେମାନେ ବରଫରେ ଜମି ଯାଇଥିଲେ। ରିପୋର୍ଟରେ କୁହାଯାଇଛି ଯେ ହଜାର ହଜାର ବର୍ଷ ପରେ ମଧ୍ୟ ଅନେକ ଭୂତାଣୁ ଜୀବନ୍ତ ଥିବା ଜଣାପଡିଛି ଏବଂ ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇଥିବା ସମସ୍ତ ଭୂତାଣୁ ଠାରୁ ସେମାନେ ସମ୍ପୂର୍ଣ୍ଣ ଭିନ୍ନ ଅଟନ୍ତି। ଏଠାରେ ଏବେ ପ୍ରଶ୍ନ ଉଠୁଛି ଯେ, ଏପର୍ଯ୍ୟନ୍ତ ଯେତେ ବି ଗବେଷଣା (Research) ହୋଇଛି ଏହି ଭୂତାଣୁକୁ ଶେଷ କରିବାରେ ଏହା କେତେ ସକ୍ଷମ ହେବ। ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ ଭୂତାଣୁ ପରୀକ୍ଷା କରିବା ପାଇଁ ବୈଜ୍ଞାନିକମାନେ ଏକ ନୂତନ ପଦ୍ଧତି ଗ୍ରହଣ କରିଛନ୍ତି।

Also Read: ଷଡ଼ଯନ୍ତ୍ର! ଡ୍ରୋନ୍ ଜରିଆରେ J&K ରେ ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

ଅଧ୍ୟୟନରେ କୁହାଯାଇଛି ଯେ, ଏହି ବରଫ (Ice) ର ଗ୍ଲେସିୟରଗୁଡ଼ିକ ସମୟ ସହିତ ଧୀରେ ଧୀରେ ସୃଷ୍ଟି ହେଲା ଏବଂ ସେଥିରେ ବାୟୁ ଏବଂ ଧୂଳି ସହିତ ଭୂତାଣୁ ମଧ୍ୟ ଜମା ହୋଇଗଲେ । ବ୍ରିଜର ପୋଲାର ଏବଂ ଜଳବାୟୁ ଅନୁସନ୍ଧାନ କେନ୍ଦ୍ରର ଅନୁସନ୍ଧାନର ମୁଖ୍ୟ ଲେଖକ ତଥା ଓହିଓ ଷ୍ଟେଟ ୟୁନିଭର୍ସିଟିର ଅନୁସନ୍ଧାନକାରୀ ସି-ପିଙ୍ଗ ଜୋଙ୍ଗଙ୍କ ଅନୁଯାୟୀ ଚୀନ୍‌ର ପାଶ୍ଚାତ୍ୟ ଗ୍ଲାସିୟରଗୁଡିକ ଏପର୍ଯ୍ୟନ୍ତ ଅଧ୍ୟୟନ କରାଯାଇ ନାହିଁ। ଅନୁସନ୍ଧାନକାରୀମାନେ ବରଫରେ ଜମି ରହିଥିବା ୩୩ ଟି ଭୂତାଣୁଙ୍କ (Virus) ର ଜେନେଟିକ୍ କୋଡ୍ ପାଇଛନ୍ତି। ଯାହା ପୂର୍ବରୁ ଚିହ୍ନଟ ହୋଇସାରିଛି । ଏଥି ସହିତ ପ୍ରଥମ ଥର ପାଇଁ ୨୮ ଟି ଭୂତାଣୁ ମିଳିଥିଲା। ସେମାନଙ୍କ ବିଷୟରେ କୌଣସି ପୂର୍ବ ସୂଚନା ନାହିଁ ।