ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ
Advertisement

ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଆଜି ସମ୍ବଲପୁର ଜିଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କର୍ମୀମାନେ ଆସି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ତୈଳ ଦର ବୃଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ସମ୍ବଲପୁର: କ୍ରମାଗତ ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବିରୋଧ କରି ଆଜି(ସୋମବାର) ଦେଶ ସାରା ବିରୋଧ ପ୍ରଦର୍ଶନ କରୁଛି କଂଗ୍ରେସ । ଏହି କ୍ରମରେ ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆଜି ସମ୍ବଲପୁର ଜିଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ କର୍ମୀମାନେ ଆସି ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

 ଆଜକୁ ୨୨ ଦିନ ହେବ ପେଟ୍ରୋଲ ଓ ଡିଜେଲର ଦାମରେ ଅହେତୁକ ଭାବରେ ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ପନିପରିବା ଠାରୁ ଆରମ୍ଭ କରି ଦୈନିକ ଜୀବନରେ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧିକୁ ନେଇ ମଧ୍ୟ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଆଜି ସମ୍ବଲପୁର ଜିଲ୍ଲା କଂଗ୍ରେସ ତରଫରୁ ପେଟ୍ରୋଲ-ଡିଜେଲ ଦରଦାମ ବୃଦ୍ଧିରେ ରୋକ ଲଗାଇବା ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି ।