୨୦୨୦ ଡିସେମ୍ବର୧୩ ତାରିଖରେ ସ୍ୱର୍ଗତ ପାରିକରଙ୍କ ଜନ୍ମଦିନରେ ଏହି ଫିଲ୍ମଟି ରିଲିଜ୍ ହେବାର ଯୋଜନା ରହିଛି ।
Trending Photos
ମୁମ୍ବାଇ: ବଲିଉଡ୍ରେ ବାୟୋପିକ ଟ୍ରେଣ୍ଡ୍ କିଛି ନୂଆ କଥା ନୁହେଁ। କିଛି ଦିନ ହେବ ରାଜନେତାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମଗୁଡ଼ିକ ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି ।
ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ଜୀବନିକୁ ନେଇ ଫିଲ୍ମ ନିର୍ମାଣ ପରେ ଏବେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଉପରେ ଏକ ଫିଲ୍ମ ତିଆରି ହେବାକୁ ଯାଉଛି ।
ଗୋ ଗୋଆ ବଲିଉଡ୍ ପ୍ରଡକ୍ସନ୍ ମନୋହର ପାରିକରଙ୍କ ପୁଅ ଉତ୍ପଲଙ୍କ ସହ କଥା ହେବା ପରେ ତାଙ୍କ ବାୟୋପିକ ତିଆରି କରିବା ପାଇଁ ରାଇଟ୍ସ ମଧ୍ୟ କିଣି ଦେଇଛି । ଚଳଚ୍ଚିତ୍ର ନିର୍ମାତା ସ୍ୱପ୍ନିଲ୍ ଶେତକର କହିଛନ୍ତି ଯେ, ଏହି ଚଳଚ୍ଚିତ୍ର ସ୍ବର୍ଗତ ପାରିକରଙ୍କ ଉଭୟ ବ୍ୟକ୍ତିଗତ ଓ ରାଜନୈତିକ ଜୀବନ ଉପରେ ଆଧାରିତ ହେବ।
୨୦୨୦ ଡିସେମ୍ବର୧୩ ତାରିଖରେ ସ୍ୱର୍ଗତ ପାରିକରଙ୍କ ଜନ୍ମଦିନରେ ଏହି ଫିଲ୍ମଟି ରିଲିଜ୍ ହେବାର ଯୋଜନା ରହିଛି । ଏହାକୁ ଉଭୟ ହିନ୍ଦୀ ଓ କୋଙ୍କଣି ଭାଷାରେ ରିଲିଜ୍ କରାଯିବ।