ସୁଦାନରେ ବଡ଼ ବିସ୍ଫୋରଣ: ୧୮ ଭାରତୀୟଙ୍କ ସହ ୨୩ ମୃତ, ୧୩୦ ଗୁରୁତର
Advertisement

ସୁଦାନରେ ବଡ଼ ବିସ୍ଫୋରଣ: ୧୮ ଭାରତୀୟଙ୍କ ସହ ୨୩ ମୃତ, ୧୩୦ ଗୁରୁତର

ଏହି ବିସ୍ଫୋରଣରେ ମୋଟ ୨୩ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଏହାସହ ୧୩୦ ଜଣ ଗମ୍ଭୀର ଭାବେ ଗୁରୁତର ଅଛନ୍ତି । ଭାରତୀୟ ମିଶନ ମଧ୍ୟ ଏହାର ସୂଚନା ପ୍ରଦାନ କରିଛନ୍ତି ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସୁଦାନର ରାଜଧାନୀ ଖାର୍ତୁମରେ ଚୀନୀ ମାଟିର ଏକ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୧୮ ଭାରତୀୟଙ୍କ ମୃତ୍ୟୁ ହୋଇ ଯାଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ଘଟଣାର ପୃଷ୍ଟି କରିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ମୁଁ ଏବେ ଜାଣିବାକୁ ପାଇଛି ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୮ ଭାରତୀୟଙ୍କ ମୃତ୍ୟୁ ହୋଇଯାଇଛି । ଅନ୍ୟପକ୍ଷେ ଅନ୍ୟ କିଛି ଲୋକ ଗୁରୁତର ଆହତ ଅଛନ୍ତି ।

ଏହି ବିସ୍ଫୋରଣରେ ମୋଟ ୨୩ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଏହାସହ ୧୩୦ ଜଣ ଗମ୍ଭୀର ଭାବେ ଗୁରୁତର ଅଛନ୍ତି । ଭାରତୀୟ ମିଶନ ମଧ୍ୟ ଏହାର ସୂଚନା ପ୍ରଦାନ କରିଛନ୍ତି । ସୂଚନା ମୁତାବକ, ସଲୋମୀ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ସେହି ସମୟରେ ଘଟିଛି, ଯେତେବେଳେ ଏକ ଇନ୍ଧନ ଟ୍ୟାଙ୍କର ଗ୍ୟାସ ସିଲିଣ୍ଡର ଅନଲୋଡ କରାଯାଉଥିଲା । ସେଣ୍ଟ୍ରାଲ କମିଟି ଅଫ ସୁଡାନ ଡକ୍ତର୍ସ ପୀଡ଼ିତଙ୍କ ସାହାଯ୍ୟ ପାଇଁ ସୋସିଆଲ ମିଡିଆରେ ଅପିଲ କରିଛନ୍ତି ।

ଖାର୍ତୁମ ରାଜ୍ୟର ପୋଲିସ କହିଛି ଯେ ଆହତଙ୍କୁ ଖାର୍ତୁମ, ଉତ୍ତ ଖାର୍ତୁମ ଓ ଓମ୍ଡର୍ମନ ସହରର ୫ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ମୁତାବକ ବିସ୍ଫୋରଣ ଯୋଗୁଁ ବାୟୁ ମଣ୍ଡଳରେ କଳା ଧୁଆଁ ଓ ନିଆଁ ଦେଖା ଯାଉଛି । ଯାହା ପରେ ଅଞ୍ଚଳରେ ଦୌଡ଼ାଦୌଡ଼ି ଆରମ୍ଭ ହୋଇଯାଇଥିଲା । ଏହି ଘଟଣା ପରେ ଫ୍ୟାକ୍ଟ୍ରିକୁ ଖାଲି କରାଯାଇଛି । ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । 

ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ପରେ ଅଗ୍ନିଶ୍ରମ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଓ ନିଆଁ ଉପରେ ନିୟନ୍ତ୍ରଣ କରିବା ପାଇଁ ପ୍ରୟାସ କରୁଛନ୍ତି । ଏହି ଘଟଣା ପରେ ସୁଦାନର ଉଦ୍ୟୋଗିକ ଓ ବାଣିଜ୍ୟିକ ମନ୍ତ୍ରୀ ମଦନୀ ଅବ୍ବାସ ଓ ଖାର୍ତୁମର ଗଭର୍ଣ୍ଣର ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ସୁଦାନ ସରକାର ତରଫରୁ ଜାରି ବୟାନରେ କୁହାଯାଇଛି ଯେ ଭବିଷ୍ୟତରେ ଏପରି ଘଟଣାରୁ ରକ୍ଷା ପାଇବା ପାଇଁ ମାମଲାର ତଦନ୍ତ ଆରମ୍ଭ କରାଯାଇଛି ।