ଚିହ୍ନି ପାରିଲେନି ଅଧିକାରୀ, ନିଲମ୍ବନ କରିବାକୁ କହିଲେ ମନ୍ତ୍ରୀ
Advertisement
Article Detail0/zeeodisha/odisha640911

ଚିହ୍ନି ପାରିଲେନି ଅଧିକାରୀ, ନିଲମ୍ବନ କରିବାକୁ କହିଲେ ମନ୍ତ୍ରୀ

ମନ୍ତ୍ରୀଙ୍କୁ ଚିହ୍ନି ପାରିଲେନି ବୋଲି...

ଫଟୋ ସୌଜନ୍ୟ: ଜୀ ମିଡିଆ

ନୂଆଦିଲ୍ଲୀ: ବିହାରରେ ସିବାନ ଜିଲ୍ଲାରୁ ଏକ ହାସ୍ୟାସ୍ପଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଅଧିକାରୀ ମନ୍ତ୍ରୀଙ୍କୁ ଚିହ୍ନିପାରିନାହାଁନ୍ତି । ଫଳରେ ମନ୍ତ୍ରୀ ରାଗିଯାଇ ଉକ୍ତ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଆଦେଶ ଦେଇଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 

ପୁରା ଘଟଣା ଥିଲା ଏପରି । ଶୁକ୍ରବାର ଏକ ହସ୍ପିଟାଲ ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ପହଞ୍ଚିଥିଲେ ବିହାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ମଙ୍ଗଲ ପାଣ୍ଡେ । ତେବେ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ କର୍ମଚାରୀ ତାଙ୍କୁ ଚିହ୍ନି ପାରିନଥିଲେ । ଏନେଇ ମନ୍ତ୍ରୀ ମଙ୍ଗଲ ପାଣ୍ଡେ ରାଗି ଯାଇଥିଲେ । ଅନ୍ୟ ଅଧିକାରୀଙ୍କୁ କହିଥିଲେ, ''ଆପଣ କାହିଁକି ଏପରି ଲୋକଙ୍କୁ ଡ୍ୟୁଟିରେ ରଖୁଛନ୍ତି, ଯିଏ ମନ୍ତ୍ରୀଙ୍କୁ ବି ଚିହ୍ନି ପାରୁନି । ମନ୍ତ୍ରୀକୁ ମଞ୍ଚକୁ ଯିବାକୁ ବାରଣ କରୁଛି । ତାଙ୍କୁ ନିଲମ୍ବନ କର ।'' ଖବର ସରବରାହ ସଂସ୍ଥା ଏଏନଆଇ ଏହି ଭିଡ଼ିଓ ପୋଷ୍ଟ କରିଛି । 

ଆପଣଙ୍କୁ କହିରଖୁଛୁ, ମଙ୍ଗଲ ପାଣ୍ଡେର ବିବାଦ ବହୁ ପୁରୁଣା । ଗତ ବର୍ଷ ତାଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମଙ୍ଗଲ ପାଣ୍ଡେ ଭାରତ-ପାକିସ୍ତାନ ମ୍ୟାଚ ସ୍କୋର ବିଷୟରେ ପଚାରୁଥିଲେ । 

ଆହୁରି ପଢ଼ନ୍ତୁ; ଗସ୍ତ ପୂର୍ବରୁ ଟ୍ରମ୍ପକୁ ନିର୍ଦ୍ଧୁମ କହିଲା ଶିବସେନା