ବିୟର ବଢ଼ାଉଛି ଆୟୁ, ଦୁଗ୍ଧ ପିଇଲେ ବେମାରୀ, ପେଟାର ଦାବିରେ ଲୋକେ ଆଶ୍ଚର୍ଯ୍ୟ
Advertisement
Article Detail0/zeeodisha/odisha608113

ବିୟର ବଢ଼ାଉଛି ଆୟୁ, ଦୁଗ୍ଧ ପିଇଲେ ବେମାରୀ, ପେଟାର ଦାବିରେ ଲୋକେ ଆଶ୍ଚର୍ଯ୍ୟ

ପିପୁଲ ଫର୍ ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଏନିମଲ୍(People For Ethical Treatment OF Animals)  ବା ପେଟା  କ୍ଷୀର ପିଇବା ଠାରୁ ବିୟର ପିଇବା ଅଧିକ ଲାଭ ଦାୟକ ବୋଲି କହିଛି

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ମଦ କିମ୍ୱା ବିୟର ପିଇଲେ ଶରୀର ପାଇଁ କ୍ଷତିକାରକ କୁହାଯାଇଥାଏ । ବୋଧହୁଏ ଏଥିପାଇଁ ଶରୀର ପାଇଁ ବିୟରକୁ ଲାଭଦାୟକ ଭାବେ ଗ୍ରହଣ କରାଯାଏ ନାହିଁ । ଏଥିପାଁଇ ଆମକୁ ପିଲା ବେଳୁ କ୍ଷୀର ପିଇବାର ଲାଭ ବିଷୟରେ କୁହାଯାଇଥାଏ ।  ସେପଟେ ପିପୁଲ ଫର୍ ଏଥିକାଲ ଟ୍ରିଟମେଣ୍ଟ ଅଫ୍ ଏନିମଲ୍ (People For Ethical Treatment OF Animals) ବା ପେଟା କ୍ଷୀର ପିଇବା ଠାରୁ ବିୟର ପିଇବା ଅଧିକ ଲାଭ ଦାୟକ ବୋଲି କହିଛି । ଶରୀର ଏବଂ ମାନସିକ ବିକାଶ ପାଇଁ କ୍ଷୀର ପିଇବା ଲାଭ ବିଷୟରେ ଆମକୁ ପିଲା ବେଳୁ କୁହାଯାଉଛି । ଏହାର ଶରୀର ପ୍ରତି ଲାଭକୁ ଦେଖି କିଛି ପରିବାରରେ ପ୍ରତ୍ୟେକ ଦିନ ୧ରୁ ୨ ଗ୍ଲାସ କ୍ଷୀର ପିଇବାକୁ ଦିଆଯାଇଥାଏ ।

ପେଟାର(PETA) କହିବା ଅନୁଯାୟୀ ବିୟର ପିଇବା କ୍ଷୀର ଠାରୁ ଅଧିକ ଲାଭଦାୟକ ଅଟେ । ବିୟର ହାଡ଼କୁ ମଜବୁତ କରିବା ସହ ଦୀର୍ଘାୟୁ କରିଥାଏ । ପେଟା ଲୋକଙ୍କୁ କ୍ଷୀର ନ ପିଇବାକୁ ପରାମର୍ଶ ଦେଇଛି । କେବଳ ସେତିକି ନୁହେଁ, ପେଟା କ୍ଷୀର ପିଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ ମଧ୍ୟ କହିଛି । ସେଥିରେ କୁହାଯାଇଛି କ୍ଷୀର ମୋଟାପଣ, ଡାଇବେଟିସ୍ ଏବଂ କ୍ୟାନ୍ସର ଭଳି ଘାତକ ରୋଗର କାରଣ ମଧ୍ୟ ହୋଇଥାଏ ।  ପେଟା ଏହା ଦାବି କରିଛି, ହାବାର୍ଡ ସ୍କୁଲ ଅଫ୍ ପବ୍ଲିକ ହେଲର ଏକ ରିପୋର୍ଟ ଆଧାରରେ କୁହାଯାଇଛି । ଏହି ବୟାନକୁ ଶାକାହାରୀ ହୋଇଥିବା ଲାଭକୁ ଯୋଡ଼ି ମଧ୍ୟ ଦେଖାଯାଇଛି । ଏହି ଦାବି ପରେ ବଡ଼ ବିତକ୍ତ ସାମନାକୁ ଆସିଛି ।

ବିୟରକୁ ଏକ ଆଲକହଲ ଯୁକ୍ତ ପାନୀୟ କୁହାଯାଇଛି । ଏହାକୁ ତିଆରି କରିବାରେ ଯେଉଁ ଜିନିଷର ବ୍ୟବହାର କରାଯାଇଥାଏ ସେଥିରେ ଅନେକ ପୋଷକତତ୍ତ୍ୱ ମିଳିଥାଏ । ବିୟର ତିଆରିରେ ଯଅ, ଗହମ, ମକା ଏବଂ ଚାଉଳର ବ୍ୟବହାର ହୋଇଥାଏ । କେବଳ ସେତିକି ନୁହେଁ, ବିୟରରେ ୯୦ ପ୍ରତିଶତ ପାଣିକୁ ଛାଡ଼ି ଫାଇବର, କ୍ୟାଲସିୟମ, ଆଇରନ୍ ସମେତ ଶରୀରକୁ ଲାଭ ପହଞ୍ଚାଉଥିବା ପୋଷକତତ୍ତ୍ୱ ସାମିଲ ରହିଛି । ବିୟର ମଣିଷର ହାଡ଼କୁ ମଧ୍ୟ ମଜବୁତ କରିଥାଏ । ଶରୀରର ମାଂସପେଶୀର ବିକାଶ ପାଇଁ ମଧ୍ୟ ଅନେକ ଲାଭଦାୟକ କୁହାଯାଇଛି । ସେପଟେ କ୍ଷୀର ପିଇବା ଦ୍ୱାରା ହୃଦରୋଗ, ମୋଟାପା, ଡାଇବେଟିସ୍ ଏବଂ କ୍ୟାନ୍ସର ଭଳି ରୋଗ ସୃଷ୍ଟି ହୋଇଥାଏ ।

ପେଟା ତରଫରୁ ଜାରି କରାଯାଇଥିବା ବୟାନରେ ଏହା ମଧ୍ୟ କୁହାଯାଇଛି, ବିୟର କ୍ଷୀର ଠାରୁ ଅଧିକ ଲାଭଦାୟକ ହୋଇପାରେ । ତଥାପି ଏହା ଏକ ଆଲକହଲ ଯୁକ୍ତ ପାନୀୟ । ଆବଶ୍ୟକତା ଠାରୁ ଅଧିକ ବିୟର ପିଇଲେ ଶରୀର ପାଇଁ କ୍ଷତିକାରକ ଅଟେ ।  ଆପଣଙ୍କୁ କହିଦେଉଛୁ କି, ଆଗରୁ ମଧ୍ୟ ବିୟର ପିଇବା ଲାଭ ଅନେକ ପରୀକ୍ଷାରୁ ସାମନାକୁ ଆସିଛି । ଏକ ପରୀକ୍ଷାରୁ କୁହାଯାଇଥିଲା କି ୱାଇନ୍ ଏବଂ ବିୟର ହାର୍ଟ ରୋଗରେ ସୁଧାର ଆଣିପାରିବ । କେବଳ ସେତିକି ନୁହେଁ ହାର୍ଟ ରୋଗ ଯୋଗୁଁ ସମୟ ପୂର୍ବରୁ ହେଉଥିବା ମୃତ୍ୟୁ ବିପଦ କମ୍ ହୋଇପାରେ ।

ୟୁନିଭରସିଟି ଅଫ୍ ଟେକ୍ସାସ୍ ଏବଂ ସୋନଡାଁନଗ ୟୁନିଭରସିଟି ପରୀକ୍ଷକ ଏହାର ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନ ୮ ବର୍ଷ ଧରି ୩,୩୩,୨୪୭ ଆମେରିକୀୟଙ୍କ ଉପରେ ପରୀକ୍ଷା କରାଯାଇଥିଲା । ପରୀକ୍ଷକ ଏହା ମଧ୍ୟ ଦାବି କରିଛନ୍ତି  ୱାଇନ୍ ଏବଂ ବିୟର କମ୍ ଅନୁପାତ ସେବନ କଲେ ହାର୍ଟ ପାଇଁ ଲାଭ ଦାୟକ ହୋଇପାରେ । ପରୀକ୍ଷକଙ୍କ କହିବା ଅନୁଯାୟୀ ମଧ୍ୟମ ଅନୁପାତରେ ୱାଇନ୍ ଏବଂ ବିୟର ସେବନ ଦ୍ୱାରା ସମୟ ପୂର୍ବରୁ ହେଉଥିବା ମୃତ୍ୟୁ ସଙ୍କଟକୁ ୨୨ ପ୍ରତିଶତ କମ୍ କରାଯାଇପାରେ । ସେହିପରି ହାର୍ଟ ରୋଗ ଯୋଗୁଁ ହେଉଥିବା ମୃତ୍ୟୁ ବିପଦରୁ ୨୯ ପ୍ରତିଶତ କମ୍ ହୋଇଯାଇଥାଏ ।  

ଡାକ୍ତର ବିୟର ଏବଂ ରେଡ୍ ୱାଇନ୍ କୁ ମଧ୍ୟ ଲାଭ ଦାୟକ କହିଛନ୍ତି । ଏକ ପରୀକ୍ଷା ଅନୁସାରେ ବିୟର ଏବଂ ରେଡ୍ ୱାଇନ୍ ପିଇବା ଦ୍ୱାରା ବ୍ୟକ୍ତିର ମାନସିକ ଅବସାଦରୁ ମୁକ୍ତି ମିଳିଥାଏ । ରିପୋର୍ଟରେ ଏବା ମଧ୍ୟ ଦାବି କରାଯାଇଛି ପ୍ରାୟ ୫୩ ପ୍ରତିଶତ ଲୋକ କହିଛନ୍ତି  ୱାଇନ୍ ପିଇବା ପରେ ଅଧିକ ରିଲାକ୍ସ ଅନୁଭବ କରିଥାନ୍ତି । ଯେବେକି ୱାଇନ୍ ପିଇବା ପରେ ୬୦ ପ୍ରତିଶତ ଲୋକଙ୍କୁ ଥକ୍କାପଣ ଅନୁଭବ ହୋଇଥିଲା ।

ପରୀକ୍ଷକଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ବିୟର ପାନୀୟରେ କିଛି ଅଲଗା ଅଲଗା ସାମଗ୍ରୀ ବ୍ୟବହାର ହୋଇଥାଏ । ଏହାସହ ବ୍ୟକ୍ତିଙ୍କ ଡ୍ରିଙ୍କ୍ସ କରିବାର କ୍ଷମତା ଅଲଗା ଅଲଗା ହୋଇଥାଏ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଡ୍ରିଙ୍କ୍ସ କରିବା ପରେ ଅଲଗା ଅଲଗା ଭାବେ ଅନୁଭବ କରିଥାନ୍ତି । ପରୀକ୍ଷକ ଏହାମଧ୍ୟ କହିଛନ୍ତି ମହିଳାମାନେ ଡିଙ୍କ୍ସ କରିବା ପରେ ଅନେକ ସମୟରେ ଭାବବିହ୍ୱଳ ହୋଇଯାଇଥାନ୍ତି । ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନ ପ୍ରାଧିକରଣ   (ଏଫଏସଏସଏଆଇ)ର ଏକ ପରୀକ୍ଷାରୁ ଜଣାଯାଇଛି ଭାରତରେ ବିକ୍ରି ୧୦ ପ୍ରତିଶତ କ୍ଷୀର ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ୧୦ ପ୍ରତିଶତ ମାତ୍ରା ପ୍ୟାକେଟ୍ କ୍ଷୀର ହୋଇଥାଏ ।