ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ଫର୍ମୁଲା ଶିଖିଥିଲେ କୋହଲି
Advertisement
Article Detail0/zeeodisha/odisha616585

ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ଫର୍ମୁଲା ଶିଖିଥିଲେ କୋହଲି

ବିରାଟ କୋହଲି ନିଜର ଭଲ ବ୍ୟାଟିଂ ପାଇଁ ଯେତିକି  ଫେମସ ନିଜର ଫିଟନେସ ଏବଂ ଷ୍ଟାଇଲ ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ

ଏହି କ୍ରିକେଟରଙ୍କ ସ୍ତ୍ରୀଙ୍କଠାରୁ ଫିଟ୍‌ନେସ୍‌ ଫର୍ମୁଲା ଶିଖିଥିଲେ କୋହଲି

ମୋନିକା ମହାନ୍ତି, ନୂଆଦିଲ୍ଲୀ: ବିରାଟ କୋହଲି ନିଜର ଭଲ ବ୍ୟାଟିଂ ପାଇଁ ଯେତିକି  ଫେମସ ନିଜର ଫିଟନେସ ଏବଂ ଷ୍ଟାଇଲ ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ । ସେ ନିଜର ଷ୍ଟାଇଲିସ  ଲୁକ ଏବଂ ଫିଟନେସ ଚେହେରା ପାଇଁ ସମସ୍ତଙ୍କ ପାଇଁ ପ୍ରେରଣା ମଧ୍ୟ ସାଜିଛନ୍ତି । ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଜକୁ ସାମିଲ କରିଛନ୍ତି । ନିଜକୁ ଫିଟ୍‌ ରଖିବା ଉପରେ ଏବେ ସେ ବିଶେଷ ଧ୍ୟାନ ଦେଇଥାନ୍ତି ।
fallback
ବିରାଟ ଫିଟ୍‌ନେସ୍‌କୁ ନେଇ ଟିମ ଇଣ୍ଡିଆର ପୂର୍ବତନ ଟ୍ରେନର ଶଙ୍କର ବାସୁ ଖୁଲାସା କରିଛନ୍ତି । ସେ କହିଛନ୍ତି  କୋହିଲିଙ୍କ ଫିଟନେସ ପଛରେ ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ  ଦୀପିକା ପାଲିକଲଙ୍କ ହାତ ରହିଛି  । ଦେଶର ଜଣାଶୁଣା ସ୍କ୍ବାସ୍‌ ଖେଳାଳି ଦୀପିକା ବିରାଟଙ୍କୁ ଫିଟ୍‌ ରହିବାର ଟିପ୍ସ ଦେଇଥିଲେ । ୨-୩ବର୍ଷ ପୂର୍ବରୁ ଆଇପିଏଲ୍‌ ଚାଲିଥିବାବେଳେ ଦୀପିକା ଏବଂ କୋହଲିଙ୍କ ମଧ୍ୟରେ ଭେଟ ହୋଇଥିଲା । ଏହି ଅବସରରେ ଦୀପିକା ଫିଟ୍‌ନେସ୍‌ ଉପରେ କୋହଲିଙ୍କୁ ଫିଟ୍‌ନେସ୍‌ ଟିପ୍ସ  ଦେଇଥିଲେ ।