ଭାରତକୁ ଚୀନରୁ ନୁହେଁ ବରଂ ୟୁରୋପରୁ କରୋନା ଆକ୍ରାନ୍ତ କରିବ, ଏକଥା ଭାରତ ସରକାର ମଧ୍ୟ କେବେ ସ୍ୱପ୍ନରେ ଭାବି ନ ଥିଲେ ।
Trending Photos
ନୂଆଦିଲ୍ଲୀ: କରୋନା ଭାଇରସ୍ ଚୀନରୁ ସୃଷ୍ଟି ହୋଇଛି, ଏକଥା ସମସ୍ତେ ଜାଣିଛନ୍ତି । ଯେଉଁଥିପାଇଁ ଚୀନ ସହ ଜଗି ରଖି ସବୁଦେଶ ଚଳୁଛନ୍ତି । ହେଲେ ଭାରତକୁ ଚୀନରୁ ନୁହେଁ ବରଂ ୟୁରୋପରୁ କରୋନା ଆକ୍ରାନ୍ତ କରିବ, ଏକଥା ଭାରତ ସରକାର ମଧ୍ୟ କେବେ ସ୍ୱପ୍ନରେ ଭାବି ନ ଥିଲେ । ଯେଉଁଥିପାଇଁ ୟୁରୋପରୁ ଆସୁଥିବା ଯାତ୍ରୀଙ୍କ ଉପରେ ସେମିତି କିଛି ସତର୍କତା ଅବଲମ୍ବନ କରାଯାଇ ନ ଥିଲା । ହେଲେ ତାହା ଏବେ ଭାରତକୁ ମହଙ୍ଗା ପଡ଼ିଛି ।
ସୂତ୍ର ଅନୁସାରେ, ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିଥିବା ୨୧ ଇଟାଲୀ ନାଗରିକଙ୍କ ମଧ୍ୟରୁ ୧୫ ଜଣଙ୍କ ଦେହରେ କରୋନାର ଲକ୍ଷଣ ଦେଖିବାକୁ ମିଳିଛି । ଏମାନଙ୍କୁ ଆଇଟିବିପି କ୍ୟାମ୍ପରେ ରଖାଯାଇଛି । ମାମଲା ସହ ଜଡ଼ିତ ଜଣେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଛନ୍ତି, ଆଇଟିବିପି କ୍ୟାମ୍ପରେ ଥିବା ୧୫ ଯାତ୍ରୀଙ୍କ ସେମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ଏନଆଇବି, ପୁଣେରୁ ଚୁଡ଼ାନ୍ତ ରିପୋର୍ଟ ଆସିଲା ପରେ ଚିତ୍ର ସ୍ପଷ୍ଟ ହେବ । ଏହା ବ୍ୟତୀତ ଜୟପୁରରେ ମଧ୍ୟ ଜଣେ କରୋନା ଆକ୍ରାନ୍ତ ଇଟାଲୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି ।
ଆହୁରି ପଢ଼ନ୍ତୁ; ଗୁଳି ଚଳାଇବା ପରେ ସାରା ରାତି କ୍ଲବରେ ମସ୍ତି କରିଥିଲା ଶାହରୁଖ