ଝିଅ ଦେଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ବାପା କହିଲେ...
Advertisement
Article Detail0/zeeodisha/odisha643963

ଝିଅ ଦେଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ବାପା କହିଲେ...

ସମ୍ପୃକ୍ତ ଯୁବତୀ ଅମୂଲ୍ୟା ଲିୟୋନା ଗିରଫ

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଆୟୋଜିତ ଏକ ରାଲିରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିବା ଯୁବତୀ ଅମୂଲ୍ୟା ଲିୟୋନା ଗିରଫ । ତାଙ୍କୁ ଏବେ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ସମ୍ପୃକ୍ତ ଯୁବତୀଙ୍କ ପିତାଙ୍କ ପ୍ରତିକ୍ରିୟା । ନିଜ ଝିଅ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସେ । 

ପୁରା ଘଟଣା ଥିଲା ଏପରି । ଗୁରୁବାର ବେଙ୍ଗାଲୁରୁରେ ସିଏଏ ବିରୋଧରେ ଏକ ସଭା ଆୟୋଜନ ହୋଇଥିଲା । ଏଆଇଏମଆଇଏମ ସୁପ୍ରିମୋ ଅସାଦୁଦ୍ଦିନ ଓୱେସୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ । ତେବେ ଏହି ସମୟରେ ମଞ୍ଚରେ ଅଭିଯୁକ୍ତ ଯୁବତୀ ଭାରତ ଜିନ୍ଦାବାଦ ଓ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ । ପରେ ସମ୍ପୃକ୍ତ ଯୁବତୀଙ୍କ ପାଖରୁ ମାଇକ ଛଡ଼ାଇ ନିଆଯାଇଥିଲା । ତେବେ ଯୁବତୀଙ୍କ ଏପ୍ରକାର ନାରା ପଛରେ AIMIMର କୌଣସି ସମ୍ପର୍କ ନଥିବା ପରେ ସ୍ପଷ୍ଟ କରିଥିଲେ ଓୱେସୀ । 

ସେପଟେ ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯୁବତୀଙ୍କ ପିତା । ସେ କହିଛନ୍ତି, ''ମୁଁ ଲିୟୋନାକୁ ଏନେଇ କେତେଥର ବୁଝାଇସାରିଛି । ତାଗିତ ମଧ୍ୟ କରିଥିଲି । ହେଲେ ସେ କୌଣସି କଥା ଶୁଣିବାକୁ ରାଜି ହୋଇ ନ ଥିଲା । ମୁଁ ପାକିସ୍ତାନ ଜିନ୍ଦାବାଦ ପରି ନାରାକୁ ସମର୍ଥନ କରେ ନାହିଁ । ତେବେ ଝିଅ ଏପ୍ରକାର ନାରା ଦେଇଥିବାରୁ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ  ।''

ଆହୁରି ପଢ଼ନ୍ତୁ; ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝାଙ୍କ ଅବସର ଘୋଷଣା