ଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ, ୯ ମୃତ
Advertisement
Article Detail0/zeeodisha/odisha614066

ଦିଲ୍ଲୀରେ ଆଉ ଏକ ଅଗ୍ନିକାଣ୍ଡ, ୯ ମୃତ

ଅନାଜ ମଣ୍ଡି ପରେ କିରାଡ଼ି କପଡା ଗୋଦାମରେ ଲାଗିଲା ନିଆଁ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଡିସେମ୍ବର ୮ରେ ରାଜଧାନୀରେ ହୋଇଥିବା ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣା ମନରୁ ଲିଭିନି । ଆଉ ଆଜି ପୁଣି ସାମନାକୁ ଆସିଛି ଏକ ବଡ ଧରଣର ଅଗ୍ନିକାଣ୍ଡ । ଦିଲ୍ଲୀ କିରାଡ଼ି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଛି । ଏଥରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । 

ସୂଚନା ମୁତାବକ, ରବିବାର ରାତି ୧୨।୩୦ରେ କିରାଡ଼ି ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଏକ କପଡା ଗୋଦାମରେ ନିଆଁ ଲାଗି ଏହା ବ୍ୟାପି ଯାଇଥିଲା । ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

 

ଆହୁରି ପଢନ୍ତୁ; ଡିସେମ୍ବର ୮ ଅଗ୍ନିକାଣ୍ଡ ପରେ ଦୁଃଖ ପ୍ରକାଶ କରିଥିଲେ ମୋଦି