ଦରପୋଡା ଶବ ଜବତ ଘଟଣାରେ ୩ ଗିରଫ
Advertisement

ଦରପୋଡା ଶବ ଜବତ ଘଟଣାରେ ୩ ଗିରଫ

କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀରେ ଗତ ୧୭ ତାରିଖରେ ଜଣେ ଯୁବକଙ୍କୁ ହତ୍ୟା ଓ ପୋଡିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁନାପଲ୍ଲୀ ଗ୍ରାମର ଗୋପାଳ ଖୁଣ୍ଟିଆ, ଜାନକୀ ଖୁଣ୍ଟିଆ, ଓ ସୁନିତା ସାହୁ । ଏହା ସହିତ ସେମାନଙ୍କ ନିକଟରୁ ପୋଲିସ ମାରଣାସ୍ତ୍ର ଜବତ କରିଛି ।  

ଦରପୋଡା ଶବ ଜବତ ଘଟଣାରେ ୩ ଗିରଫ

ବ୍ରହ୍ମପୁର: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସୁନାପଲ୍ଲୀରେ ଗତ ୧୭ ତାରିଖରେ ଜଣେ ଯୁବକଙ୍କୁ ହତ୍ୟା ଓ ପୋଡିବା ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୁନାପଲ୍ଲୀ ଗ୍ରାମର ଗୋପାଳ ଖୁଣ୍ଟିଆ, ଜାନକୀ ଖୁଣ୍ଟିଆ, ଓ ସୁନିତା ସାହୁ । ଏହା ସହିତ ସେମାନଙ୍କ ନିକଟରୁ ପୋଲିସ ମାରଣାସ୍ତ୍ର ଜବତ କରିଛି ।  

ସୂଚନା ମୁତାବକ, ଆଠଗଡ଼ ପାଟଣା ଗ୍ରାମର ସୁରେଶ ଦାଶ, ସୁନାପଲ୍ଲୀ ଗ୍ରାମର ଜନୈକ ଝିଅ ସହ ପ୍ରେମ ସମ୍ପର୍କ  ଥିଲା ।   ଏଥିରେ ଅତିଷ୍ଠ ହୋଇ ଝିଅର ସମ୍ପର୍କୀୟଙ୍କ ପକ୍ଷରୁ ସୁରେଶକୁ ଫୋନରେ ଡକାଇ ହତ୍ୟା କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି । ଘଟଣା ପରଠାରୁ ପୋଲିସର ଏକ ଟିମ ତଦନ୍ତ ଆରମ୍ଭ କରିଥିଲା । ତେବେ ଆଜି ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ

ସେମାନଙ୍କ ନିକଟରୁ ହତ୍ୟାକାଣ୍ଡ ରେ  ବ୍ୟବହୃତ  କାତି, ଶାବଳ, ମୋବାଇଲ, ଜବତ  କରି  କୋର୍ଟ  ଚାଲାଣ  କରିଥିବା  ଅତିରିକ୍ତ ଏସ । ପି, ଠାକୁର ପ୍ରସାଦ ପାତ୍ର  କବିସୂର୍ଯ୍ୟନଗର ଥାନା ରେ  ପ୍ରେସ ମିଟ  ରେ  ସୂଚନା  ଦେଇଛନ୍ତି ।