ଆପଣଙ୍କ ଶରୀରରେ ରକ୍ତହିନତା ଦେଖା ଦେଉଛି କି ? ତେବେ ଖାଆନ୍ତୁ ଏହି ୬ଟି ସୁରପଫୁଡ
Advertisement
Article Detail0/zeeodisha/odisha611046

ଆପଣଙ୍କ ଶରୀରରେ ରକ୍ତହିନତା ଦେଖା ଦେଉଛି କି ? ତେବେ ଖାଆନ୍ତୁ ଏହି ୬ଟି ସୁରପଫୁଡ

ଏନିମିଆ ରୋଗରେ ପୀଡିତ କି ? ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି

ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ଯଦି ଆପଣ ଏନିମିଆ ରୋଗରେ ପୀଡିତ ତେବେ ଜାଣନ୍ତୁ ଆପଣଙ୍କ ଶରୀରରେ ଆଇରନର ଅଭାବ ରହିଛି । ଏନିମିଆ ସେତେବେଳେ ହୋଇଥାଏ ଯେତେବେଳେ ଆପଣଙ୍କ ଶରୀରରେ ହେମଗ୍ଲୋବିନର ମାତ୍ରା ଅତ୍ୟଧିକ କମ ଥାଏ । ଆଉ ଏହା ଏନିମିଆର ମୁଖ୍ୟ କାରଣ ଅଟେ । ଏଭଳି ସ୍ଥିତିରେ ଶରୀରରେ ଆଇରନର ମାତ୍ରା ବୃଦ୍ଧି କରାଇବା ନିତ୍ୟାନ୍ତ ଜରୁରୀ ଅଟେ । ଏହା ଫଳରେ ହିଁ ପୂରା ଶରୀରକୁ ପୋଷଣ ଓ ଅମ୍ଳଜାନ ପହଞ୍ଚିଥାଏ ।

ପ୍ରଥମେ ଜାଣନ୍ତୁ ଏନିମିଆ ଓ ରକ୍ତହୀନତାର କଣ କଣ ଲକ୍ଷଣ ରହିଛି - ମାନସିକ ଚାପ, ଫୂର୍ତ୍ତି ନ ଲାଗିବା, ମୁଣ୍ଡ ବୁଲାଇବା, ଶାରିରୀକ ଦୁର୍ବଳତା ଓ ସ୍ମରଣ ଶକ୍ତି କମ ପରିଲକ୍ଷିତ ହେବା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣଙ୍କୁ ଏଭଳି କିଛି ଅନୁଭବ ହେଉଛି, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ରକ୍ତ ପରୀକ୍ଷା କରନ୍ତୁ । 

ଏନିମିଆ ହେବାର ମୁଖ୍ୟ କାରଣ ହେଉଛି, ଭାଟାମିନ 'ବି' ବା ଫୋଲିକ୍ ଏସିଡ ବା ଆଇରନ ଅଭାବ । ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ ଏହି ୬ଟି ସୁପର ଫୁଡ ଏବଂ ଦୂରକରନ୍ତୁ ରକ୍ତହୀନତା...

ଅଣ୍ଡା: ଅଣ୍ଡାରେ ଆଇରନ ଓ ପ୍ରୋଟିନ ଭରପୂର ଥାଏ ।  ତେଣୁ ଏନିମିଆ କାରଣରୁ ଶରୀରରେ ଭିଟାମିନ ଅଭାବକୁ ଦୂର କରିଥାଏ ଅଣ୍ଡା । ଗୋଟିଏ ଅଣ୍ଡାରେ ପାଖାପାଖି ୧ ମିଲିଗ୍ରାମ ପର୍ଯ୍ୟନ୍ତ ଆଇରନ ରହିଥାଏ ।

ଡାଳିମ୍ବ: ଡାଳିମ୍ବରେ ପୋଟାସିୟମ ଏବଂ ଫାଇବର ସହିତ ଆଇରନ୍, ଭିଟାମିନ୍ ଏ, ସି ଓ ଇ ମଧ୍ୟ ଭରପୁର ରହିଥାଏ । ଡାଳିମ୍ବ ଶରୀରରେ ରକ୍ତର ମାତ୍ରା ବଢ଼ାଇଥାଏ, ତେଣୁ ଶରୀର ପୀଡ଼ା, ଦୁର୍ବଳତା ଓ ଥକାପଣ ଭଳି ଏନିମିଆକୁ ଦୂର କରିଥାଏ ଡାଳିମ୍ବ ।   

ପାଳଙ୍ଗ: ସବୁଜ ପନିପରିବା ମଧ୍ୟରୁ ଶାଗରେ ଅଧିକ ପରିମାଣରେ ଭିଟାମିନ ଥାଏ । ପାଳଙ୍ଗ ସାଗରେ ଭିଟାମିନ ଏ, ଭିଟାମିନ ବି-୯, ଭିଟାମିନ-ଇ, କ୍ୟାଲସିୟମ ଓ ଫାଇବର ରହିଥାଏ । ତେଣୁ ପାଳଙ୍ଗ ଶାଗ ମଧ୍ୟ ଶରୀରର ଏନିମିଆକୁ ଦୂର କରିଥାଏ ।  

ବିଟ୍: ବିଟ୍ ରସରେ ଆଇରନର ମାତ୍ରା ଭରପୂର ରହିଥାଏ । ପ୍ରତିଦିନ ବିଟ ରସକୁ ପିଇବା ଦ୍ୱାରା ଆଇରନର ମାତ୍ରା ବୃଦ୍ଧି ପାଇବା ସହିତ ଏନିମିଆ ଦୂର ହୋଇଥାଏ ।  ଯଦି ଆପଣ ବିଟ୍ ରସ ବା ବିଟ୍ ଜୁସ ସକାଳୁ ସଞ୍ଜ ପିଅବେ, ତେବେ ଏହା ଆପଣଙ୍କ ପାଇଁ ଅଧିକ ଫଳପ୍ରଦ ହେବ । 

ସୋୟାବିନ: ଗୋଟିଏ ମୁଠା ସୋୟାବିନ ରାତିରେ ପାଣିରେ ବତୁରାଇ ଦିଅନ୍ତୁ ଓ ସକାଳୁ ଉଠି ଖାଆନ୍ତୁ । ସୋୟାବିନରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ ଏବଂ ଏହା ଖାଇଲେ ପେଟ ମଧ୍ୟ ପୂରିଥାଏ । ସୋୟାବିନରେ ଅଧିକ ପ୍ରୋଟିନ ଓ କମ ଫ୍ୟାଟ ରହିଥାଏ । ଆଉ ଏହା ଏନିମିଆ ସହିତ ଲଢେଇ କରି ଶରୀରରୁ ଏନିମିଆ ଦୂର କରିଥାଏ । 

କୋବି ପତ୍ର: ଏନିମିଆ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ପାଇଁ କୋବି ପତ୍ର ସୁପର ଫୁଡ ଅଟେ । କୋବି ପତ୍ରରେ ମଧ୍ୟ ପ୍ରଚୁର ପରିମାଣରେ ଆଇରନ ଓ କ୍ୟାଲସିୟମ ଭରି ରହିଥାଏ । ଏଣୁ କୋବି ପତ୍ରକୁ ସାଲାଡ ଭାବେ କିମ୍ବା ରସ ବାହାର କରି ଜୁସ କରି ପାଇ ପାରିବେ ।