ସ୍ପା ସେଣ୍ଟରରେ ଚାଲିଥିଲା...
Advertisement

ସ୍ପା ସେଣ୍ଟରରେ ଚାଲିଥିଲା...

ହଠାତ CCB ପହଞ୍ଚିଗଲା, ଆଉ ତାପରେ  !

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସ୍ପା ସେଣ୍ଟର ଖୋଲି କିପରି ଦେହ ବ୍ୟବସାୟ ହୁଏ, ବିଗତ ଦିନରେ ଆପଣ ଅନେକ ଖବର ପଢ଼ିଥିବେ । ସ୍ପା ସେଣ୍ଟର ନାଁରେ ଦେହଜୀବୀଙ୍କୁ ଆଣି ଦେହ ବ୍ୟବସାୟ କରିବା ଘଟଣା କିଛି ନୂଆ ନୁହେଁ । ତେବେ କର୍ଣ୍ଣାଟକ ବେଙ୍ଗାଲୁରୁରେ ଏକ ସ୍ପା ସେଣ୍ଟରରେ ସିଟି କ୍ରାଇମ ବ୍ରାଞ୍ଚ ରେଡ଼ କରି ୬ ଯୁବତୀଙ୍କୁ ଉଦ୍ଧାର କରିଛି । ଆଉ ଏହାପରେ ସ୍ପା ସେଣ୍ଟରକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସ୍ପା ସେଣ୍ଟରରୁ ୬ ଯୁବତୀ ଉଦ୍ଧାର । ମାଲିକ ଫେରାର, ମ୍ୟାନେଜର ଗିରଫ । ବେଙ୍ଗାଲୁରୁ ସିଟି କ୍ରାଇମବ୍ରାଞ୍ଚ କୋରମଙ୍ଗଲା ଅଞ୍ଚଳରେ ଥିବା ଏକ ସ୍ପା ସେଣ୍ଟର ଉପରେ ରେଡ଼ କରିବା ପରେ ଦେହ ବ୍ୟବସାୟର ସୁରକ୍ ମିଳିଛି । ସ୍ପା ସେଣ୍ଟରରେ ଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ । ସେହିପରି ଉକ୍ତ ସେଣ୍ଟରର ମାଲିକ ଫେରାର ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ ହେଉଛି । ତଦନ୍ତ ପରେ ଏହି ସ୍ପା ସେଣ୍ଟରକୁ ନେଇ ଅନେକ କଥା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି । 

ଆହୁରି ପଢ଼ନ୍ତୁ; ପୁଲୱାମାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ୩ ନିପାତ