ହେଲିକ୍ୟାପ୍ଟର ଦୁର୍ଘଟଣାରେ ବରିଷ୍ଠ ତଥା ଅଭିଜ୍ଞ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ ହୋଇ ସାରିଛି। କାଲିଫର୍ଣ୍ଣିଆର କୈଲାବସରେ ହୋଇଥିବା ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ ୮ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କୋବେଙ୍କର ୮ ବର୍ଷୀୟ ନାବାଳିକା ମଧ୍ୟ ରହିଛି। କୋବେଙ୍କ ଝିଅ ମଧ୍ୟ ଏକ ଦମଦାର ବାସ୍କେଟ ବଲ ଖେଳାଳି ବୋଲି ଜଣାପଡ଼ିଛି।
Trending Photos
ନୂଆଦିଲ୍ଲୀ: ହେଲିକ୍ୟାପ୍ଟର ଦୁର୍ଘଟଣାରେ ବରିଷ୍ଠ ତଥା ଅଭିଜ୍ଞ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟଙ୍କ ମୃତ୍ୟୁ ହୋଇ ସାରିଛି। କାଲିଫର୍ଣ୍ଣିଆର କୈଲାବସରେ ହୋଇଥିବା ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଅନ୍ୟ ୮ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ କୋବେଙ୍କର ୮ ବର୍ଷୀୟ ନାବାଳିକା ମଧ୍ୟ ରହିଛି। କୋବେଙ୍କ ଝିଅ ମଧ୍ୟ ଏକ ଦମଦାର ବାସ୍କେଟ ବଲ ଖେଳାଳି ବୋଲି ଜଣାପଡ଼ିଛି।
ତାଙ୍କର ମୃତ୍ୟୁ ପାଇଁ ବିଶ୍ୱର ପ୍ରମୁଖ ଖେଳାଳିମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଏପରିକି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେପଟେ ଏକ ପୁରୁଣା ଟ୍ୱିଟ ବର୍ତ୍ତମାନ ସାମ୍ନାକୁ ଆସିଛି। ଯାହାକୁ ନେଇ ବେଶ ଚର୍ଚ୍ଚାଲୋଚନା ଜାରି ରହିଛି।
Kobe is going to end up dying in a helicopter crash
— .Noso (@dotNoso) November 13, 2012
ଉକ୍ତ ଟ୍ୱିଟକୁ ନୋସୋ ନାମକ ଏକ ସଂସ୍ଥା ୨୦୧୨ ମସିହା ନଭେମ୍ବର ମାସରେ କରିଥିବା ଜଣାପଡ଼ିଛି। ଉକ୍ତ ଟ୍ୱିଟରେ କୋବେଙ୍କ ମୃତ୍ୟୁଙ୍କୁ ନେଇ ଭବିଷ୍ୟବାଣୀ କରାଯାଇଥିଲା। ଏଥିରେ। ଏକ ହେଲିକ୍ୟାପ୍ଟର ଦୁର୍ଘଟଣାରେ କୋବେଙ୍କ ମୃତ୍ୟୁ ହେବା ନେଉ ଉଲ୍ଲେଖ କରାଯାଇଥିଲା। ଯାହା ଏବେ ସତରେ ପରିଣତ ହୋଇଛି।
ସେପଟେ ଏହି ଟ୍ୱିଟକୁ ନେଇ କେତେକ କଟାକ୍ଷ ମଧ୍ୟ କରିଥିବା ଦେଖିବାକୁ ମିଳିଛି। ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ କହିଛନ୍ତି କି, ଏହି ଟ୍ୱିଟ ଟେକ୍ନିକାଲ ସମସ୍ୟା କିମ୍ବା ହ୍ୟାକ କରି କରାଯାଇଛି। ସେହିଭଳି ଅନ୍ୟ ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ କହିଛନ୍ତି ଏହି ଟ୍ୱିଟ କାର୍ବନ ଭି୨। ୫ ମୋବାଇଲରୁ କରାଯାଇଛି ଏବଂ ଏହି ଟ୍ୱିଟ ୨୦୧୨ ମସିହାରେ କରାଯାଇଛି। ସେ ପ୍ରଶ୍ନ ଉଠାଇଛନ୍ତି କି, କାର୍ବନ ଭି୨। ୫ ମୋବାଇଲ ୨୦୧୫ ମସିହାରେ କମ୍ପାନୀ ଲଞ୍ଚ କରିଥିବା ବେଳେ ଏହି ଟ୍ୱିଟ ୨୦୧୨ ମସିହାରେ କିଭଳି ହୋଇଛି। ସେହିପରି ନିଜର ପୁରୁଣା ପ୍ରେମିକା କେବେ ଫେରିବ ବୋଲି ଉକ୍ତ ଭବିଷ୍ୟବାଣୀ କରିଥିବା ସଂସ୍ଥାକୁ ଜଣେ ଟ୍ୱିଟର ହ୍ୟାଣ୍ଡେଲକାରୀ ପ୍ରଶ୍ନ କରିଛନ୍ତି।