ଅନଲାଇନ୍ ସପିଂ କରୁଛନ୍ତି କି ?
Advertisement
Article Detail0/zeeodisha/odisha610503

ଅନଲାଇନ୍ ସପିଂ କରୁଛନ୍ତି କି ?

ଆପଣ ବି ମୁଖାଧାରୀ ଠକ ଗ୍ୟାଙ୍ଗର ଜାଲରେ ପଡ଼ିଥାଇପାରନ୍ତି ।

ଅନଲାଇନ୍ ସପିଂ କରୁଛନ୍ତି କି ?

ନୂଆଦିଲ୍ଲୀ: କଣ ଆପଣ କିଛି ଅନଲାଇନ୍ ଅର୍ଡର ବୁକ୍ କରିଛନ୍ତି କି ? କଣ ଆପଣଙ୍କ ଅର୍ଡର ବୁକ୍ କରିବାର ମାତ୍ର କିଛି ସମୟ ପରେ ଆପଣଙ୍କ ଫୋନର ଘଣ୍ଟି ବାଜିଉଠିଛି କି ? କଣ ଆପଣ ଫୋନ୍ ଉଠାଇବା କ୍ଷଣି ଆପଣଙ୍କୁ କିଛି ଲୋଭନୀୟ ଅଫର ମିଳିଛି କି ? ଏମିତି ଅଫର୍ ଯାହାର ଫାସରେ ଆପଣ ପଡ଼ିଯାଇଛନ୍ତି । କଣ ଆପଣ ବି ସେ ଅଫରକୁ ଗ୍ରହଣ କରିଦେଇଛନ୍ତି କି ? ଯେଉଁଥିରେ ହଜାର ହଜାର ଟଙ୍କାର ଜିନିଷ ହେଭି ଡିସକାଉଣ୍ଟ ପରେ କେଇ ଟଙ୍କାରେ ମିଳିଯାଉଛି । ଯଦି ଏମିତି କିଛି ହୋଇଯାଇଛି, ତେବେ ଟିକେ ଅଟକି ଯାଆନ୍ତୁ, ହୋଇପାରେ ଆପଣ ବି ମୁଖାଧାରୀ ଠକ ଗ୍ୟାଙ୍ଗର ଜାଲରେ ପଡ଼ିଥାଇପାରନ୍ତି ।

ନିକଟରେ ନୋଏଡା ପୋଲିସ   ଠକାମୀର ସେ କଳା ସେଣ୍ଟର ୪୫ ଜଣ ସଦସ୍ୟ ଗିରଫ କରିଛି । ଏଥିରେ ଅନେକ ଝିଅ ବି ସାମିଲ ଥିଲେ । ପୋଲିସ ମୁତାବକ, ନୋଏଡା ସେକ୍ଟର ୬ର ଏକ ବିଲିଂରେ ଅଫିସ୍ ଖୋଲି ଗତ ଦେଢ଼ ବର୍ଷ ହେବ, ଅନଲାଇନ୍ ସପିଂ କରୁଥିବା ଲୋକଙ୍କ ଠକା ଯାଉଥିଲା । ପୋଲିସ ହିସାବରେ, ଏହି କଲ୍ ସେଣ୍ଟରରୁ ନାମୀଦାମୀ ଇକମର୍ସ ୱେବସାଇଟରେ ଅର୍ଡର୍ ପ୍ଲେସ କରୁଥିବା ଲୋକଙ୍କୁ ଫୋନ୍ କରାଯାଉଥିଲା । ତଦନ୍ତରୁ ଜଣାପଡ଼ିଛି କି, କଲ୍ ସେଣ୍ଟରରେ କାମ କରୁଥିବା ମହିଳାମାନେ ଲୋକଙ୍କୁ ଫୋନ୍ କରି ସେମାନଙ୍କୁ ଏଲଇଡି ଟିଭି, ଲକି ଡ୍ର ଓ ବଡ଼ ଡିସକାଉଣ୍ଟର ଜାଲରେ ଫସାଇ ସେମାନଙ୍କ ଠାରୁ ରେଜିଷ୍ଟ୍ରେସନ୍ ନାଁରେ ଅନଲାଇନ୍ ପେମେଣ୍ଟ ୱାଲେଟରୁ ଟଙ୍କା ମାଗି ନେଉଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳି କଥା ହେଉଛି କି, ଠକାମୀର ଏହି କଲ୍ ସେଣ୍ଟରରୁ ନାମୀଦାମୀ ଇକମର୍ସ ୱେବସାଇଟରୁ କିଣାବିକା କରୁଥିବା ଲୋକଙ୍କର ଡାଟା ବି ମିଳିଛି । ଆଉ ଏହି ଡାଟାକୁ ଦେଖି, ଚଢ଼ାଉ କରିବାକୁ ଯାଇଥିବା ପୋଲିସର ଟିମ ବି ହତବାକ୍ ହୋଇଯାଇଥିଲା ।
ଠକାମୀର ଏହି କଲ୍ ସେଣ୍ଟରରେ କେମିତି ପହଞ୍ଚିଲା ନାମୀ କମ୍ପାନୀର ଡାଟା ? କିଏ କଲା ଇ କମର୍ସ ୱେବସାଇଟର ସୁରକ୍ଷାରେ ଛିଦ୍ର ? ଇଣ୍ଟରନେଟରେ କିଏ ଚୋରାଉଛି ଆପଣଙ୍କ ତଥ୍ୟ ? ପୋଲିସ ଠକଙ୍କର ଏହି କଲସେଣ୍ଟରରୁ ୧୬ ୱାକିଟକି, ୨୯ ମୋବାଇଲ୍ ଫୋନ ସମେତ କ୍ୟାସ, କମ୍ପ୍ୟୁଟର୍ ଏବଂ ଅନ୍ୟ ଉପକରଣ ଜବତ କରିଛି । ପୋଲିସ୍ ଏକଥା ଯାଞ୍ଚ ବି କରୁଛି କି, ଇକମର୍ସ ୱେବସାଇଟର ଡାଟା ଏମାନଙ୍କ ପାଖରେ ପହଞ୍ଚିଲା କେମିତି ? ଏମିତି ତ ନୁହେଁ କି ସେହି ସବୁ ଇକମର୍ସ କମ୍ପାନୀରେ କାମ କରୁଥିବା କିଛି ଅସାଧୁ ଲୋକ ଏମାନଙ୍କ ସହ ମିଶି ଯାଇଛନ୍ତି ? ଏ ଖୁଲାସା ଅନ୍ୟ କିଛି ପ୍ରଶ୍ନ ବି ଛିଡ଼ା କରାଇଛି । କଣ ଅନଲାଇନ୍ ଡାଟା ଚୋରି କରୁଥିବା ଏକ ବଡ଼ ଗ୍ୟାଙ୍ଗ୍ ଅପରେଟ୍ କରୁଛି କି ? କେମିତି ତମାମ୍ ବ୍ୟବସ୍ଥା ସତ୍ତ୍ୱେ ବି ଅନଲାଇନ୍ ଡାଟା ଚୋରି କରିବାରେ ଏମାନେ ସକ୍ଷମ ହେଉଛନ୍ତି ? କମ୍ପାନୀକୁ ଏହାର ସୂଚନା କାହିଁକି ମିଳିପାରୁନି ?