ସ୍ଥଳସେନା ମୁଖ୍ୟଙ୍କୁ ସମାଲୋଚନା କଲେ ଓଓ୍ୱେସୀ
Advertisement
Article Detail0/zeeodisha/odisha615766

ସ୍ଥଳସେନା ମୁଖ୍ୟଙ୍କୁ ସମାଲୋଚନା କଲେ ଓଓ୍ୱେସୀ

ଏହା ସହିତ ସେ ଓଓ୍ୱେସୀଙ୍କୁ ସମର୍ଥନ କରୁଛନ୍ତି ବୋଲି ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ।

ସ୍ଥଳସେନା ମୁଖ୍ୟଙ୍କୁ ସମାଲୋଚନା କଲେ ଓଓ୍ୱେସୀ

ନୂଆଦିଲ୍ଲୀ: ନେତୃତ୍ୱକୁ ନେଇ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସମଗ୍ର ଦେଶରେ ରାଜନୀତି ଆରମ୍ଭ ହୋଇଛି । ସ୍ଥଳସେନା ମୁଖ୍ୟ ଜେନେରାଲ ରାଓ୍ୱତଙ୍କୁ ସମାଲୋଚନା କରିଛନ୍ତି ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓଓ୍ୱେସୀ । ସେ କହିଛନ୍ତି କି, ନିଜ କାର୍ଯ୍ୟାଳୟର ପରିସର ଜାଣିବା ମଧ୍ୟ ନେତୃତ୍ୱ ନେଉଥିବା ଜଣେ ନାଗରିକର କର୍ତ୍ତବ୍ୟ । ସେ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି କି, ନିଜ କାର୍ଯ୍ୟାଳୟର ସୀମା ଜାଣିବା ମଧ୍ୟ ନେତୃତ୍ୱର ଏକ ଲକ୍ଷଣ । ନେତୃତ୍ୱ ତାହାକୁ କହିବା, ଯାହା ନାଗରିକତାକୁ ସର୍ବୋଚ୍ଚ ସ୍ଥାନରେ ରଖିବା ଏବଂ ଉକ୍ତ ସଂସ୍ଥାର ଅଖଣ୍ଡତାକୁ ବଜାୟ ରଖିବା ମଧ୍ୟ ନିହାତି ଜରୁରୀ ଏବଂ ତାହା କରିପାରିଲେ ତାହା ନିଶ୍ଚିତ ଭାବେ ନେତୃତ୍ୱର ଲକ୍ଷଣ । 

ସେହିପରି କଂଗ୍ରେସ ନେତା ଦିଗବିଜୟ ସିଂ ମଧ୍ୟ ବିପିନ ରାଓ୍ୱତଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଏହା ସହିତ ସେ ଓଓ୍ୱେସୀଙ୍କୁ ସମର୍ଥନ କରୁଛନ୍ତି ବୋଲି ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି । ସେ ଟ୍ୱିଟର ପେଜରେ ଲେଖିଛନ୍ତି କି, ସେମାନେ ମଧ୍ୟ ଲିଡ଼ର ହୋଇ ପାରିବେ ନାହିଁ, ଯେଉଁମାନେ ନିଜ ଅନୁଗାମୀଙ୍କୁ ହିଂସା ଘଟାଇବାକୁ ପ୍ରୋତ୍ସାହିତ କରିଥାନ୍ତି । 

ସୂଚନା ଯୋଗ୍ୟ ପୂର୍ବରୁ ସ୍ଥଳସେନା ମୁଖ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ କି, ଦେଶରେ ହିଂସା ଘଟାଉଥିବା ନେତୃତ୍ୱ କେବେ ନେତୃତ୍ୱ ନେଇ ପାରିବେ ନାହିଁ । ଜଣେ ବଳିଷ୍ଠ ନେତୃବୃନ୍ଦ ଦେଶର ବିକାଶ ଦିଗରେ ନେତୃତ୍ୱ ନେଇପାରିବେ । ନେତୃତ୍ୱ ନେବା ଉପରକୁ ସହଜ ଦେଖାଯାଉଥାଏ, ମାତ୍ର ତାହା ସହଜ ହୋଇ ନଥାଏ । ଯେଉଁମାନେ ଆପଣଙ୍କୁ ଠିକ ଦିଗରେ ନେଇ ଥାଏ ସେ ହିଁ ଲିଡର ହେବାର ଯୋଗ୍ୟ ବୋଲି ସେ କହିଥିଲେ ।