ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମଦିନ
Advertisement
Article Detail0/zeeodisha/odisha583682

ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମଦିନ

ଆଜି ବଲିଉଡ ସୁପରଷ୍ଟାର ବିଗ ବି ଅମିତାଭଙ୍କ ଜନ୍ମଦିନ 

  • ଆଜି ବଲିଉଡ ସୁପରଷ୍ଟାର ବିଗ ବି ଅମିତାଭଙ୍କ ଜନ୍ମଦିନ ଭାରତୀୟ ସିନେ ଜଗତର ବର୍ଷିଆନ ଅଭିନେତା ଆଜି ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । 
  • ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ, ଶେହନଶାହ, ବିଗ ବି, ଷ୍ଟାର ଅଫ ଦ ମିଲେନିୟମ ଆଦି ଅନେକ ନାମରେ ସେ ପରିଚିତ ।  
  • ଅମିତାଭଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମ ବିଭୁଷଣ ଆଦି ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।

Trending Photos

ଶତାବ୍ଦିର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୭ତମ ଜନ୍ମଦିନ

ଆଜି ବଲିଉଡ ସୁପରଷ୍ଟାର ବିଗ ବି ଅମିତାଭଙ୍କ ଜନ୍ମଦିନ।  ଭାରତୀୟ ସିନେ ଜଗତର ବର୍ଷିଆନ ଅଭିନେତା ଆଜି ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।  ଏହି ଖ୍ୟାତିନାମା ଅଭିନେତା ଏଯାଏ ନିଜ ଅଭିନୟ ଜାରି ରଖିଛନ୍ତି ।  ଅଭିନୟ ଜଗତରେ ତାଙ୍କର ତୁଳନା ନାହିଁ ଽଆଜିର ଜନ୍ମ ଦିବସରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।   ୧୯୪୨ ଅକ୍ଟୋବର ୧୧ ତାରିଖରେ ଅମିତାଭ ବଚ୍ଚନ ଆହ୍ଲାବାଦରେ ଜନ୍ମ ଗ୍ରହଣ କରିଥିଲେ ।  ଦୀର୍ଘ ୫୦ ବର୍ଷ ଧରି ଅମିତାଭ ବଲିଉଡରେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ।  ବଲିଉଡରେ ଆଙ୍ଗ୍ରି ୟଙ୍ଗମ୍ୟାନ, ଶେହନଶାହ, ବିଗ ବି, ଷ୍ଟାର ଅଫ ଦ ମିଲେନିୟମ ଆଦି ଅନେକ ନାମରେ ସେ ପରିଚିତ ।  ଅମିତାଭଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣ, ପଦ୍ମ ବିଭୁଷଣ ଆଦି ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ।  ସେହିପରି ଫିଲ୍ମ ଜଗତରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମେତ ଫିଲ୍ମ ଫେୟାର ସମ୍ମାନରେ ସମ୍ମାନୀତ କରାଯାଇଛି ।  ନିକଟରେ ଅମିତାଭଙ୍କୁ ଭାରତୀୟ ସିନେମା ଜଗତର ସର୍ବୋଚ୍ଚ ସମ୍ମାନ ଦାଦ ସାହେବ ଫାଲକେ ପୁରସ୍କାରରେ ମନୋନୀତ କରାଯାଇଛି । 

ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସଫଳତାକୁ ସମସ୍ତେ ଜାଣିଛନ୍ତି କିନ୍ତୁ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ ବୋହୁତ କମ ଲୋକ ଜାଣନ୍ତି । ବିଗ୍ ବିଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ନଜର ପକେଇବା ତାଙ୍କର ଏହି ସଂଘର୍ଷରୁ ସଫଳତାର କାହାଣୀ ଉପରେ ।

ସାତ ହିନ୍ଦୁସ୍ତାନୀ ସିନ୍

ଅନୱର ଅଲ୍ଲୀ ଅନୱର । ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରଥମ ସ୍କ୍ରିନ୍ ନାଁ । ଏହାକୁ ପ୍ରାୟ ଦର୍ଶକ ଶୁଣି ନଥିବେ ।

କାରଣ ୧୯୬୯ରେ ରିଲିଜ ହୋଇଥିବା ଏହି ଚଳଚ୍ଚିତ୍ର ସାତ ହିନ୍ଦୁସ୍ତାନୀ, ଦର୍ଶକଙ୍କ ମଧ୍ୟରେ ସେତେ ଆଦୃତ ହୋଇ ନଥିଲା । ହେଲେ ଆଜି ଯେତେବେଳେ ଏହି ମହାନାୟକଙ୍କ ବିଷୟରେ ଚର୍ଚ୍ଚା କରୁଛୁ, ତେବେ ଏହି ଡେବ୍ୟୁ ଚଳଚ୍ଚିତ୍ରକୁ ବାଦ ଦିଆଯାଇ ନପାରେ ।

ଆନନ୍ଦ ସିନେମା ସିନ୍

ସାଥ ହିନ୍ଦୁସ୍ତାନୀ ପରେ ବି ୨, ୩ଟି ଫ୍ଲପ୍ ଚଳଚ୍ଚିତ୍ରରେ ନଜର ଆସିଲେ ଅମିତାଭ । ୧୯୭୧ରେ ରିଲିଜ୍ ହେଲା ତତ୍କାଳିନ ସୁପରଷ୍ଟାର୍ ରାଜେଶ ଖନ୍ନାଙ୍କ ଫିଲ୍ମ ଆନନ୍ଦ । ଯେଉଁଥିରେ ଅମିତାଭ୍ଙ୍କୁ ସହ-ଅଭିନେତା ଭାବେ ଦେଖିବାକୁ ମିଳିଥିଲା ।

ରାଜେଶ ଖନ୍ନାଙ୍କ ଉପସ୍ଥିତି ସତ୍ୱେ ନିଜ ଅଭିନୟର ଏକ ଭିନ୍ନ ଛାପ ଛାଡିବାକୁ ସଫଳ ହୋଇଥିଲେ ଅମିତାଭ । ଆଉ ଅମିତାଭଙ୍କୁ ଫିଲ୍ମ ଫେୟାର୍ ତରଫରୁ ମିଳିଲା ଶ୍ରେଷ୍ଠ ସହ କଳାକାରର ସମ୍ମାନ ।

ବମ୍ବେ ଟୁ ଗୋଆ ସଙ୍ଗ

ଆନନ୍ଦରେ ଦମଦାର ଅଭିନୟ ପରେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟର୍ ଏକ ଭିନ୍ନ ମୋଡ ନେବ । ମାତ୍ର ବିଫଳତା ଯେପରି ତାଙ୍କ ପିଛା ଛାଡିବାକୁ ନାରାଜ ଥିଲା । ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସ୍ରେ ଫ୍ଲପ୍ ହେବାକୁ ଲାଗିଥିଲା ।

ପ୍ୟାର୍ କି କାହାନୀ, ସଂଯୋଗ, ପିୟା କା ଘର, ବଂଶୀ ବିରଜୁ, ରାସ୍ତେ କା ପଥ୍ର, ଗରମ ମସାଲା ଭଳି ଏକାଧିକ ଫିଲ୍ମ ତାଙ୍କ କ୍ୟାରିୟର ରେ ଯୋଡି ହୋଇ ଚାଲିଥିଲା । କିନ୍ତୁ ଏହି ଫ୍ଲପ୍ ସିରିଜ୍ ଭିତରେ ଗୋଟିଏ ଚଳଚ୍ଚିତ୍ର ଥିଲା ବମ୍ବେ ଟୁ ଗୋଆ । ଯାହାର ଗୀତକୁ ଆଜି ବି ଦର୍ଶକ ମନେପକାନ୍ତି ।

fallback

ଜଂଜୀର

ବିଶିଷ୍ଟ କବି ତଥା ଲେଖକ ହରିବଂଶ ରାୟ ବଚ୍ଚନଙ୍କ ପୁଅ ହେବା ସତ୍ୱେ ଅମିତାଭଙ୍କୁ ବିଲିଉଡରେ ପ୍ରବେଶ କରିବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ଲଗାତାର ଫ୍ଲଫ୍ ସିନେମା ତାଙ୍କ କ୍ୟାରିୟାରକୁ ଅସ୍ତ ଆଡକୁ ନେଇଯାଇଥିଲା ।ଅନେକ ଲୋକ ତାଙ୍କୁ ଇଣ୍ଡଷ୍ଟ୍ରି ଛାଡି ଫେରିଯିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ମାତ୍ର ହାର ମାନିନଥିଲେ ଅମିତାଭ । ୧୯୭୩ରେ ରିଲିଜ୍ ହୋଇଥିଲା ପ୍ରକାଶ ମେହେରାଙ୍କ ଫିଲ୍ମ ଜଂଜୀର । ଯେଉଁଥିରେ ସେ ପ୍ରଥମ ଥର ପାଇଁ ସଫଳତାର ସ୍ୱାଦ ଚାଖିଲେ ଓ ରାତାରାତି ପାଲଟିଗଲେ ସୁପରଷ୍ଟାର ।ଏହି ସିନେମା ପରେ ଦର୍ଶକ ତାଙ୍କୁ ଦେଇଥିଲେ ଆଙ୍ଗ୍ରି ୟଙ୍ଗ୍ ମ୍ୟାନର ଆଖ୍ୟା ।

ଜଂଜୀର ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଅମିତାଭ । ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ର ଭେଟିଦେଇଥିଲେ ସିନେ ପ୍ରେମୀଙ୍କୁ । ଏହି ଧାରାରେ ୧୯୭୫ ମସିହାର ପ୍ରଥମ ଭାଗରେ ରିଲିଜ୍ ହୋଇଥିଲା ବୋହୁ ଚର୍ଚ୍ଚିତ ଫିଲ୍ମ ଦିୱାର । ସିନେମାରେ ଅମିତାଭଙ୍କର ଆକ୍ସନ୍ ସିନ୍ ଓ ଦମଦାର ଡାଇଲଗ୍ସ ବେଶ୍ ପ୍ରଭାବିତ କରିଥିଲା ଦର୍ଶକଙ୍କୁ ।

ଶୋଲେ

୧୫ ଅଗଷ୍ଟ ୧୯୭୫, ରିଲିଜ୍ ହୋଇଥିଲା ଚଳଚ୍ଚିତ୍ର ଶୋଲେ ଯାହା ହିନ୍ଦୀ ସିନେମା ଜଗତରେ ରଚିଥିଲା ଇତିହାସ ।

ଏଥିରେ ଅମିତାଭଙ୍କ ଅଭିନୟ ଓ ଅନ୍ଦାଜର ଦିୱାନା ହୋଇଯାଇଥିଲେ ଦର୍ଶକ ।

ଚୁପକେ ଚୁପକେ

ଗୋଟିଏ ପଟେ ଦିୱାର୍, ଜମିର୍ ଓ ସୋଲେ ଭଳି ଆକ୍ସନ ମୁଭି ଅମିତାଭଙ୍କୁ ଆଙ୍ଗ୍ରି ୟଙ୍ଗମାନର ପରିଚୟ ଦେଉଥିବାବେଳେ ଅନ୍ୟପଟେ ସେହି ମସିହାରେ ହିଁ ଅମିତାଭଙ୍କୁ ନେଇ ରିଲିଜ୍ ହୋଇଥିଲା ହ୍ରିଷିକେଶ ମୁଖାର୍ଜୀଙ୍କ ଦୁଇଟି ଚଳଚ୍ଚିତ୍ର ଚୁପକେ ଚୁପକେ ଓ ମିଲି । ଏହି ସିନେମାରେ ଅମିତାଭଙ୍କୁ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଥିଲା ।

କଭି କଭି

୧୯୭୬ ମସିହାରେ ମୁକ୍ତିଲାଭ କରିଥିଲା ଚଳଚ୍ଚିତ୍ର କଭି କଭି । ଏହି ସିନେମା ଅମିତାଭଙ୍କୁ ରୋମାଂଟିକ୍ ନାୟକର ପରିଚୟ ଦେଇଥିଲା ।

ଅମର ଅକବର୍ ଆନ୍ଥୋନୀ

ଅମର, ଅକବର, ଆନ୍ଥୋନୀ ଅମିତାଭ ବଚ୍ଚନଙ୍କ କ୍ୟାରିୟର୍ର ଅନ୍ୟତମ ସୁପରହିଟ ସିନେମା । ଏହି ଫିଲ୍ମ ପାଇଁ ଅମିତାଭ୍ ପ୍ରଥମ ଥର ପାଇଁ ଫିଲ୍ମ ଫେୟାର ଶ୍ରେଷ୍ଠ ଅଭିନେତାର ସମ୍ମାନ ହାତେଇଥିଲେ ।

ଡନ୍

ଧିରେ ଧିରେ ବଲିଉଡ୍ର ନମ୍ବର ୱାନ ନାୟକର ସ୍ଥାନ ଅକ୍ତିଆର କରିବାରେ ଲାଗିଥିଲେ ଅମିତାଭ୍ ।

୭୦ ଦଶକରେ ଯେପରି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଛାଇ ଯାଇଥିଲେ ସେ । ଯେଉଁ ଫିଲ୍ମରେ ବି ଅଭିନୟ କରୁଥିଲେ ତାହା ହିଟ୍ ହେଉଥିଲା । ଏହାରି ଭିତରେ ଅମିତାଭଙ୍କ ଖଳନାୟିକିର ମଧ୍ୟ ଝଲକ ଦେଖିବାକୁ ମିଳିଥିଲା ୧୯୭୮ର ସିନେମା ଡନ୍ରେ ।

ୟାରାନା

୭୦ ଦଶକ ଭଳି ୮୦ ଦଶକରେ ବି ବଲିଉଡ୍ରେ ଛାଇ ରହିଲେ ଅମିତାଭ । ୮୦ ଦଶକର ପ୍ରଥମ ଭାଗରେ ନସିବ୍, ଲାବାରିସ୍, ସିଲସିଲା, କାଲିଆ, ସତେ ପେ ସତା, ନମକ ହଲାଲ ଭଳି ଗୋଟିଏ ପରେ ଗୋଟିଏ ହିଟ୍ ଚଳଚ୍ଚିତ୍ରର ଲମ୍ବା ଲାଇନ୍ ଲାଗିଥିଲା ଅମିତାଭଙ୍କ କ୍ୟାରିୟରରେ ।

ସେହେନ୍ସା

୧୯୮୩ ମସିହାରେ ବଲିଉଡର ଏହି ମେଗା ଷ୍ଟାରଙ୍କ ଉପରେ ଯେମିତି ନଜର ଲାଗିଗଲା ।

କ୍ୟାରିୟରର ଶୀର୍ଷରେ ଥିବା ଅମିତାଭ, କୁଲି ଚଳଚ୍ଚିତ୍ରର ସୁଟିଂ ସେଟରେ ସାମ୍ନା କରିଥିଲେ ଏକ ବଡ ଦୁର୍ଘଟଣା । ଫାଇଟ୍ ସିନ୍ ସୁଟ କରିବା ସମୟରେ ଆହତ ହୋଇ ପଡିଥିଲେ । ସେତେବେଳେ ଲାଗୁଥିଲା ଅମିତାଭଙ୍କ କ୍ୟାରିୟରରେ ଏଇଠି ପୂର୍ଣ୍ଣଚ୍ଛେଦ ପଡିଯିବ । ମାତ୍ର ଆସନ୍ନ ମୃତ୍ୟୁକୁ ପଛରେ ପକାଇ ପୁଣି ଥରେ ପରଦାକୁ ଫେରିଥିଲେ ବଲିଉଡର ସେହେନ୍ସା ।

ଅଗ୍ନିପଥ

୯୦ ଦଶକରେ ଅମିତାଭ ବଚ୍ଚନଙ୍କ ସଫଳତାର କାହାଣୀ ଆରମ୍ଭ ହୋଇଥିଲା ଚଳଚ୍ଚିତ୍ର ଅଗ୍ନିପଥ ସହିତ ।

ହମ୍, ଅଜୁବା, ଆଜକା ଅର୍ଜୁନ, ଖୁଦା ଗୱା ଭଳି ଭିନ୍ନ ଭିନ୍ନ ଚରିତ୍ରର ସିନେମା ଭେଟି ଦେଇଥିଲେ ଅମିତାଭ ।

ମୋହବତେଁ , ବାଗବାନ

ଏହାପରେ ଧିରେ ଧିରେ କ୍ୟାରାକ୍ଟର ରୋଲରେ ନଜର ଆସିଲେ ବଲିଉଡ ଏହି ସେହେନ୍ସାc ବର୍ଷ ୨୦୦୦ରେ ମୋହବତେଁ, ୨୦୦୧ରେ କଭି ଖୁସି କଭି ଗମ୍, ୨୦୦୨ରେ ଆଖେଁ, ୨୦୦୩ରେ ବାଗବାନ ଭଳି ସିନେମାରେ ଅମିତାଭ୍ ବଚ୍ଚନଙ୍କୁ ନୂଆ ରୂପରେ ଦେଖିବାକୁ ମିଳିଲା । ଏଠି ବି ଦର୍ଶକ ଭରପୁର ପସନ୍ଦ କଲେ ବିଗ୍ ବିଙ୍କ ଅଭିନୟକୁ ।

fallback

କୌନ ବନେଗା କରୋଡ ପତି

ବଡ ପରଦା ସହ ଛୋଟ ପରଦାରେ ମଧ୍ୟ ଢେର୍ ଲୋକପ୍ରିୟତା ହାସଲ କଲେ ବିଗ୍ ବି ଅମିତାଭ୍ । ରିୟାଲିଟି ଶୋ କୌନ ବନେଗା କରୋଡପତି ସିରିଜ୍ରେ ଅମିତାଭଙ୍କ ନିଆରା ଉପସ୍ଥାପନା ଶୈଳିକୁ ବେଶ ପସନ୍ଦ କଲେ ଦର୍ଶକ ।

ସେହିପରି, ପା, ବ୍ଲାକ୍, ସରକାର ଭଳି ସିନେମାରେ ଅମିତାଭ ବଚ୍ଚନଙ୍କ ଦମଦାର୍ ଅଭିନୟ ତାଙ୍କୁ ଇଣ୍ଡଷ୍ଟ୍ରୀର ନମ୍ବାର ଏକ ଅଭିନେତାର ପରିଚୟ ଦେଲା ।