ମୋଦିଙ୍କ ବିରୋଧରେ ହୁଙ୍କାର
Advertisement
Article Detail0/zeeodisha/odisha614595

ମୋଦିଙ୍କ ବିରୋଧରେ ହୁଙ୍କାର

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଦଳର ଛାତ୍ର ଓ ଯୁବ ଶାଖାକୁ ଘୃଣା ଓ ହିଂସା ସୃଷ୍ଟି କରୁଥିବା ମୋଦି ଓ ଶାହାଙ୍କ ବିରୋଧରେ ରାଜଘାଟରେ ଆନ୍ଦୋଳନ ପାଇଁ ଟ୍ୱିଟ୍ ଯୋଗେ ଆହ୍ୱାନ ଦେଇଥିଲେ । ସେ କହିଛନ୍ତି ଉଭୟ ମୋଦି ଓ ଶାହାଙ୍କ ପାଇଁ କେବେ ବି ଦେଶକୁ କଂଗ୍ରେସ ଘୃଣ୍ୟ ଓ ଧ୍ୱସଂ ହେବାକୁ ଦେବ ନାହିଁ । ସିଏଏ ଓ ଏନଆରସି ନେଇ ସରକାରଙ୍କୁ ଜୋରଦାର ଘେରୁଥିବା କଂଗ୍ରେସ ଆଜି ସିଧା ସଳଖ ମୋଦି ଓ ଶାହାଙ୍କୁ ଘେରିବାକୁ ପ୍ରୟାସ କରିଛି । 

ଫାଇଲ ଫଟୋ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମବାର ଦଳର ଛାତ୍ର ଓ ଯୁବ ଶାଖାକୁ ଘୃଣା ଓ ହିଂସା ସୃଷ୍ଟି କରୁଥିବା ମୋଦି ଓ ଶାହାଙ୍କ ବିରୋଧରେ ରାଜଘାଟରେ ଆନ୍ଦୋଳନ ପାଇଁ ଟ୍ୱିଟ୍ ଯୋଗେ ଆହ୍ୱାନ ଦେଇଥିଲେ । ସେ କହିଛନ୍ତି ଉଭୟ ମୋଦି ଓ ଶାହାଙ୍କ ପାଇଁ କେବେ ବି ଦେଶକୁ କଂଗ୍ରେସ ଘୃଣ୍ୟ ଓ ଧ୍ୱସଂ ହେବାକୁ ଦେବ ନାହିଁ । ସିଏଏ ଓ ଏନଆରସି ନେଇ ସରକାରଙ୍କୁ ଜୋରଦାର ଘେରୁଥିବା କଂଗ୍ରେସ ଆଜି ସିଧା ସଳଖ ମୋଦି ଓ ଶାହାଙ୍କୁ ଘେରିବାକୁ ପ୍ରୟାସ କରିଛି । 

ରାହୁଲଙ୍କ ମତରେ ଲୋକଙ୍କ ଆସ୍ଥା ଭାଜନ ହୋଇଥିବା ଭାରତୀୟ ଜନତା ପାର୍ଟି ଦେଶରେ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଛି । ସୋମବାର ଅପରାହ୍ନ ୩ଟାରେ କଂଗ୍ରେସ ରାଜଘାଟରେ ନିଜର କର୍ମୀଙ୍କୁ ଧରି ମୋଦି ଓ ଶାହଙ୍କୁ ଜୋରଦାର ବିରୋଧ କରିଛି । ରାହୁଲଙ୍କ ଏହି ଆହ୍ୱାନରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ସାମିଲ ହୋଇ ସମ୍ବିଧାନ ବଞ୍ଚାଇବା ସହ ଦେଶରେ ଚାଲିଥିବା ଘୃଣ୍ୟ ରାଜନୀତି ଓ ଡିଭାଇଡ ଆଣ୍ଡ ରୁଲକୁ ବିରୋଧ କରିବାକୁ  ଆହ୍ୱାନ ଦେଇଥିଲେ । 

ଆହୁରି ପଢନ୍ତୁ; କଂଗ୍ରେସ ମୁକ୍ତ ଭାରତ; ଆକାଶ କଇଁଆ ଚିଲିକା ମାଛ !