ହାତରେ କୋଦାଳ ଧରି ଅଳିଆ ଗଦାରେ ପଶି ଆବର୍ଜନା ସଫା କଲେ ବିଡ଼ିଓ
Advertisement

ହାତରେ କୋଦାଳ ଧରି ଅଳିଆ ଗଦାରେ ପଶି ଆବର୍ଜନା ସଫା କଲେ ବିଡ଼ିଓ

ବିଡ଼ିଓଙ୍କୁ ଖୋଦ ସଫେଇ କାମ କରୁଥିବାର ଦେଖି ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସହ କଲେଜ ଛାତ୍ରଛାତ୍ରୀ ମଧ୍ୟ ସହଯୋଗ କରିଥିଲେ ।

ହାତରେ କୋଦାଳ ଧରି ଅଳିଆ ଗଦାରେ ପଶି ଆବର୍ଜନା ସଫା କଲେ ବିଡ଼ିଓ

ପ୍ରିୟବ୍ରତ ସାହୁ, କନ୍ଧମାଳ:  ଅଳିଆ ଗଦାରେ ପଶି ଆବର୍ଜନା ସଫା କଲେ ସରକାରୀ ବାବୁ । ଅଳିଆ ଆବର୍ଜନା ପାଇଁ ଲୋକ ହନ୍ତସନ୍ତ ହେଉଥିବାର ଅନୁଭବ କରି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବିଡ଼ିଓ ପ୍ରବୀଣ କୁମାର ବାଣୁଆ ନିଜେ ଆବର୍ଜନା ସଫା କରିଛନ୍ତି ।  ନିଜ ଅଞ୍ଚଳରେ ଆବର୍ଜନା ବଢୁଥିବା ଦେଖି ବିଡ଼ିଓ ଜଣକ ନିଜେ କିଛି କରିବାକୁ ଅଣ୍ଟା ଭିଡ଼ିଥିଲେ। ହାତରେ କୋଦାଳ ଧରି ଅଳିଆ ଗଦା ଭିତରକୁ ପଶିଥିଲେ ଓ ଜମିରହିଥିବା ଆବର୍ଜନାକୁ ସଫା କରିଥିଲେ ।

ତିନିମାସ ତଳେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରୁ ବଦଳି ହୋଇ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ରାଇକିଆ ବ୍ଲକରେ ଯୋଗ ଦେଇଥିଲେ । ନିଜ ଅଞ୍ଚଳରେ ଜମି ରହିଥିବା କୁଢ଼ କୁଢ଼ ଆବର୍ଜନାକୁ ସଫା କରିବା ପାଇଁ ଶୀତତାପ ନିୟନ୍ତ୍ରିତ ଅଫିସ ଛାଡି ଅଳିଆ ଗଦା ଭିତରେ ପଶିଥିଲେ । କୋଦାଳ ମାଧ୍ୟମରେ ମାଟିରେ ମିଶିପାରୁନଥିବା ପ୍ଲାଷ୍ଟିକ ଜରି ସହ ପ୍ଲାଷ୍ଟିକ ବୋତଲକୁ କାଢି ଅଞ୍ଚଳଠାରୁ ଦୂରରେ ପକାଇବାର ବ୍ୟବସ୍ଥା ମଧ୍ୟ କରିଥିଲେ । ବିଡ଼ିଓଙ୍କୁ ଖୋଦ ସଫେଇ କାମ କରୁଥିବାର ଦେଖି ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସହ କଲେଜ ଛାତ୍ରଛାତ୍ରୀ ମଧ୍ୟ ସହଯୋଗ କରିଥିଲେ । ଏ ନେଇ ବିଡ଼ିଓଙ୍କ କହିବା କଥା ଯେ ନିଜ ଆଖପାଖ ଅଞ୍ଚଳକୁ ସ୍ଵଛ ରଖିବା ସମସ୍ତଙ୍କ ଦାୟିତ୍ୱ, ଏଥିରୁ ବା ସେ କିପରି ବାଦ ପଡ଼ିପାରିବେ । ନିଜ ଅଞ୍ଚଳର ସରକାରୀ ବାବୁଙ୍କ ଏହି କାମକୁ ଦେଖି ଏବେ ସମସ୍ତଙ୍କ ମୁଁହରେ ଗୋଟିଏ କଥା ମନ କିଣିନେଲେ ବିଡ଼ିଓ ବାବୁ ।