ହାଇଦ୍ରାବାଦରୁ ଫେରି ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଭୟ
Trending Photos
କଟକ: ଓଡ଼ିଶା ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଅଭୟ । ହାଇଦ୍ରାବାଦରୁ ଫେରି ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କଟକ ପୋଲିସ ମୁଖ୍ୟାଳୟରେ ନୂତନ ଡିଜିପି ଅଭୟଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଦାୟିତ୍ୱ ନେବା ପରେ 5Tକୁ ଗୁରୁତ୍ୱ ଦେବା ପାଇଁ ପ୍ରତିକ୍ରିୟା ରଖିଛନ୍ତି ଅଭୟ ।
ଆଇପିଏସ ଅଭୟ, ଗତ ୩୦ ବର୍ଷ ଧରି ଓଡ଼ିଶା ପୋଲିସ ପାଇଁ ସେବା କରି ଆସୁଛନ୍ତି । ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡରର ଏହି ଅଫିସରଙ୍କୁ ନେଇ ଚାରିଆଡ଼େ ଚାଲିଥିଲା ଚର୍ଚ୍ଚା । ଡିଜିପି ଭାବେ ଅବସ୍ଥାପିତ ହେବା ଆଗରୁ ସେ ରାଜ୍ୟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ତୁଲାଇଛନ୍ତି । ବିଶେଷ କରି ସିବିଆଇ, ସିଆରପିଏଫ୍, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ , ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲୋପମେଣ୍ଟ ପାଇଁ କାର୍ଯ୍ୟ କରି ସେ ଖୁବ୍ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହାସହ ଅଭୟ ଇଣ୍ଟରନ୍ୟାସନାଲ୍ ଡେପ୍ୟୁଟେସନ୍ ଟୁ କମନୱେଲଥ ଫଣ୍ଡ ଫର୍ ଟେକନିକାଲ କୋଅପରେସନ୍ ବିଭାଗରେ କାର୍ଯ୍ୟ କରି ଦେଶ ପାଇଁ ସୁନାମ ଆଣିଛନ୍ତି । ସେ ଏହି ବିଭାଗରେ କାର୍ଯ୍ୟ କରି ଆନ୍ତର୍ଜାତିକ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରି ମିଆଁମାର, ଆଫଗାନିସ୍ଥାନ, ଶ୍ରୀଲଙ୍କା, ରୁଷିଆ ଓ ଇଣ୍ଡୋନେସିଆ ଗସ୍ତ କରିଛନ୍ତି ।
ଏହା ବାଦ୍ ଜାତିସଂଘରେ ଡ୍ରଗ୍ସ ଓ ନିଶା କାରବାର ଉପରେ ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରି ପ୍ରଶଂସା ସାଉଁଟିଛନ୍ତି । ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ମେଡାଲ ଓ ପୋଲିସ ମେଡାଲ କେନ୍ଦ୍ର ସରକାରଙ୍କ ତରଫରୁ ପାଇଛନ୍ତି । ୨୦୨୧ ଜୁନ୍ ୩୦ରେ ଅବସର ନେବେ ଅଭୟ ।
ଅଧିକ ପଢନ୍ତୁ: କିଏ ସେହି ଆଇପିଏସ ଅଭୟ, ଯାହାଙ୍କୁ ନେଇ ପାୱାର କରିଡରରେ ଏତେ ଚର୍ଚ୍ଚା