ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି, ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପି
Advertisement

ରୋଚକ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି, ଆଜି ରାଜ୍ୟପାଳଙ୍କୁ ଭେଟିବ ବିଜେପି

ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିବେ ବିଜେପିର ଏକ ପ୍ରତିନିଧି ଦଳ । ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିପାରନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ରାଜଭବନ ଯିବେ ବୋଲି ଜଣାପଡିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିବେ ବିଜେପିର ଏକ ପ୍ରତିନିଧି ଦଳ । ସରକାର ଗଠନ ପାଇଁ ସୁଯୋଗ ଦେବାକୁ ଅନୁରୋଧ କରିପାରନ୍ତି । ମହାରାଷ୍ଟ୍ର ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ରାଜଭବନ ଯିବେ ବୋଲି ଜଣାପଡିଛି । 

ରୋଚନ ସ୍ଥିତିରେ ମହାରାଷ୍ଟ୍ର ରାଜନୀତି । ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ଆଜି ସରୁଛି । ହେଲେ ଏପଟେ ନୂଆ ସରକାର କିଏ ଗଠିବ, ତାହା ସ୍ପଷ୍ଟ ହୋଇନାହିଁ । କାହିଁକିନା ବିଜେପି ଓ ଶିବସେନା ଭିତରେ ଏପର୍ଯ୍ୟନ୍ତ ସହମତି ପ୍ରକାଶ ପାଇପାରିନାହିଁ ।  ୫୦/୫୦ ଫର୍ମୁଲା ଜିଦରେ ଅଟଳ ରହିଛି ଶିବସେନା । ଆଉ ଏହାରି ଭିତରେ ବିଜେପି-ଶିବସେନାକୁ ପୁଣିଥରେ ଯୋଡିବା ପାଇଁ କେତେ କଣ ହେଲାଣି । ହେଲେ ଏପର୍ଯ୍ୟନ୍ତ ଉଭୟ ଦଳ ମେଣ୍ଟ କରିବେ ନା ନାହିଁ, ସ୍ପଷ୍ଟ ହୋଇପାରିନାହିଁ । 

ଆଜି ଶିବସେନା ବିଧାୟକ ଦଳ ବୈଠକରେ ବିଜେପିକୁ ସମର୍ଥନ ଦେବା ଉପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । କାହିଁକିନା ଆଉ ସମୟ ନାହିଁ । ସେପେଟେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଶିବସେନା-ଏନସିପି ବୈଠକ । ଶରଦ ପାୱାରଙ୍କ ସହ ସଞ୍ଜୟ ରାଉତଙ୍କ ଆଲୋଚନା ପରେ ରାଜ୍ୟରେ ସରକାର ଗଠନ ନେଇ ନୂଆ ସମୀକରଣ ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଉଛି । ହେଲେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ସାମ୍ବାଦିକ ସମ୍ମିଳନୀରେ ଶିବସେନା ସହ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି । ରାଜ୍ୟରେ ବିଜେପି ଓ ଶିବସେନା ସରକାର ଗଠନ କରନ୍ତୁ ବୋଲି ପାୱାର କହିଛନ୍ତି । ଏପରିକି ଏନସିପି ବିରୋଧୀ ଦଳ ଭାବରେ କାର୍ଯ୍ୟ କରିବ ବୋଲି ପାୱାର କହିଛନ୍ତି । ସେପଟେ ସରକାର ଗଠନ ପାଇଁ ବିଜେପିର ପ୍ଲାନ ବି ପ୍ରସ୍ତୁତ ହୋଇସାରିଥିବା ସୂଚନା ମିଳିଛି । 

ରାଜ୍ୟରେ ବିରୋଧୀ ଆସନରେ ବସିବା ପାଇଁ ଏନସିପି ଚାହୁଁଥିବା ବେଳେ ଶିବସେନାର କ୍ଷମତା ଆଶା ଆଲୋଚନାକୁ ନୂଆ ରୂପ ଦେଉଛି । ବୁଧବାର ମଧ୍ୟ ଶିବସେନା ମୁଖପାତ୍ର ଦଳର ପୁରୁଣା ଦାବିକୁ ଦୋହରାଇଛନ୍ତି । ଶିବସେନାର ନଜର ମୁଖ୍ୟମନ୍ତ୍ରୀ ପଦ ଉପରେ ରହିଛି ବୋଲି ସେ କହିଛନ୍ତି ।  

ମଙ୍ଗଳବାର ସରକାର ଗଠନ ପାଇଁ ବିଜେପିକୁ ୪୮ ଘଣ୍ଟାର ମହଲତ ଦେଇଥିଲା ଶିବସେନା । କିନ୍ତୁ ବିଜେପି ଏହି ଦାବିକୁ ଅଗ୍ରାହ୍ୟ କରିଥିଲା । ରାଜ୍ୟରେ ସରକାର ଗଠନରେ ଶିବସେନାର ସହଯୋଗକୁ ସ୍ୱାଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଥିଲେ । 

ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ସପ୍ତାହ ବିତିଥିଲେ ମଧ୍ୟ ବିଜେପି ଓ ଶିବସେନା ମଧ୍ୟରେ ସରକାର ଗଠନ ନେଇ ଏପର୍ଯ୍ୟନ୍ତ ଔପଚାରିକ ବୈଠକ ମଧ୍ୟ ହୋଇପାରିନାହିଁ । ସେପଟେ ଆଜି ବିଧାନସଭା କାର୍ଯ୍ୟକାଳ ଶେଷ ହେଉଛି । ଶିବସେନାର ବିନା ସହୟତାରେ ବିଜେପି ସରକାର ଗଠନ ପାଇଁ ପ୍ଲାନ ବି ପ୍ରସ୍ତୁତି କରିସାରିଛି । ଶିବସେନା ଆରଏସଏସର ହସ୍ତକ୍ଷେପ ଲୋଡିବା ପରେ ବିଜେପି ସହ କଥାବାର୍ତ୍ତା କରିଛନ୍ତି ସଙ୍ଘ ମୁଖ୍ୟ ।