ଦିଲ୍ଲୀରେ CAA ନିଆଁ, ୩ଟି ବସ୍ ପୋଡିଦେଲେ ଆନ୍ଦୋଳନକାରୀ
Advertisement

ଦିଲ୍ଲୀରେ CAA ନିଆଁ, ୩ଟି ବସ୍ ପୋଡିଦେଲେ ଆନ୍ଦୋଳନକାରୀ

ନାଗରିକତା ଆଇନକୁ ତୀବ୍ର ବିରୋଧ । ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଭଙ୍ଗାରୁଜା । ୩ଟି ବସ୍ ରେ ନିଆଁ ଲଗାଇଦେଲ ଆନ୍ଦୋଳନକାରୀ

ଦିଲ୍ଲୀରେ CAA ନିଆଁ, ୩ଟି ବସ୍ ପୋଡିଦେଲେ ଆନ୍ଦୋଳନକାରୀ

ନୂଆଦିଲ୍ଲୀ: ନାଗରିକତା ଆଇନକୁ ତୀବ୍ର ବିରୋଧ । ବିରୋଧ ପ୍ରଦର୍ଶନ କରିବା ସହ ଆନ୍ଦୋଳନକାରୀ ୪ଟି ବସ୍ ରେ ନିଆଁ ଲଗାଇ ଦେଇଛନ୍ତି । ଦକ୍ଷିଣଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଆନ୍ଦୋଳନକାରୀ ଭଙ୍ଗାରୁଜା କରିବା ସହ ୪ଟି ବସ୍ ଓ ଅନେକ ମୋଟର ସାଇକେଲ୍ ଜାଳି ଦେଇଛନ୍ତି । ନିଆଁକୁ ଆୟତ୍ତ ଲାଗି ୪ ଦମକଳକୁ ନିୟୋଜିତ କରାଯାଇଛି । କିନ୍ତୁ ଆନ୍ଦୋଳନକାରୀ ଅଗ୍ନିଶମ ବିଭାଗର ଗାଡ଼ିରେ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଏହାସହିତ ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି ।
ଆଜି ଜାମିଆ ନଗରରୁ ଓଖଲା ଅଭିମୁଖେ ଆନ୍ଦୋଳନକାରୀମାନେ ଶୋଭାଯାତ୍ରା ବାହାର କରିଥିଲେ । ରାଲିରେ ଜାମିଆ ମିଲିଆ ଇସଲାମିଆ ବିଶ୍ଵ ବିଦ୍ୟାଳୟର ଛାତ୍ରମାନେ ସାମିଲ ହୋଇଥିଲେ। ରାଲି ହିଂସାତ୍ମକ ହେବା ସହ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି । ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ସହିତ ଲାଠିଚାର୍ଜ କରିଛି । ଉତ୍ତଜନାକୁ ଦୃଷ୍ଚିରେ ରଖି ସ୍ଥାନୀୟ ୪ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି । ହିଂସା ପାଇଁ ଆପ୍ ନେତା ଅମାନତୁଲ୍ଲାହଙ୍କୁ ବିଜେପି ଦାୟୀ କରିଥିବାବେଳେ ସେ ହିଂସା ପାଇଁ ଦାୟୀ ନୁହଁନ୍ତି ବୋଲି ସଫେଇ ଦେଇଛନ୍ତି ।