ପୋଲିସ ଉପରେ ରାଗ, ପିକ୍ ଅଫ୍ ଭ୍ୟାନରେ ପୋଲିସ ଗାଡ଼ିକୁ ଧକ୍କା
Advertisement

ପୋଲିସ ଉପରେ ରାଗ, ପିକ୍ ଅଫ୍ ଭ୍ୟାନରେ ପୋଲିସ ଗାଡ଼ିକୁ ଧକ୍କା

ଆଜି ସକାଳେ 100/20କେଶ ରୁଜୁ ହୋଇ ଅସାମୀକୁ କୋର୍ଟ ଚାଲାଣ କରାଯାାଇଛି  । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଦିଲ୍ଲୀପ କୁମାର ଦାସ, ଜଳେଶ୍ୱର: ପୋଲିସ ଭ୍ୟାନକୁ ଧକ୍କା ଦେଲେ ପିକ୍ ଅପ୍ ଭ୍ୟାନ । ଏହା ଦୁର୍ଘଟଣା ନଥିଲା, ସୁପରିକଳ୍ପିତ ! ଅଳ୍ପକେ ବର୍ତ୍ତିଲେ ଜଣେ ଏଏସଆଇଙ୍କ ସହ ୩ ପୋଲିସ କର୍ମଚାରୀ । ମଦ ଦୋକାନ ଆଗରେ ହଙ୍ଗାମା କରୁଥିବା ଜଣେ ଯୁବକଙ୍କୁ ହଟାଇବାରୁ ପୋଲିସ ଉପରେ ହୋଇଛି ଏପରି ଆକ୍ରମଣ । ଅଭିଯୁକ୍ତ ଜୟସିଂ ପ୍ରଧାନକୁ ପୋଲିସ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । 

ଗତକାଲି ଅପରାହ୍ନରେ ବସ୍ତା-ବାଲିଆପାଳ ରାସ୍ତାର ପୁଟୁରା ଛକ ନିକଟରେ ଘଟିଛି ଏହି ଘଟଣା । ପୋଲିସର କହିବା ମୁତାବକ, ପୁରା ଘଟଣା ଥିଲା ଏପରି । ଗତକାଲି ଅପରାହ୍ନରେ ସିଂଲା ଛକରେ ଥିବା ମଦ ଦୋକାନକୁ ମଦ କିଣିବା ପାଇଁ ଏକ ପିକ ଅଫ୍ ଭ୍ୟାନରେ ଆସିଥିଲା ଅଭିଯୁକ୍ତ ଜୟସିଂ ପ୍ରଧାନ । ତେବେ ଦୋକାନ ବନ୍ଦ ଥିବାରୁ ଦୋକାନୀଙ୍କ ଘରେ ପାଟିତୁଣ୍ଡ କରିଥିଲେ । ଖବର ପାଇ ସିଂଲା ପୋଲିସ ପହଞ୍ଚି ଜୟସିଂଙ୍କୁ ସେଠାରୁ ପଳାଇବା ପାଇଁ କହିଥିଲେ । ପରେ ପୋଲିସ ମଧ୍ୟ ପେଟ୍ରୋଲିଂରେ ବାହାରିଥିଲା । 

fallback

ତେବେ ଏତିକିରେ ସରିନଥିଲା ପୁରା କାହାଣୀ । ପେଟ୍ରୋଲିଂ ପାଇଁ ବାହାରିଥିବା ପୋଲିସ ଗାଡ଼ିକୁ ଧକ୍କା ଦେବାକୁ ଚିନ୍ତା କରିଥିଲା ଅଭିଯୁକ୍ତ । ପୋଲିସ ଗାଡ଼ି ଅଳ୍ପ ଦୂର ଯାଇଥିବା ବେଳେ ନିଜ ପକ୍ ଅପ୍ ଭ୍ୟାନରେ ଧକ୍କା ଦେଇଥିଲା । ଫଳରେ ଏଏସଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଅଭିଯୁକ୍ତକୁ ଗିରଫ କରିଛି ସିଂଲା ପୋଲିସ । ଆଜି ସକାଳେ 100/20କେଶ ରୁଜୁ ହୋଇ ଅସାମୀକୁ କୋର୍ଟ ଚାଲାଣ କରାଯାାଇଛି  ।