Advertisement
Article Detail0/zeeodisha/odisha664237
Zee OdishaOther Newsବିଜେପି ନେତ୍ରୀଙ୍କ ସଉକ, ଗୁଳି ଫୁଟାଇ ଚର୍ଚ୍ଚାରେ

ବିଜେପି ନେତ୍ରୀଙ୍କ ସଉକ, ଗୁଳି ଫୁଟାଇ ଚର୍ଚ୍ଚାରେ

ମଞ୍ଜୁ ତିଓ୍ୱାରୀଙ୍କ ଦବଙ୍ଗଗିରି, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ବିଜେପି ନେତ୍ରୀଙ୍କ ସଉକ, ଗୁଳି ଫୁଟାଇ ଚର୍ଚ୍ଚାରେ

ନୂଆଦିଲ୍ଲୀ: ରବିବାର ରାତି ୯ଟାରେ ସମଗ୍ର ଦେଶରେ ଏକତାର ପ୍ରତୀକ ଭାବେ ଦୀପ ଜଳାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଥିଲେ. ମୋଦିଙ୍କ ଏହି ଆହ୍ୱାନ ଅନୁଯାୟୀ ସମଗ୍ର ଦେଶରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା. ତେବେ ଦେଶବାସୀ ଦୀପ ଜାଳୁଥିବା ବେଳେ ଖୋଦ ବିଜେପି ଦଳର ଜଣେ ନେତ୍ରୀ ବନ୍ଧୁକ ଫୁଟାଇ ଚର୍ଚ୍ଚାକୁ ଆସିଥିଲେ. 

ଘଟଣାଟି ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲୀର. ବନ୍ଧୁକରୁ ଗୁଳି ଫୁଟାଇଥିବା ମହିଳା ଜଣକ ହେଉଛନ୍ତି ବଳରାମପୁର ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ମଞ୍ଜୁ ତିଓ୍ୱାରୀ. ମଞ୍ଜୁ ରାତି ୯ଟାରେ ଦୀପ ଜାଳିବା ପରେ ତାଙ୍କ ସ୍ୱାମୀଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧରି ବାହାରକୁ ଆସିଥିଲେ. ଏପରିକି ସେ ବନ୍ଧୁକରୁ ଗୁଳି ଫୁଟାଉଥିବା ସମୟର ଭିଡ଼ିଓ ମଧ୍ୟ କରିଥିଲେ. ଗୁଳି ଫୁଟାଇବା ପରେ ଉକ୍ତ ଭିଡ଼ିଓକୁ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ. ଏହା ପରେ ଉକ୍ତ ପୋଷ୍ଟଟି ବେଶ ଭାଇରାଲ ହୋଇଥିଲା. 

ସେପଟେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ କମ୍ପନ ସୃଷ୍ଟି ହୋଇଛି. ଏହାକୁ ନେଇ ରାଜ୍ୟ କଂଗ୍ରେସ ପ୍ରଶ୍ନ ଉଠାଇଛି. ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ କଂଗ୍ରେସ ପ୍ରଶ୍ନ କରିଛି ଯେ, ଏହି ଘଟଣାର ତଦନ୍ତ ଆରମ୍ଭ କରାଯିବ କି. କଂଗ୍ରେସ ଟ୍ୱିଟ କରି ପ୍ରଶ୍ନ କରିଛି ଯେ, କାନୁନ ଭାଙ୍ଗିବାରେ ବିଜେପି ନେତାମାନେ ହିଁ ଆଗରେ ରହୁଛନ୍ତି. ଗତକାଲି ପ୍ରଧାନମନ୍ତ୍ରୀ ଦୀପ ଜଳାଇବା ପାଇଁ ଅପିଲ କରିଥିଲେ. ମାତ୍ର ଏହି ସମୟରେ ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ଖୋଲାଖୋଲି ଭାବେ ଗୁଳି ଚଳାଇଥିଲେ ଓ ତାହାକୁ ଫେସବୁକରେ ମଧ୍ୟ ପୋଷ୍ଟ କରିଥିଲେ. ଯୋଗୀ ଆଦିତ୍ୟନାଥ ଏହା ଉପରେ କଣ ପଦକ୍ଷେପ ନେବେ ବୋଲି କଂଗ୍ରେସ ପ୍ରଶ୍ନ କରିଥିଲେ. 

Add Zee News as a Preferred Source

ସେପଟେ ଏହି ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କୋତଓ୍ୱାଲୀ ପୋଲିସ ମଞ୍ଜୁଙ୍କ ବିରୋଧରେ ମାମଲା ରୁଜୁ କରିଛି. ମାମଲା ରୁଜୁ ହେବା ପରେ ମଞ୍ଜୁ ଏକ ଭିଡ଼ିଓ ଜରିଆରେ କ୍ଷମା ମାଗୁଥିବା ଦେଖିବାକୁ ମିଳିଛି. ଉକ୍ତ ଭିଡ଼ିଓରେ ସେ କହିଛନ୍ତି କି, ଏହି ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖୀ. ଏହା ପରଠାରୁ ଏଭଳି କିଛି କରିବି ନାହିଁ ବୋଲି ସେ ଉକ୍ତ ଭିଡ଼ିଓରେ କହିଛନ୍ତି. 

 

About the Author