ପଦ୍ମ ପାଇଁ ୧୪୧ ଜଣଙ୍କ ନାମ ଘୋଷଣା, ଓଡ଼ିଶାରୁ ଲେଖକ ମନୋଜ ଦାସଙ୍କୁ ପଦ୍ମଭୂଷଣ
Advertisement

ପଦ୍ମ ପାଇଁ ୧୪୧ ଜଣଙ୍କ ନାମ ଘୋଷଣା, ଓଡ଼ିଶାରୁ ଲେଖକ ମନୋଜ ଦାସଙ୍କୁ ପଦ୍ମଭୂଷଣ

୨୦୨୦ ମସିହା ପାଇଁ ଘୋଷଣା ହେଲା ପଦ୍ମ ସମ୍ମାନ। ପଦ୍ମବିଭୁଷଣ, ପଦ୍ମଭୁଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ସର୍ବମୋଟ ୧୪୧ ଜଣଙ୍କର ନାମ ଘୋଷଣା କରିଛନ୍ତି ଗୃହ ମନ୍ତ୍ରାଳୟ । ୧୪୧ଜଣଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ଘୋଷଣା କରାଯାଇଥିବା ୧୪୧ ଜଣଙ୍କ ମଧ୍ୟରୁ ୩୪ ଜଣ ମହିଳା ଅଛନ୍ତି। ୧୮ ଜଣ ପ୍ରବାସୀ ଭାରତୀୟ ଓ ୧୨ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯିବ ।

ଓଡ଼ିଶାରୁ ଲେଖକ ମନୋଜ ଦାସଙ୍କୁ ପଦ୍ମଭୂଷଣ

ନୂଆଦିଲ୍ଲୀ: ୨୦୨୦ ମସିହା ପାଇଁ ଘୋଷଣା ହେଲା ପଦ୍ମ ସମ୍ମାନ। ପଦ୍ମବିଭୁଷଣ, ପଦ୍ମଭୁଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ସର୍ବମୋଟ ୧୪୧ ଜଣଙ୍କର ନାମ ଘୋଷଣା କରିଛନ୍ତି ଗୃହ ମନ୍ତ୍ରାଳୟ । ୧୪୧ଜଣଙ୍କ ମଧ୍ୟରେ ୮ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି । ଘୋଷଣା କରାଯାଇଥିବା ୧୪୧ ଜଣଙ୍କ ମଧ୍ୟରୁ ୩୪ ଜଣ ମହିଳା ଅଛନ୍ତି। ୧୮ ଜଣ ପ୍ରବାସୀ ଭାରତୀୟ ଓ ୧୨ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯିବ ।

୧୧୮ ଜଣଙ୍କୁ ପଦ୍ମଶ୍ରୀ, ୭ଜଣଙ୍କୁ ପଦ୍ମବିଭୂଷଣ ଓ ୧୬ ଜଣଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ । ତେବେ ଏହି ପୁରସ୍କାର ବିତରଣୀ ସମାରୋହ ପ୍ରତିବର୍ଷ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଥାଏ ।

ତେବେ ଚଳିତବର୍ଷ ୮ଜଣ ଓଡ଼ିଆ ସମ୍ମାନୀତ ହେବେ । ସେମାନଙ୍କ ମଧ୍ୟରୁ ବିଶିଷ୍ଟ ସାହିତ୍ୟକାର ତଥା ଲେଖକ ମନୋଜ ଦାସଙ୍କ ନାମ ପୁଡୁଚେରୀରୁ ମନୋନୀତ ହୋଇଛନ୍ତି । ସାହିତ୍ୟ ପାଇଁ ଡଃ ଦମୟନ୍ତୀ ବେସରା, କଳା ପାଇଁ ଉତ୍ସବ ଚରଣ ଦାସ, କଳା ପାଇଁ ମିତ୍ରଭାନୁ ଗୌନ୍ତିଆ, କଳା ପାଇଁ ସ୍ୱର୍ଗତ ମନମୋହନ ମହାପାତ୍ରଙ୍କ ମରଣୋତ୍ତର, ସାହିତ୍ୟ ଏବଂ ଶିକ୍ଷା ପାଇଁ ବିଣାପାଣୀ ମହାନ୍ତି, କୃଷି ପାଇଁ ଓଡ଼ିଶାରୁ ଦୁଇଜଣଙ୍କର ନାମ ଘୋଷଣା କରାଯାଇଛି । ରାଧାମୋହନ ଓ ସାବରମତୀଙ୍କ ନାମ ଘୋଷଣା କରାଯାଇଛି । ପଶୁ ଓ ଗୋପାଳନ ପାଇଁ ବଟକୃଷ୍ଣ ସାହୁଙ୍କ ନାମ ଘୋଷଣା ହୋଇଛି ।

ଏହା ବ୍ୟତୀତ ୨୦୧୯ରେ ଦେଶ ହଜାଇଥିବା ବରିଷ୍ଠ ରାଜନେତାଙ୍କୁ ମଧ୍ୟ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି । ସ୍ୱର୍ଗତ ସୁଷମା ସ୍ୱରାଜ, ସ୍ୱର୍ଗତ ଅରୁଣ ଜେଟଲୀ, ଜର୍ଜ ଫର୍ଣ୍ଣାଭିସ ଓ ନିକଟରେ କର୍ଣ୍ଣାଟକର ମଠ ଉଡୁପି ପେଜାଭାରଙ୍କୁ ମଧ୍ୟ ମରଣୋତ୍ତର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯିବ ।