ସହାୟତାର ହାତ ବଢ଼ାଇଲେ ଆନ୍ଧ୍ର ରାଜ୍ୟପାଳ
Advertisement
Article Detail0/zeeodisha/odisha661329

ସହାୟତାର ହାତ ବଢ଼ାଇଲେ ଆନ୍ଧ୍ର ରାଜ୍ୟପାଳ

ପି.ଏମ. କେୟାରସ ଫଣ୍ଡକୁ ସେ ଏକ ମାସର ଦରମା ପ୍ରଦାନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି ଆନ୍ଧ୍ର ରାଜ୍ୟପାଳ । 

ଫାଇଲ ଫଟୋ

ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରୁ ସହାୟତାର ସୁଅ ଛୁଟୁଛି । ଏହି କ୍ରମରେ ସାମିଲ ହୋଇଛନ୍ତି ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ।  ପି.ଏମ. କେୟାରସ ଫଣ୍ଡକୁ ସେ ଏକ ମାସର ଦରମା ପ୍ରଦାନ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି ଆନ୍ଧ୍ର ରାଜ୍ୟପାଳ । 

କେବଳ ଏତିକି ନୁହେଁ, କୋରୋନାକୁ ରୋକିବା ପାଇଁ ଲକ୍ ଡାଉନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି ଆନ୍ଧ୍ର ରାଜ୍ୟପାଳ । 

କହିରଖୁଛୁ, ଏବେ ଭାରତରେ କାୟା ବିସ୍ତାର କରୁଛି କୋରୋନା । ଏବେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୪ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।