ମହାନଦୀ ଜଳ ବିବାଦ ପ୍ରସଙ୍ଗ: ମନ୍ତ୍ରୀ କହିଲେ, ଆପୋଷ ଆଲୋଚନା ବିଫଳ !
Advertisement
Article Detail0/zeeodisha/odisha709524

ମହାନଦୀ ଜଳ ବିବାଦ ପ୍ରସଙ୍ଗ: ମନ୍ତ୍ରୀ କହିଲେ, ଆପୋଷ ଆଲୋଚନା ବିଫଳ !

ମହାନଦୀ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତିକ୍ରିୟା । ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୈସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୈସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉନୁ । କିନ୍ତୁ ଛତିଶଗ

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ପ୍ରତିକ୍ରିୟା । ମହାନଦୀ ଛତିଶଗଡ଼ରୁ ବାହାରିଥିଲେ ମଧ୍ୟ ଅଧିକାଂଶ ଭାଗ ଓଡ଼ିଶାରେ ପ୍ରବାହିତ । ତେଣୁ ଆମକୁ ଆମ ନ୍ୟାର୍ଯ୍ୟ ଦାବି ମୁତାବକ ଜଳ ମିଳିବା ଦରକାର । ମୈସୁମୀ ସମୟରେ ଅସୁବିଧା ନାହିଁ କିନ୍ତୁ ଅଣମୈସୁମୀ ସମୟରେ ଆମେ ଯେତିକି ଜଳ ପାଇବା କଥା ପାଉନୁ । କିନ୍ତୁ ଛତିଶଗଡ଼ ତାଙ୍କ ଦାବିରେ ଅଟଳ । ଟ୍ରିବ୍ୟୁନାଲ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ କହିଥିଲେ । କିନ୍ତୁ ଜଣାପଡୁଛି ଆଲୋଚନା ବିଫଳ । ଏବେ ଟ୍ରିବ୍ୟୁନାଲ କ'ଣ ନିଷ୍ପତ୍ତି ନେଉଛନ୍ତି ତାହାକୁ ଅପେକ୍ଷା । ଆମ ସରକାରଙ୍କ ପକ୍ଷରୁ ଯେଉଁ ଯୁକ୍ତି ରହିଛି, ଆଶା କରୁଛୁ ଟ୍ରିବ୍ୟୁନାଲ ଆମ ସପକ୍ଷରେ ନିଷ୍ପତ୍ତି ନେବେ । ମହାନଦୀର ତଳ ମୁଣ୍ଡରେ ବ୍ୟାରେଜ୍ ଓ ରିଜର୍ଭୟର ପାଇଁ ଆମେ କେନ୍ଦ୍ର ଜଳ ଆୟୋଗକୁ ମଧ୍ୟ ଅନୁମତି ମାଗିଛୁ । ଅନୁମତି ମିଳିବା ପରେ ତଳ ମୁଣ୍ଡରେ ମଧ୍ୟ ମହାନଦୀ ଜଳ ସଂରକ୍ଷଣ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରଘୁନନ୍ଦନ  ।

ସେହିପରି ଏହି ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନେଇ କଡ଼ା ସମାଲୋଚନା କରିଛି କଂଗ୍ରେସ । ଦଳର ବରିଷ୍ଠ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଓଡିଶା ସରକାରଙ୍କ କିଛି ଆଭିମୁଖ୍ୟ ନାହିଁ । ପୂର୍ବରୁ କ'ଣ କରୁଥିଲେ, ଛତିଶଗଡ଼ ଯେତେବେଳେ ଆଡ଼ି ବନ୍ଧ ବାନ୍ଧୁଥିଲା । ଓଡ଼ିଶାର ଯେଉଁ କ୍ଷେତି ହୋଇଛି ତାହା ଉପରେ କିଛି ଆଲୋଚନା କରିନାହଁନ୍ତି । ଛତିଶଗଡ଼ ଯେଉଁ ପଇସା ଖର୍ଚ୍ଚ କରିଛି, ତାହା ଭାଙ୍ଗିବା ସମ୍ଭବ ନାହିଁ । ଏପଟେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ । ଭାଙ୍ଗିଲେ ସେଠିକାର ସରକାର ସହ ଆଲୋଚନା କରିବା ଉଚ୍ଚିତ । ଆରମ୍ଭ ବେଳେ କିଛି କଲେ ନାହିଁ । ହେଇ ସାରିବା ପରେ କହିଲେ କିଛି ଲାଭ ହେବ ନାହିଁ । ଯଦି ରାଜ୍ୟ ସରକାର କଥା ହେବେ, ଆମେ ରାଜ୍ୟ କଂଗ୍ରେସ ପକ୍ଷରୁ ସାଥ ଦେବୁ । ତଳେ ଯଦି ୧୧ଟି ଆଡ଼ି ବନ୍ଧ ହେବ, ଓଡିଶାବାସୀ ପାଣି ପାଇବେ ବୋଲି କହିଛନ୍ତି ସୁର । 

ଅନ୍ୟପଟେ ବିଜେପି କହିଛି, ଲମ୍ବା ସମୟ ଧରି ସୁପ୍ରିମକୋର୍ଟରେ କେସ ରହିଲା । ଭାରତ ସରକାର ଉଦ୍ୟମ କରୁଥିବା ବେଳେ ସେତେବେଳେ ରାଜ୍ୟ ସରକାର ଚାହିଁଲେ ନାହିଁ । ଆପୋଷ ବୁଝାମଣା ପାଇଁ କେନ୍ଦ୍ର ଚେଷ୍ଟାକୁ ନମାନି ରାଜନୀତି କଲେ । ଯାହାର ଫଳ ଓଡ଼ିଶାର ଚାଷୀ ଓ ଲୋକମାନେ ଭୋଗୁଛନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ, ରାଜନୀତି କରନ୍ତୁ ନାହିଁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ । ରାଜ୍ୟ ସରକାରଙ୍କୁ ଓଡ଼ିଶାର ସ୍ଵାର୍ଥରକ୍ଷା ପାଇଁ ସେ ଅନୁରୋଧ କରିଛନ୍ତି ।