କମିଶନରେଟ ପୋଲିସରେ ଯୋଗ ଦେଲେ ଦୁଇ ଡିସିପି
Advertisement

କମିଶନରେଟ ପୋଲିସରେ ଯୋଗ ଦେଲେ ଦୁଇ ଡିସିପି

ଟୁଇନ ସିଟି କମିଶନରେଟ ପୋଲିସର ନୂଆ ଟିମ୍ । ଭୁବନେଶ୍ବର ଡିସିପି ଭାବେ ଉମାଶଙ୍କର ଦାସ ଓ ପୁରୀ ଡିସିପି ଭାବେ ପ୍ରତୀକ ସିଂ ଯୋଗ ଦେଇଛନ୍ତି ।

ଫାଇଲ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ଟୁଇନ ସିଟିରେ ଯୋଗ ଦେଇଛନ୍ତି ଦୁଇ ଆଇପିଏସ ଅଧିକାରୀ । ଭୁବନେଶ୍ୱରରେ ଉମାଶଙ୍କର ଦାସ ଓ କଟକରେ ପ୍ରତୀକ ସିଂ ଡିସିପି ଭାବେ ଯୋଗ ଦେଇଛନ୍ତି । ଅନୁପ ସାହୁଙ୍କ ଡିଜିପି ଗୁଇନ୍ଦା ବିଭାଗକୁ ପଦୋନ୍ନତି ଓ ଅଖିଲେଶ୍ବର ସିଂଙ୍କୁ ପୁରୀ ଏସପି ଭାବେ ବଦଳି ହେବା ପରେ ଏହି ଦୁଇ ଆଇପିଏସ ଅଧିକାରୀଙ୍କୁ ଟୁଇନ ସିଟିର  ଡିସିପି ପଦ ମିଳିଛି । ଉମାଶଙ୍କର ପୁରୀରେ ଏସପି ଥିବା ବେଳେ ପ୍ରତୀକ କନ୍ଧମାଳରେ କାର୍ଯ୍ୟରତ ଥିଲେ । କମିଶନରେଟ ପୋଲିସର ଯୋଗ ଦେବା ପରେ ଟୁଇନ ସିଟିର ଅପରାଧ ନିୟନ୍ତ୍ରଣ, ଆଇନ ଶୃଙ୍ଖଳା ଓ କୋରୋନା ନିୟମ ମାନିବା ବଡ ଚ୍ୟାଲେଞ୍ଜ ହେବ ବୋଲି ନବ ନିଯୁକ୍ତ ଡିସିପି କହିଛନ୍ତି ।

ଟୁଇନ ସିଟି କମିଶନରେଟ ପୋଲିସର ନୂଆ ଟିମ୍ । ଭୁବନେଶ୍ୱର ଡିସିପି ଭାବେ ଉମାଶଙ୍କର ଦାସ ଓ ପୁରୀ ଡିସିପି ଭାବେ ପ୍ରତୀକ ସିଂ ଯୋଗ ଦେଇଛନ୍ତି । କୋରୋନା ସମୟରେ ପୁରୀରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରୀ ସମ୍ପାଦନ ଓ କନ୍ଧମାଳରେ ସଫଳତାର ସହ ନକ୍ସଲ ମୁକାବିଲା କରିଥିବାରୁ ଦୁଇ ଆଇପିଏସ ଅଧିକାରୀଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଥିବା କୁହାଯାଉଛି । ୨୦୦୮ ବ୍ୟାଚର ଆଇପିଏସ ଅଧିକାରୀ ପୁରୀ ପୂର୍ବରୁ ରାଉରକେଲାରେ ଏସପି କାର୍ଯ୍ୟ ତୁଲାଇଛନ୍ତି । ସେପଟେ ପ୍ରତୀକ କମିଶନରେଟ ପୋଲିସର ସବୁଠାରୁ କମ ବୟସର ଡିସିପି । ଦୈତନଗରୀରେ ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ, ଭିଭଆଇପି ସୁରକ୍ଷା ଓ ପୂଜା ପର୍ବାଣୀକୁ ସୁରୁଖୁରୁରେ ସମାପନ କରିବା ସବୁବେଳେ ବଡ ଚ୍ୟାଲେଞ୍ଜ ରହିଥାଏ । ବିଧାନସଭା ଅଧିବେଶନ ବେଳେ ଆନ୍ଦୋଳନକାରୀଙ୍କୁ ଶାନ୍ତ କରି ରଖିବା ମଧ୍ୟ କାଠିକର ପାଠ ହୋଇଥାଏ । ଏଭଳି ପରିସ୍ଥିତିରେ ନିଜ ଟିମ୍ ତିଆରୁ କରି ଲୋକଙ୍କ ଆସ୍ଥାଭାଜନ ହେବ ଦୁଇ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ ହେବ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଓ କଟକ ଡିସିପି ପ୍ରତୀକ ସିଂ ।

 ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ମିଳିଛି ନୂଆ ଟିମ୍ । ଦୁଇ ଯୁବ ଆଇପିଏସ ଅଧିକାରୀଙ୍କ ଜୋସ ଓ ଦକ୍ଷତାକୁ ନେଇ କମିଶନରେଟ ପୋଲିସକୁ ନୂଆ ସୋପାନ ନେବା ପାଇଁ ଯୋଜନା କରିଛନ୍ତି ପୋଲିସ କମିଶନର । ପୂର୍ବରୁ ଅନୁପ ସାହୁ ଓ ଅଖିଳେଶ୍ବର ସିଂ ଭଳି ଦୁଇ ଆଇପିଏସ ଅଧିକାରୀଙ୍କୁ ନେଇ ଟୁଇନ ସିଟିର ଦାୟିତ୍ବ ତୁଲାଉଥିଲେ ସୁଧାଂଶୁ ଷଡଙ୍ଗୀ । ପୁରୀ ଓ କନ୍ଧମାଳରେ ଯେଉଁ ସଫଳତା ପାଇଛନ୍ତି ଦୁଇ ଯୁବ ଆଇପିଏସ ଅଧିକାରୀ ସେହି କାମକୁ କଟକ ଭୁବନେଶ୍ୱରରେ କରିବେ ତାହା ଆଶା କରାଯାଉଛି । କଟକ ୫୨ ବଜାର,  ୫୩ ଗଳିରେ ଦଶହରା, ଗଣେଷ ପୂଜା ବେଳେ ହେଉଥିବା ରାଜଧାନୀରେ ରହିଛି ଭିନ୍ନ ପରିବେଶ ।  ଏଭଳି ପରିବେଶରେ ଦୁଇ ଡିସିପି ନିଶ୍ଚିତ ଲୋକଙ୍କ ଆସ୍ଥାଭଜନ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।

 ୨୦୦୮ରୁ କମିଶନରେଟ ପୋଲିସରେ ଅନେକ ଆଇପିଏସ ଅଧିକାରୀ ଯୋଗ ଦେଇଛନ୍ତି । ଅଭିଜ୍ଞତାକୁ ଆଧାର କରି କମିଶନରେଟ ପୋଲିସରେ ପୋଲିସ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥାଏ । ଏବେ ଉମାଶଙ୍କର ଦାସ ଓ ପ୍ରତୀକ ସିଂଙ୍କ ଠାରୁ ସେହି ନିଷ୍ଠାର ସହ କାମ ଆଶା କରାଯାଉଛି । ପରବର୍ତ୍ତୀ ସମୟରେ ଦୁଇ ଆଇପିଏସ ଅଧିକାରୀ କେତେ ଦୂର ଲୋକଙ୍କ ଆଶା ଆକାକ୍ଷାକୁ ପୂରଣ କରିବେ ତାହା ସମୟ ହିଁ କହିପାରିବ ।