‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ର
Advertisement
Article Detail0/zeeodisha/odisha610687

‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ ଶୀର୍ଷକ ଆଲୋଚନାଚକ୍ର

ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା 

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସନ୍ଦୀପ୍ତ ରାୟ, ଯାଜପୁର: ଗଣମାଧ୍ୟମ ପ୍ରତିନିଧିମାନେ ସମ୍ବାଦ ପରିବେଷଣ ସମୟରେ ସତ୍ୟତା ଓ ନିରପେକ୍ଷତା ଉପରେ ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ସାଧାରଣ ଲୋକଙ୍କ ବିଶ୍ୱସନୀୟତା ବଜାୟ ରହିପାରିବ । ସାମ୍ପ୍ରତିକ ସମୟରେ ସକରାତ୍ମକ ଖବର ପରିବେଷଣର ଗୁରୁତ୍ୱ ବଢିଛି । ଏକ ନକରାତ୍ମକ ଘଟଣାକୁ ସକରାତ୍ମକ ଢଙ୍ଗରେ ପରିବେଷଣ କରିପାରିଲେ ଏହାର ଯଥେଷ୍ଟ ପ୍ରଭାବ ରହିବ । ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ‘ସକରାତ୍ମକ ଖବର ପରିବେଷଣର ଆବଶ୍ୟକତା’ଶୀର୍ଷକ ଆଲୋଚନା ଚକ୍ରରେ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି । 

ଆଜି କୁଆଖିଆ ସ୍ଥିତ ଅଭିମନ୍ୟୁ ସାମନ୍ତସିଂହାର ଭବନଠାରେ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର  ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ଏସପି ଚରଣ ସିଂ ମୀନା, ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । 
ବର୍ତ୍ତମାନ ସମୟରେ ଏଭଳି ବିଷୟବସ୍ତୁର ଆଲୋଚନା ହେବା ପ୍ରାସଙ୍ଗିକ ବୋଲି ମତବ୍ୟକ୍ତ କରିଥିଲେ ଏମାନେ । 

ହି ଅବସରରେ ସଂଘ ପକ୍ଷରୁ ବିସ୍ମୟ ବାଳକ ବିରଜା ଶଙ୍କର ପାଢୀ, ସାମ୍ବାଦିକ ବିଶ୍ୱଜିତ୍ ଦାସ, ସୁବାସ ଚନ୍ଦ୍ର ଧଳ, ଇନ୍ଦ୍ରମଣି ନାୟକ, ସନ୍ଦୀପ୍ତ ରାୟ, ପ୍ରିୟରଞ୍ଜନ କର ପ୍ରମୁଖଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଶତପଥୀ ବିବରଣୀ ପାଠ କରିଥିବା ବେଳେ ସଙ୍ଗଠନ ସମ୍ପାଦକ ଅମୂଲ୍ୟ ବରାଳ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସରିତା ପୃଷ୍ଟି ସଭା ସଞ୍ଚାଳନା ଏବଂ ସାମ୍ବାଦିକ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଯାଜପୁର ଜିଲ୍ଲା ସମେତ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଆଦି ଜିଲ୍ଲାରୁ ଶତାଧିକ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ ।

ଆହୁରି ପଢନ୍ତୁ; ଠିକ୍ ଆଜିକୁ ୭ ବର୍ଷ ତଳେ... ନିର୍ଭୟା