ଅବହେଳିତ ବୀର ସୁରେନ୍ଦ୍ର ସାଏ, ପରିଚୟ ଖେଜୁଛି ବୀରମାଟି
Advertisement

ଅବହେଳିତ ବୀର ସୁରେନ୍ଦ୍ର ସାଏ, ପରିଚୟ ଖେଜୁଛି ବୀରମାଟି

ଭାରତକୁ ଇଂରେଜମାନଙ୍କ ହାତରୁ ସ୍ବାଧୀନ କରିବା ପାଇଁ ଅନେକ ବୀରପୁତ୍ର ଦେଇଛନ୍ତି ନିଜ ପ୍ରାଣବଳୀ। ଆଉ ଏହି ମାଟିର ଛାତିରେ ଆଜି ବି ଜୀବନ୍ତ ତା' ବୀରପୁତ୍ରର ଜୀବନ ସଂଗ୍ରାମ ଓ ମୁକ୍ତି ସଂଗ୍ରାମର କାହାଣୀ। ଏହି ମାଟି ମା'କୁ ସ୍ବାଧୀନ କରାଇବାକୁ ପଶ୍ଚିମ ଓଡିଶାର ଏମିତି ଜଣେ ବୀର ପୁରୁଷ ନେଇଥିଲେ ନେତୃତ୍ବ।

ଅବହେଳିତ ବୀର ସୁରେନ୍ଦ୍ର ସାଏ, ପରିଚୟ ଖେଜୁଛି ବୀରମାଟି

ଅଜୟ ନାଥ, ସମ୍ବଲପୁର: ଅବହେଳିତ ସ୍ବାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କ (Surendra Sai) ଭଗ୍ନସ୍ତୁପ। ପରିଚୟ ଖେଜୁଛି ବୀରମାଟି। ସ୍ୱାଧୀନତା ସଂଗ୍ରାମରେ (Freedom Fighter) ଯେଭଳି ଭାବରେ ଦୀର୍ଘ ଜୀବନ ବନ୍ଦୀ ଭାବରେ ଏବଂ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସେଭଳି ଭାବରେ ନା ତାଙ୍କୁ କେନ୍ଦ୍ର ସରକାର ମାନ୍ୟତା ଦେଇଛନ୍ତି ନା ରାଜ୍ୟ ସରକାର। ସ୍ଵାଧୀନତା ସଂଗ୍ରାମରେ ଦୀର୍ଘ ୩୭ ବର୍ଷ କରାବରଣ କରିଥିଲେ  ସୁରେନ୍ଦ୍ର। ହଜାରିବାଗ ଜେଲରେ ୧୮୪୦ ରୁ ୧୮୫୭, ଦୀର୍ଘ ୧୭ ବର୍ଷ ଏବଂ ଅସିରଗଡ଼ ଜେଲରେ ୧୮୬୪ ରୁ ୧୮୮୪ ପର୍ଯ୍ୟନ୍ତ, ୨୦ ବର୍ଷ ଜେଲ ବରଣ ସହ ମୃତ୍ୟୁ ଘଟିଥିଲା। ଖାଲି ଜୟନ୍ତୀ ସମୟରେ ନେତା ମନ୍ତ୍ରୀ ଅଧିକାରୀଙ୍କର ପାଦ ପଡେ କିନ୍ତୁ ଯେଭଳି ଭାବରେ ସେହିଭଳି ଏକ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ: ଷଡ଼ଯନ୍ତ୍ର: ଚାଷୀଙ୍କୁ ଗୁଳି କରିବାକୁ ଆନ୍ଦୋଳନରେ ସୁଟର, ଜଣେ ଗିରଫ

ଭାରତକୁ ଇଂରେଜମାନଙ୍କ ହାତରୁ ସ୍ବାଧୀନ କରିବା ପାଇଁ ଅନେକ ବୀରପୁତ୍ର ଦେଇଛନ୍ତି ନିଜ ପ୍ରାଣବଳୀ। ଆଉ ଏହି ମାଟିର ଛାତିରେ ଆଜି ବି ଜୀବନ୍ତ ତା' ବୀରପୁତ୍ରର ଜୀବନ ସଂଗ୍ରାମ ଓ ମୁକ୍ତି ସଂଗ୍ରାମର କାହାଣୀ। ଏହି ମାଟି ମା'କୁ ସ୍ବାଧୀନ କରାଇବାକୁ ପଶ୍ଚିମ ଓଡିଶାର ଏମିତି ଜଣେ ବୀର ପୁରୁଷ ନେଇଥିଲେ ନେତୃତ୍ବ। ତାଙ୍କ ଦମ୍ଭର ଗର୍ଜନରେ ଥରହର ହୋଇଉଠିଥିଲା ଗୋରା ସରକାର। ଏମିତି ଏକ  ମହାନ ବୀର ପୁରୁଷଙ୍କ ଗାଥା ସମ୍ବଲପୁରରେ ରହିଛି। ଭାରତକୁ ଇଂରେଜମାନଙ୍କ ହାତରୁ ସ୍ବାଧୀନ କରିବା ପାଇଁ ଅନେକ ବୀରପୁତ୍ର ଦେଇଛନ୍ତି ନିଜ ପ୍ରାଣବଳୀ। 

ଆଉ ସେହି ବୀରପୁତ୍ରଙ୍କ ତ୍ୟାଗ ଓ ବଳିଦାନ ଆଜି ଇତିହାସ ପୃଷ୍ଠାରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ। ଆଉ ଏହି ମାଟିର ଛାତିରେ ଆଜି ବି ଜୀବନ୍ତ ତା' ବୀରପୁତ୍ରର ଜୀବନ ସଂଗ୍ରାମ ଓ ମୁକ୍ତି ସଂଗ୍ରାମର କାହାଣୀ। ଏହି ମାଟି ମା'କୁ ସ୍ବାଧୀନ କରାଇବାକୁ ପଶ୍ଚିମ ଓଡିଶାର ଏମିତି ଜଣେ ବୀର ପୁରୁଷ ନେଇଥିଲେ ନେତୃତ୍ବ। ତାଙ୍କ ଦମ୍ଭର ଗର୍ଜନରେ ଥରହର ହୋଇଉଠିଥିଲା ଗୋରା ସରକାର। ଗରିଲା ଯୁଦ୍ଧରେ ପାରଙ୍ଗମ, ବିଚକ୍ଷଣ ବୁଦ୍ଧିର ଅଧିକାରୀ, ଚୌହାନ ରାଜବଂଶର ଦାୟାଦ ସେ ହେଉଛନ୍ତି ଓଡିଶା ସମ୍ବଲପୁର ରେଙ୍ଗାଲି ଖିଣ୍ଡା ଗ୍ରାମରେ ଜନ୍ମିତ ବୀର ସୁରେନ୍ଦ୍ର ସାଏ। ଏହି ନାଁ ଶୁଣିଲେ ମନେପଡେ ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମର କାହାଣୀ। 

ଅଧିକ ପଢନ୍ତୁ: ହନୁମାନଙ୍କ ଫଟୋ ସେୟାର କରି କଣ କହିଲେ ବ୍ରାଜିଲ୍ ରାଷ୍ଟ୍ରପତି?

୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ଜନ୍ମ ଏହି ବୀରପୁତ୍ର ଇଂରେଜମାନଙ୍କ ବିରୁଦ୍ଧରେ ଦୀର୍ଘ ୨୦ ବର୍ଷ ଧରି ସଶସ୍ତ୍ର ସ୍ୱାଧୀନତା ସଂଗ୍ରାମ କରିଥିଲେ । ଆଉ ଜୀବନର ୩୭ ବର୍ଷ ଜେଲରେ ବିତେଇଥିଲେ। ଆଉ ସବୁଠାରୁ ବଡ଼ କଥା ହେଲା ୧୮୫୭ର ସିପାହୀ ବିଦ୍ରୋହ ପୂର୍ବରୁ ମାତ୍ର ୧୮ ବର୍ଷ ବୟସରେ ସେ ୧୮୨୭ ମସିହାରୁ ଏହି ସମ୍ବଲପୁର ମାଟିରେ ଇଂରେଜଙ୍କ ବିରୁଦ୍ଧରେ ଆରମ୍ଭ କରିଥିଲେ ଗରିଲା ଯୁଦ୍ଧ। ତାଙ୍କର ପ୍ରେରଣାରେ ଅନେକ ଜମିଦାର, ଗାଁ ମୁଖିଆ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ତାଙ୍କର ବିଚକ୍ଷଣ ବୃଦ୍ଧି ଓ ଗୋଟି ଚାଳନା ଇଂରେଜ ସରକାରଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଥିଲା । ଏହି ସଂଗ୍ରାମର ପ୍ରଥମ ପର୍ଯ୍ୟାୟ 1840 ପର୍ଯ୍ୟନ୍ତ ଚାଲିଥିଲା । ଏହା ପରେ ଇଂରେଜ ମାନଙ୍କ ଦ୍ୱାରା ବନ୍ଦୀ ହୋଇ ସେ ୧୮୪୦ ରୁ ୧୮୫୭ ପର୍ଯ୍ୟନ୍ତ ହଜାରିବାଗ ଜେଲରେ ବନ୍ଦୀ ଥିଲେ । ତେବେ ୧୮୫୭ର ସିପାହୀ ବିଦ୍ରୋହରେ ବିଦ୍ରୋହୀମାନେ ଜେଲ ଭାଙ୍ଗି ଦେବାରୁ ସେ ମୁକ୍ତ ହୋଇ ପୁଣି ଆରମ୍ଭ କରିଥିଲେ ସଂଗ୍ରାମ । ଦୁର୍ଗମ ଜଙ୍ଗଲ ଭିତରେ ଦୁର୍ଗ ତିଆରି କରି ପୁଣି ଆରମ୍ଭ କଲେ ସଂଗ୍ରାମ । ଆଉ ଏହି ସଂଗ୍ରାମ ଚାଲିଥିଲା ୧୮୫୭ ରୁ ୧୮୬୨ ପର୍ଯ୍ୟନ୍ତ । ଏହି ସମୟରେ ଅନେକ ଇଂରେଜ ଅଫିସର ପ୍ରାଣ ହରାଇଥିଲେ ।

ଅଧିକ ପଢନ୍ତୁ: ସାନିଟାଇଜର ଯୋଗୁଁ ଦୃଷ୍ଟିଶକ୍ତି ହରାଉଛନ୍ତି ଶିଶୁ !

ଏହା ପରେ ସୁରେନ୍ଦ୍ର ସାଏଙ୍କୁ କୌଣସି ପ୍ରକାରରେ ଇଂରେଜ ସରକାର ପରାଜିତ ନକରିପାରିବାରୁ ସୁରେନ୍ଦ୍ର ସାଏଙ୍କ ସହ ଶାନ୍ତି ଚୁକ୍ତି କରିଥିଲେ ଇଂରେଜ ସରକାର । କିନ୍ତୁ ଏହି ଚୁକ୍ତି ଥିଲା ଷଡଯନ୍ତ୍ରର ଚୁକ୍ତି । ୧୮୬୨ରେ ଶାନ୍ତି ଚୁକ୍ତି ହେବାର ୨ ବର୍ଷ ପରେ ୧୮୬୪ରେ ଇଂରେଜ ସରକାର ତାଙ୍କୁ ଷଡଯନ୍ତ୍ର କରି ବନ୍ଦୀ କରିବା ସହ ଅସିରଗଡ଼ ଜେଲକୁ ଆଜୀବନ କାରାଦଣ୍ଡ ଦେଇ ପଠାଇ ଦେଇଥିଲେ । ଏଠାରେ ସୁରେନ୍ଦ୍ର ସାଏ ୧୮୮୪ ମସିହାରେ ଜେଲରେ ହିଁ ପ୍ରାଣ ହରେଇଥିଲେ । ୩୭ ବର୍ଷ ବିତେଇଥିବା ଯୋଦ୍ଧାଙ୍କ ନାଁ ବୋଧେ ଇତିହାସରେ ନଥିବ । କିନ୍ତୁ ଆଜି ଏହି ମହାନ ସଂଗ୍ରାମୀଙ୍କ ଜୀବନୀ କେବଳ ରାଜ୍ୟ ଇତିହାସରେ ସ୍ୱଳ୍ପ ପରିମାଣରେ ରଚିତ ଆଉ ଜାତୀୟ ଇତିହାସରେ ବୋଧେ କିଏ ତାଙ୍କୁ ଜାଣିଥିବେ। ତାଙ୍କର ଜନ୍ମ ମାଟି ଆଉ ଘର ମଧ୍ୟ ଆଜି ଅବହେଳିତ ହୋଇ ଭଗ୍ନସ୍ତୁପ ପାଲଟିଛି ବୋଲି କୁହନ୍ତି ଗ୍ରାମବାସୀ । ତେବେ ସ୍ୱାଧୀନତା ସଂଗ୍ରାମ ଇତିହାସରେ ତାଙ୍କର ନାମ ଯେଉଁ ଭଳିଆ ଲିପିବଦ୍ଧ ହେବା କଥା ତାହା ହୋଇନାହିଁ ବୋଲି ସ୍ଥାନୀୟ ଐତିହସିକ କୁହନ୍ତି। ଦେଶ ମାତୃକାକୁ ସ୍ବାଧୀନତାର ସ୍ବାଦ ଚଖାଇବାକୁ ନିଜ ପ୍ରାଣବଳୀ ଦେଇଥିବା ଏହି ସଂଗ୍ରାମୀ ଓ ବୀରପୁତ୍ରଙ୍କ ଅବହେଳିତ ଭଗ୍ନସ୍ତୁପ ଓ ଜନ୍ମମାଟିର ପୁନଃରୁଦ୍ଧାର ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ କରନ୍ତୁ ବୋଲି ଦାବି ହେଉଛି ।