ଫେବୃଆରୀ ୨୪ ତାରିଖରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ଉପରେ ଆଖିବୁଜା ଗୁଳି ଚାଳାଇଥିଲା ଶାହରୁଖ । ହେଲେ ସେ ଜାଣି ନ ଥିଲା, ସେ ଯାହାସବୁ କରୁଛି ତାହା କ୍ୟାମେରାରେ ରେକର୍ଡ ହେଉଛି ।
Trending Photos
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ବେଳେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ଉପରେ ଗୁଳି ଚଳାଇଥିବା ଶାହରୁଖ ଗିରଫ ହୋଇଛି । ଆଉ ଏହାପରେ ସାମ୍ନାକୁ ଆସୁଛି ଅନେକ ତଥ୍ୟ । ହିଂସା ବେଳେ ଗୁଳି ଚଳାଇଥିବା ଶାହରୁଖ କେଉଁଠି ଲୁଚି ରହିଥିଲା ? କାହା କାହା ପାଖକୁ ଯାଇଥିଲା ? କେମିତି କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଧରା ପଡ଼ିଲା ? ଅଭିଯୁକ୍ତ ଶାହରୁଖକୁ ନେଇ ମିଳିଛି ବେଶ୍ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।
ଫେବୃଆରୀ ୨୪ ତାରିଖରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ଉପରେ ଆଖିବୁଜା ଗୁଳି ଚାଳାଇଥିଲା ଶାହରୁଖ । ହେଲେ ସେ ଜାଣି ନ ଥିଲା, ସେ ଯାହାସବୁ କରୁଛି ତାହା କ୍ୟାମେରାରେ ରେକର୍ଡ ହେଉଛି । ପରେ ନିଜ ଘରକୁ ଯାଇଥିଲା । ହେଲେ ଟିଭିରେ ନିଜ ଫଟୋ ଦେଖି ଡରି ଯାଇଥିଲା । ପୋଷାକ ବଦଳାଇ ଘରୁ ଗାଡ଼ି ନେଇ ବାହାରିଥିଲା ଶାହରୁଖ ।
କ୍ଲବରେ କରିଥିଲା ମସ୍ତି
ଘଟଣା ଦିନ ଏକ କ୍ଲବରେ ସାରା ରାତି ମସ୍ତି କରିଥିଲା ଶାହରୁଖ । ହୌଜ ଖାସର ଏକ କ୍ଲବକୁ ସେ ଯାଇଥିଲା ବୋଲି ଏବେ ଜଣାପଡ଼ିଛି । ଘଟଣାର ପରଦିନ ଅର୍ଥାତ ଗତ ୨୫ ତାରିଖରେ ମଧ୍ୟ ସେ ଦିଲ୍ଲୀରେ ଥିଲା । କନାଟ ପ୍ଲେସ ଯାଇ ବୁଲାବୁଲି କରିଥିଲା । ପରେ ଗାଡ଼ି ପାର୍କିଂରେ ଲଗାଇ ଶୋଇପଡ଼ିଥିଲା ଶାହରୁଖ ।
ଦେଖା କରିବାକୁ ମନା କରିଥିଲା ସାଙ୍ଗ
ଫେବୃଆରୀ ୨୬ ତାରିଖରେ ନିଜ ଗାଡ଼ି ନେଇ ଜାଲନ୍ଧର ଯାଇଥିଲା ଶାହରୁଖ । ସେଠାରେ ନିଜର ଏକ ସାଙ୍ଗକୁ ଦେଖା କରିବାକୁ ଫୋନ କରିଥିଲା । ମାତ୍ର ଶାହରୁଖକୁ ଟିଭିରେ ଦେଖିଥିବାରୁ ସଫା ସଫା ମନା କରିଦେଇଥିଲା ଶାହରୁଖର ସାଙ୍ଗ ।
ଉତ୍ତର ପ୍ରଦେଶ ଯାଇଥିଲା ଶାହରୁଖ
ପରେ ଉତ୍ତର ପ୍ରଦେଶ ଶାମଲୀ ଯାଇଥିଲା ଶାହରୁଖ । ସେଠାରେ ଗତ ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନ୍ୟ ଏକ ସାଙ୍ଗ ପାଖରେ ରହିଥିଲା । ସେହିପରି ମାର୍ଚ୍ଚ ୧ରେ ଶାମଲୀରୁ ବାହାରି ପଞ୍ଜାବ ବସରେ ବସିଥିଲା । ମାର୍ଚ୍ଚ ୨ରେ ପୁଣି ସାମଲୀ ଫେରିଥିଲା । ହେଲେ ମାର୍ଚ୍ଚ ୩ରେ ଶାମଲୀରୁ ଅନ୍ୟତ୍ର ଯିବା ପାଇଁ ବସଷ୍ଟାଣ୍ଡ ଯାଉଥିବା ବେଳେ କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଧରା ପଡ଼ିଯାଇଥିଲା ଶାହରୁଖ ।
ଆହୁରି ପଢ଼ନ୍ତୁ; ଭାଙ୍ଗିଯିବ ମଧ୍ୟପ୍ରଦେଶ ସରକାର ! ହୋଟେଲରେ ଏକାଠି ହେଲେ ୮ ବିଦ୍ରୋହୀ ବିଧାୟକ