• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ରହୁନି କି ତାଳମେଳ: କାହିଁକି ବାରମ୍ବାର ମହାପ୍ରଭୁଙ୍କ ବେଶ ରେ ବିଭ୍ରାଟ ?

ରହୁନି କି ତାଳମେଳ: କାହିଁକି ବାରମ୍ବାର ମହାପ୍ରଭୁଙ୍କ ବେଶ ରେ ବିଭ୍ରାଟ ?

ରହୁନି କି ତାଳମେଳ: କାହିଁକି ବାରମ୍ବାର ମହାପ୍ରଭୁଙ୍କ ବେଶ ରେ ବିଭ୍ରାଟ ?

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବେଳେ ଦେଖାଦେଇଛି ବିବାଦ । ନାଗାର୍ଜୁନ ବେଶ ବେଳେ ଏହିଭଳି ବିବାଦ ହୋଇଥିବା ବେଳେ ଗତକାଲି ପୌଷପୂର୍ଣ୍ଣିମାରେ ରାଜରାଜେଶ୍ୱର ବେଶକୁ ନେଇ ପୁଣି ଦେଖାଦେଇଥିଲା ବିବାଦ । ଶ୍ରୀମନ୍ଦିରରେ ରତ୍ନସିଂହାସନରେ ବେଶକୁ ନେଇ ସେବାୟତଙ୍କ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଲାଣି ବିବାଦ । 

ଭଣ୍ଡାର ମେକାପ ସ୍ୱର୍ଣ୍ଣ ଆଭୂଷଣକୁ ସିଂହାରୀକୁ ଦେବେ । ହେଲେ ସେଥିରେ ସିଂହାରୀଙ୍କ ପକ୍ଷରୁ ପାଳିଆ ସିଂହାରୀ ସେହି ଆଭୂଷଣକୁ ମଣତି କରି ଦିଆଯାଏ  । ସେହି ଅନୁସାରେ ବେଶ ଓଲାଗି ପରେ ପୁଣି ମଣତି କରି ରଖାଯାଏ । ତେବେ ନାଗାର୍ଜୁନ (Nagarjuna Besha) ବେଶ ଭଳି ଗତକାଲି ସୁନାବେଶ (Suna Besha) ବେଳେ ଅଧିକ ସଂଖ୍ୟାରେ ସିଂହାରୀ ସେବାୟତ ରତ୍ନ ସିଂହାସନ ଉପରେ ରହୁଥିବାରୁ ମେକାପ ଓ ସିଂହାରୀଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । 

Also Read: ନକଲି ଟଙ୍କତୋରାଣି! ଶ୍ରୀମନ୍ଦିର ବାହାରେ ହେଉଛି ବିକ୍ରି

ତେଣୁ ଏହାର ସମାଧାନ ନହେଉଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଯୋଗୁଁ ନୀତିରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ (Srimandira Administration) କୁ ଦାୟୀ କରିଛି ଶ୍ରୀଜଗନ୍ନାଥ ସେବାୟତ (Sevayat) ସମ୍ମିଳନୀ  । ସେପଟେ ଶ୍ରୀମନ୍ଦିର ପ୍ରଶାସନର ଅବହେଳା ଯୋଗୁଁ ଏଭଳି ନୀତିରେ ବିଭ୍ରାଟ ହେଉଛି ଆଉ ସେବାୟତଙ୍କୁ ଦାୟୀ କରାଯାଉଛି । ତେଣୁ ନିରପେକ୍ଷ ତଦନ୍ତ କରିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାବୀପତ୍ର ଦେଇଛି ଶ୍ରୀଜଗନ୍ନାଥ ସେବାୟତ ସମ୍ମିଳନୀ ।  

Also Read: ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?

ଶ୍ରୀମନ୍ଦିରରେ ରତ୍ନସିଂହାସନରେ ବେଶକୁ ନେଇ ସେବାୟତଙ୍କ ମଧ୍ୟରେ ଦିନକୁ ଦିନ ବଢିବାରେ ଲାଗିଲାଣି ବିବାଦ। ନାଗାର୍ଜୁନ ବେଶ(Nagarjuna Besha) ସମୟରେ ଏହିଭଳି ବେଶକୁ ନେଇ ସିଂହାରୀ ଓ ମେକାପଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ପୁଣି ଗତକାଲି ପୌଷପୂର୍ଣ୍ଣିମା ସୁନା ବେଶ (Suna Besha) ରେ ପୁନରାବୃତ୍ତି ହୋଇଥିଲା  । ଯାହାଫଳରେ ଦୀର୍ଘ ୫ ଘଣ୍ଟା ବିଳମ୍ବରେ ହୋଇଥିଲା ସୁନାବେଶ । ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଦୁଇରୁ ତିନି ଦିନ ଭିତରେ ଦୁଇ ସେବାୟତ ନିଯୋଗର ସଦସ୍ୟଙ୍କୁ ଡାକି ବୈଠକରେ ସମାଧାନ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

Edited: Zee Odisha Desk