୨ ଭାଲୁଙ୍କ ଆହାର ପାଲଟିଥିଲେ ଶ୍ରୀରାମ
Advertisement
Article Detail0/zeeodisha/odisha615643

୨ ଭାଲୁଙ୍କ ଆହାର ପାଲଟିଥିଲେ ଶ୍ରୀରାମ

ଜଙ୍ଗଲକୁ ଶାଳ ପତ୍ର ତୋଳିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ୨ ଭାଲୁ

୨ ଭାଲୁଙ୍କ ଆହାର ପାଲଟିଥିଲେ ଶ୍ରୀରାମ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡପଡା ପଞ୍ଚାୟତରେ ଭାଲୁ ଆତଙ୍କ । ଜଙ୍ଗଲକୁ ଶାଳ ପତ୍ର ତୋଳିବାକୁ ଯାଇଥିବା ବେଳେ ଆକ୍ରମଣ କଲେ ୨ ଭାଲୁ । ଭାଲୁ ଆକ୍ରମଣରେ ରଟୁଆଁ ଗାଁର ଶ୍ରୀରାମ ମାଝି ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଭାଲୁ ଆକ୍ରମଣ କରିବା ପରେ ଶ୍ରୀରାମ ନିଜର ଉପସ୍ଥିତ ବୁଦ୍ଧି  ଖଟାଇ ମୁକୁଳିଥିଲେ । ପରେ ସ୍ଥାନୀୟ ବାସିନ୍ଦା ଓ ପରିବାର ଲୋକଙ୍କ ସହାୟତାରେ ତାଙ୍କୁ ଆନନ୍ଦପୁତ୍ର ମେଡିକାଲରେ ଭର୍ତି କରାଯାଇଥିଲା । ଏବେ ଶ୍ରୀରାମ ସୁସ୍ଥ ଥିବାର ଜଣାପଡିଛି  ।