ଏକା ସାଥିରେ ଖାଆନ୍ତୁ ନାହିଁ ଏ ସବୁ ଖାଦ୍ୟ
ଖାଇବା ବେଳେ ଏସବୁ ଦିଗ ପ୍ରତି ଯତ୍ନବାନ ହୁଅନ୍ତୁ, ସୁସ୍ଥ ରୁହନ୍ତୁ ।
Trending Photos
)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଆଜିକାଲି ପରଫେକ୍ଟ ଫିଗର ସହ ଗୁଡ଼ ଲୁକକୁ ସମସ୍ତେ ପସନ୍ଦ କରୁଛନ୍ତି । ସେହିଭଳି ଡ଼ାଏଟ୍ ଚାର୍ଟକୁ ମଧ୍ୟ ଫୋଲୋ କରୁଛନ୍ତି । ଅନେକ ଏକଥାକୁ ଭୁଲିଯାଉଛନ୍ତି ଯେ, ଡାଏଟ୍ ସହିତ ଖାଦ୍ୟକୁ ଉଚିତ୍ ଢଙ୍ଗରେ ବା ବାଲାନ୍ସର ସହିତ ଖାଇବା ଉଚିତ୍ । ନଚେତ୍ ଏହା ପୁରା ଡାଏଟକୁ ବିଗାଡ଼ି ଦେଇଥାଏ । ଆସନ୍ତୁ ଜାଣିବା ଏକାଠି କେଉଁ ଖାଦ୍ୟ ଖାଇବା ଶରୀର ପକ୍ଷେ ହାନିକାରକ ।
(୧) ଖାଇବା ପରେ ଚା' ପିଇବା
କିଛି ଲୋକ ଖାଦ୍ୟ ଖାଇ ସାରିବା ପରେ ତୁରନ୍ତ ଚା’ ପିଇବାକୁ ପସନ୍ଦ କରିଥାନ୍ତି । ଏହା ପାଚନ କ୍ରିୟାକୁ ସ୍ୱାଭାବିକ କରିବା ବଦଳରେ ଆପଣଙ୍କ ହଜମ ଶକ୍ତିକୁ ଖରାପ କରିଥାଏ । ତେଣୁ ଭଲରେ ମଧ୍ୟ ଖାଦ୍ୟ ଗ୍ରହଣ ପରେ ଚା' ପିଅନ୍ତୁ ନାହିଁ ।
(୨) କ୍ଷୀର ଓ ମାଛ
ମାଛ ଖାଇ ସାରିବା ପରେ କ୍ଷୀର ଆଦୌ ପିଅନ୍ତୁ ନାହିଁ । ଆୟୁର୍ବେଦ ଅନୁସାରେ ମାଛ ଖାଇବା ସମୟରେ କିମ୍ବା ପରେ କ୍ଷୀର ପିଇଲେ ଚର୍ମ ଜାତୀୟ ରୋଗ ହେବାର ସମ୍ଭାବନା ଥାଏ ।
(୩) ଦହି ସହିତ ମାଛ
ମାଛ ସହିତ କେବଳ ଦୁଗ୍ଧ ନୁହେଁ ବରଂ ଦୁଗ୍ଧ ଜାତୀୟ ଖାଦ୍ୟ ମଧ୍ୟ ବାରଣ ଅଟେ । ଦହି ଏକ ଥଣ୍ଡା ଜାତୀୟ ଖାଦ୍ୟ ହୋଇଥିବା ବେଳେ, ମାଛ ଗରମ ହୋଇଥାଏ । ଏକାଠି ମାଛ ଓ ଦହି ଖାଇଲେ ପେଟ ସମ୍ବନ୍ଧୀୟ ରୋଗ ହେବା ସହିତ ଆଲର୍ଜି ମଧ୍ୟ ହୋଇଥାଏ ।
(୪) ଖାଦ୍ୟ ପରେ ତତକ୍ଷଣାତ୍ ପାଣି
ଖାଦ୍ୟ ଖାଇବା ସମୟରେ ବା ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ । ଆବଶ୍ୟକ ସ୍ଥଳେ ଆପଣ ନଖ ଉଷୁମ ପାଣି ପିଇପାରିବେ । ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇଲେ ପାଚନ ସଠିକ୍ ହୋଇନଥାଏ ।
(୫) ଦହି ଓ ପରଠା
ଦହି ଓ ପରଠାକୁ ଏକା ସାଥିରେ ଖାଆନ୍ତୁ ନାହିଁ । ଆପଣ ରୁଟି ସହିତ ଦହି ନେଇପାରିବେ । କିନ୍ତୁ ପରଠା ସହ ଦହ ଆପଣଙ୍କ ଶରୀର ପାଇଁ ବେଶ କୁପ୍ରଭାବ ପକାଇଥାଏ ।
(୬) ପିଜ୍ଜା –ବର୍ଗର ସହ କୋଲ୍ଡ ଡ୍ରିଙ୍କ୍ସ
ଅଧିକାଂଶ ଲୋକ ହୋଟେଲ କିମ୍ବା ରେସ୍ତୋରାଁରେ ପିଜା, ବର୍ଗର ପରେ ମୃଦୁ ପାନୀୟ ପିଇବାକୁ ଭଲ ପାଇଥାନ୍ତି । ପିଜ୍ଜା –ବର୍ଗର ତୈଳ ଜାତୀୟ ଖାଦ୍ୟ ହୋଇଥିବା ବେଳେ, ହଜମ ପାଇଁ କୋଲ ଡ୍ରିଙ୍କ୍ସ ପିଇବା ମହଙ୍ଗା ପଡିପାରେ । ଏହା ଏସିଡ଼ିଟି କରିଥାଏ ।
ଆହୁରି ପଢନ୍ତୁ; ଇଂରାଜୀ ଦିଦିଙ୍କ 'ଅସମ୍ଭାଳ' ଜ୍ଞାନ, ଧାଡିଏ ବି ପଢି ପାରିଲେନି
More Stories