ଫେବୃଆରୀ ୧୪ରେ ବିବାହ କରିବେ ନେହା କକ୍କର
Advertisement
Article Detail0/zeeodisha/odisha634706

ଫେବୃଆରୀ ୧୪ରେ ବିବାହ କରିବେ ନେହା କକ୍କର

ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ନେହା କକ୍କର ଓ ଆଦିତ୍ୟ ନାରାୟଣ ଗତ କିଛି ଦିନ ଧରି ନିଜ ବାହାଘରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ତପସ୍ୱିନୀ ମହାଳିକ, ନୂଆଦିଲ୍ଲୀ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ନେହା କକ୍କର ଓ ଆଦିତ୍ୟ ନାରାୟଣ ଗତ କିଛି ଦିନ ଧରି ନିଜ ବାହାଘରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କଥା ହେଉଛି ଯେ ଇଣ୍ଡିଆନ୍ ଆଇଡିୟଲ ସିଜିନ୍-୧୦ରେ ନେହା କକ୍କର ଓ ଆଦିତ୍ୟଙ୍କ ମ୍ୟାରେଜ ଫର୍ମାଟ ଚାଲିଛି । ଆଜି କାଲି ବାହାଘର ପୂର୍ବରୁ ଏମାନଙ୍କର ପାଇଁ ସୋ'ରେ ବିବାହର ସବୁ ରୀତିନୀତି ମଧ୍ୟ ପାଳନ କରାଯାଉଛି । ନିକଟରେ ଦୁଇଜଣଙ୍କର ବ୍ୟାଚଲର ପାର୍ଟି ମଧ୍ୟ ରଖାଯାଇଥିଲା ।  ଏହା ଛଡ଼ା ବିଧି ଅନୁଯାଇ ଆଦିତ୍ୟ ନେହାଙ୍କ ଉପରେ ଲାଲ ଓଢ଼ଣୀ ମଧ୍ୟ ପକାଇଥିଲେ । ଦୁହିଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ତାହା ହେଉଛି ନିକଟରେ ଆଦିତ୍ୟ ଓ ନେହା ଗୋଆରେ ଏକ ଗୀତ ସୁଟିଂ କରିଛନ୍ତି । ଆଉ ଏହି ସମୟର ଏକ ଫଟୋ ସାମ୍ନାକୁ ଆସିଛି । ଯାହାକୁ ଦେଖି ନେହାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

fallback

ଗୋଆରେ ସୁଟିଂ ହୋଇଥିବା ଗୀତର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି ନେହାଙ୍କ ଭାଇ ଟୋନି କକ୍କର । ଟୋନି ପୋଷ୍ଟର ସେୟାର କରିବା ସହିତ ଲେଖିଛନ୍ତି ଯେ "ମୋ ଗୀତ ଗୋଆରେ ସୁଟିଂ ହୋଇଛି, ୧୦ ଫେବୃଆରୀରେ ଏହି ଗୀତଟି ରିଲିଜ ହେବ ।  ମୁଁ ଓ ମୋ ସୁପରଷ୍ଟାର ଭଉଣୀ ନେହା ଏହି ଗୀତଟିକୁ ଗାଇଛୁ ।"

fallback

ଭାଲେନଣ୍ଟାଇନ୍ ଡେ ମାନେ ଫେବୃଆରୀ ୧୪ରେ ନେହା ଓ ଆଦିତ୍ୟଙ୍କର ବିବାହ  ହେବା ନେଇ ଇଣ୍ଡିଆନ ଆଇଡିୟଲ ମଞ୍ଚରେ ଘୋଷଣା । ଏଇଠି ଆପଣଙ୍କୁ ଆଉ ଗୋଟିଏ କଥା କହି ରଖୁଛୁ କି ଇଣ୍ଡିଆନ ଆଇଡିୟଲ ଆଦିତ୍ୟ ଓ ନେହାଙ୍କ ବିବାହ ଫର୍ମାଟ ପରେ, ଦୁହେଁ ଆଉ ଟିକେ କ୍ଲୋଜ ହୋଇଯାଇଛନ୍ତି । ଆଜି କାଲି ସତରେ ଦୁହେଁ ଦୁହିଁଙ୍କୁ ଡେଟ୍ କରୁଛନ୍ତି । କିନ୍ତୁ ଏହାକୁ ନେଇ ଏଯାଏଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏହି ଚର୍ଚ୍ଚାକୁ ନେଇ ଆଦିତ୍ୟଙ୍କ ବାପା ଉଦିତ୍ ନାରାୟଙ୍କୁ ଯେତେବେଳେ ପ୍ରଶ୍ନ ପଚରା ଯାଇଥିଲା, ସେତେବେଳେ ସେ କହିଥିଲେ ଯେ ''ନେହା ଜଣେ ଭଲ ଝିଓ ଓ ବହୁତ ଭଲ ଗୀତ ଗାଆନ୍ତି । ମୋତେ ତ ନେହା ବହୁତ ପସନ୍ଦ, କେବଳ ମୋତେ ନୁହେଁ ସେ ସମସ୍ତଙ୍କୁ ପସନ୍ଦ । ସେ ବହୁତ ପରିଶ୍ରମ କରି ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ବନାଇଛନ୍ତି । ମୁଁ ସବୁବେଳେ ତାଙ୍କ ଗୀତ ଶୁଣେ ।''

ଆହୁରି ପଢ଼ନ୍ତୁ; ବିଦେଶରେ ଚମକିଲେ ଓଡ଼ିଆ ଝିଅ ଦିବ୍ୟଶ୍ରୀ, ଚୟନକର୍ତ୍ତା ବି ତାଜୁବ