ଏ.ପି. ସିଂହଙ୍କ ଅଜବ ଯୁକ୍ତି, ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପରେ ଦୁଷ୍କର୍ମ କ'ଣ ବନ୍ଦ ହୋଇଯିବ ?
Advertisement

ଏ.ପି. ସିଂହଙ୍କ ଅଜବ ଯୁକ୍ତି, ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପରେ ଦୁଷ୍କର୍ମ କ'ଣ ବନ୍ଦ ହୋଇଯିବ ?

ନିର୍ଭୟା ମାମଲାରେ ଅଭିଯୁକ୍ତଙ୍କ ଓକିଲ ଏ.ପି. ସିଂହ

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦୁଷ୍କର୍ମକାରୀଙ୍କୁ ଗୁଳି କରାଯିବା ଉଚିତ ! ସୋସିଆଲ ମିଡିଆରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ, ଏଭଳି କିଛି ମତପ୍ରକାଶ ପାଉଛି । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଜୟା ବଚ୍ଚନଙ୍କ ସମେତ ଅନ୍ୟ କିଛି ସାଂସଦ ଦୁଷ୍କରାକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମତ ରଖିଥିଲେ । ତେବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି 'ନିର୍ଭାୟା' ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ମାମଲା ଲଢିଥିବା ଓକିଲ  ଏପି ସିଂହ । 

ଏପି ସିଂହ କହିଛନ୍ତି, ଦୁଷ୍କର୍ମ ପରି ଅପରାଧ ପାଇଁ ଅଭିଯୁକ୍ତଙ୍କୁ ଗୁଳି କରିଦେବାକୁ ବହୁ ସାଂସଦ କହୁଛନ୍ତି । ମାତ୍ର ଏପରି ପ୍ରତିକ୍ରିୟା ଦେଇ ସେମାନେ ସମ୍ବିଧାନକୁ ଅସମ୍ମାନ କରୁଛନ୍ତି । ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଯଦି ଦୁଷ୍କର୍ମ ଘଟଣାର ଅପରାଧୀଙ୍କୁ ଫାଶୀ ମିଳେ, ତେବେ କ'ଣ ଦୁଷ୍କର୍ମ ବନ୍ଦ ହୋଇଯିବ କି ? କେହି ଏନେଇ ଗ୍ୟାରେଣ୍ଟି ଦେଇପାରିବେ କି ବୋଲି ଅଖାଡୁଆ ପ୍ରଶ୍ନ କରିଛନ୍ତି ଏପି ସିଂହ । 

ଅନ୍ୟପଟେ 'ନିର୍ଭୟା' ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅକ୍ଷୟ କୁମାର ସିଂହର ରିଭ୍ୟୁ ପିଟିସନ ଉପରେ ପ୍ରତିକ୍ରିୟା ରଖିଛନ୍ତି ନିର୍ଭାୟାଙ୍କ ମା'  ଆଶା ଦେବୀ । 

ଆହୁରି ପଢନ୍ତୁ; Nirbhaya Rape Case: ଫାଶୀ ଖୁଣ୍ଟରେ ଝୁଲିବେ 'ନିର୍ଭୟା' ଦୁଷ୍କର୍ମକାରୀ!