ଲର୍ଡସରେ ପହଞ୍ଚିବା ପାଇଁ ଆଉ ୧୧ଟି ପାହାଚ
Advertisement

ଲର୍ଡସରେ ପହଞ୍ଚିବା ପାଇଁ ଆଉ ୧୧ଟି ପାହାଚ

 ୯ଟି ଦଳକୁ ନେଇ ଆୟୋଜିତ ହେଉଥିବା ଏହି ଚାମ୍ପିଅନସିପରେ ଭାରତ ୭ଟି ମ୍ୟାଚରେ ବିଜୟ ହୋଇ ୩୬୦ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ୬ଟି ମ୍ୟାଚରୁ ୩ ବିଜୟ ୨ଟି ପରାଜୟ ଓ ଗୋଟେ ଡ୍ର ରୁ ୧୧୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଛି ।

ସୌଜନ୍ୟ: ସୋସିଆଲ ମିଡିଆ

ଗୌରଭ ସାମଲ, ଭୁବନେଶ୍ୱର: ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ଶୃଙ୍ଖଳା ୨-୦ରେ ଜିତିବା ପରେ ଭାରତ ଆଇସିସି ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ୯ଟି ଦଳକୁ ନେଇ ଆୟୋଜିତ ହେଉଥିବା ଏହି ଚାମ୍ପିଅନସିପରେ ଭାରତ ୭ଟି ମ୍ୟାଚରେ ବିଜୟ ହୋଇ ୩୬୦ ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ଥିବାବେଳେ ୬ଟି ମ୍ୟାଚରୁ ୩ ବିଜୟ ୨ଟି ପରାଜୟ ଓ ଗୋଟେ ଡ୍ର ରୁ ୧୧୬ ପଏଣ୍ଟ ସହିତ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ରହିଛି ।

ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାମ୍ପିଅନସିପର ପ୍ରଥମ ମ୍ୟାଚ ଖେଳିଥିବା ଭାରତ ଏପର୍ଯ୍ୟନ୍ତ ଅପରାଜିତ ଅଛି । ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶକୁ ମାତ ଦେବା ପରେ ଏବେ ଫେବୃଆରୀରେ ନ୍ୟୁଜିଲାଣ୍ଡରେ ଦୁଇଟି ଟେଷ୍ଟ ଖେଳିବ । ଏହାପରେ ଡିସେମ୍ବର ମାସରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ମ୍ୟାଚ ଖେଳିବ । ଭଲ ପ୍ରଦର୍ଶନ ସହିତ ଭାରତୀୟ ଦଳର ମନବଳ ଦୃଢ ଥିବା ବେଳେ ଆଗକୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଏକ ବଡ ଚ୍ୟାଲେଞ୍ଜ ହେବ । ଏଥି ସହ ଭାରତ ୨୦୨୧ ଜାନୁଆରୀ ମାସରେ ଇଂଲଣ୍ଡ ବିପକ୍ଷରେ ୫ଟି ଘରୋଇ ଟେଷ୍ଟ ଖେଳିବ ।

୨୦୨୧ ମସିହା ଜୁନ ମାସରେ ଫାଇନାଲ ଖେଳାଯିବାକୁ ଥିବାବେଳେ ଏଥିପାଇଁ ସବୁ ଟିମ ଯଥା ସମ୍ଭବ ପ୍ରଚେଷ୍ଟା କରୁଛି । ଫାଇନାଲ ମ୍ୟାଚ ଐତିହାସିକ ଲର୍ଡସ ଷ୍ଟାଡିଅମରେ ଖେଳାଯିବ । ଭାରତକୁ ଫାଇନାଲ ଖେଳିବାକୁ ହେଲେ ଆଗକୁ ଆସୁଥିବା ସମସ୍ତ ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ସବୁ ଶୃଙ୍ଖଳାରେ ୨ ରୁ ୫ଟି ମ୍ୟାଚ ଖେଳାଯାଉଥିବା ବେଳେ ସମସ୍ତ ଶୃଙ୍ଖଳାରେ ୧୨୦ ପଏଣ୍ଟ ରହିଛି ।